ETV Bharat / bharat

ନେପାଳ ଭୂସ୍କଳନରେ 3 ମୃତ, 24 ରୁ ଉର୍ଦ୍ଧ୍ବ ନିଖୋଜ

ନେପାଳ ଭୂସ୍କଳନ। ଘଟଣାରେ 3 ମୃତ, 24 ରୁ ଉର୍ଦ୍ଧ୍ବ ନିଖୋଜ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ନେପାଳର ସିନ୍ଧୁପାଲଚୋକ୍ ଜିଲ୍ଲାର ବାରହାବାଇସ୍ ଗ୍ରାମୀଣ ପୌରପାଳିକା -7 ରେ ଭୂସ୍ଖଳନ ଏହି ଅଘଟଣ ଘଟିଛି।

author img

By

Published : Sep 13, 2020, 10:34 AM IST

ନେପାଳ ଭୂସ୍କଳନରେ 3 ମୃତ, 24 ରୁ ଉର୍ଦ୍ଧ୍ବ ନିଖୋଜ
ନେପାଳ ଭୂସ୍କଳନରେ 3 ମୃତ, 24 ରୁ ଉର୍ଦ୍ଧ୍ବ ନିଖୋଜ

କାଠମାଣ୍ଡୁ: ନେପାଳ ଭୂସ୍କଳନ। ଘଟଣାରେ 3 ମୃତ, 24 ରୁ ଉର୍ଦ୍ଧ୍ବ ନିଖୋଜ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ନେପାଳର ସିନ୍ଧୁପାଲଚୋକ୍ ଜିଲ୍ଲାର ବାରହାବାଇସ୍ ଗ୍ରାମୀଣ ପୌରପାଳିକା -7 ରେ ଏହି ଅଘଟଣ ଘଟିଛି।

ଜିଲ୍ଲାର ଭୀରଖର୍କା ଅଞ୍ଚଳରେ ନଅଟି ଘର ଭୁଶୁଡ଼ିବା ପରେ ପ୍ରାୟ 20 ରୁ 25 ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଏନେଇ ବାରବାସି ଗ୍ରାମୀଣ ପୌରପାଳିକାର ଅଧ୍ୟକ୍ଷ ନିମ ଫିଞ୍ଜୋ ଶେର୍ପା କହିଛନ୍ତି। କ୍ଷୟକ୍ଷତିର ପ୍ରକୃତ ବିବରଣୀ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଶେର୍ପା ଫୋନ୍‌ରେ ରିପବ୍ଲିକାକୁ କହିଛନ୍ତି, "ଆମେ ସୂଚନା ପାଇଛୁ ଯେ ନଅଟି ଘର ନଷ୍ଟ ହୋଇଯାଇଛି। ଭୟ ଲାଗୁଛି ମୃତ୍ୟୁସଂଖ୍ୟା ବଢିପାରେ। କାରଣ 20 ରୁ 25 ଜଣ ଲୋକ ନିଖୋଜ ଅଛନ୍ତି। କ୍ଷୟକ୍ଷତିର ସଠିକ୍ ବିବରଣୀ ଆମେ ଏପର୍ଯ୍ୟନ୍ତ ପାଇ ନାହୁଁ।"

ନେପାଳ ସେନା କର୍ମଚାରୀଙ୍କ ଏକ ଟିମ୍ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ଉକ୍ତ ସ୍ଥାନରେ ପହଞ୍ଚିଛନ୍ତି। ନେପାଳ ପୋଲିସର ଏକ ପ୍ରତିନିଧୀ ଦଳ ଖୁବ୍ ଶୀଘ୍ର ଏହି ଅଞ୍ଚଳରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.