ETV Bharat / bharat

ମହାରାଷ୍ଟ୍ରରେ ମହାସଙ୍କଟ: 50 ହଜାର ଅଭିମୁଖେ କୋରୋନା ଆକ୍ରାନ୍ତ

author img

By

Published : May 23, 2020, 10:45 PM IST

ଶନିବାର ମହାରାଷ୍ଟ୍ରରେ ନୂଆ 2608ଟି ପଜିଟିଭ ବାହାରିଛି । କେବଳ ମୁମ୍ବାଇରେ 1566 ପଜିଟିଭ ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ମହାସଙ୍କଟ: 50 ହଜାର ଅଭିମୁଖେ କୋରୋନା ଆକ୍ରାନ୍ତ
ମହାରାଷ୍ଟ୍ରରେ ମହାସଙ୍କଟ: 50 ହଜାର ଅଭିମୁଖେ କୋରୋନା ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ମହାସଙ୍କଟ ଆଣିବାକୁ ଯାଉଛି । ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା 2000 ଉପରେ ରହିଛି । ରବିବାର କିମ୍ବା ସୋମବାର ସୁଦ୍ଧା ଦେଶର ପ୍ରଥମ ରାଜ୍ୟ ଭାବେ ଏହା 50 ହଜାର ଆକ୍ରାନ୍ତ ଛୁଇଁବ ବୋଲି ଆଶା କରାଯାଉଛି ।

ଶନିବାର ନୂଆ 2608ଟି ପଜିଟିଭ ବାହାରିଛି । ଏହାସହ 60 ଜଣଙ୍କ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁସଂଖ୍ୟା 1577 ଛୁଇଁଛି । ସେହିପରି ଏବେ ସୁଦ୍ଧା 47 ହଜାର 910 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟାରେ 821 ଜଣ ସୁସ୍ଥ ହୋଇଛନ୍ତି । ମୋଟ 13 ହଜାର 404 ଲୋକ ଏବେ ଯାଏଁ ଚିକିତ୍ସା ପରେ ଛାଡ ପାଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସେହିପରି ଗତ 24 ଘଣ୍ଟାରେ 2608 ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ମୁମ୍ବାଇରେ 1566 ପଜିଟିଭ ସ୍ପଷ୍ଟ ହୋଇଛି । ଏହାସହ 40 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏଠାରେ ମୋଟ ଆକ୍ରାନ୍ତ 28 ହଜାର 634 ପହଞ୍ଚିଛି ବୋଲି ସରକାର ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.