ETV Bharat / bharat

ଏଲଏସିରେ ଜଣେ ଭାରତୀୟ ଯବାନ ଶହୀଦ, କାରଣ ଅସ୍ପଷ୍ଟ

author img

By

Published : Sep 11, 2020, 8:00 PM IST

ଚୌପାଲ ସବ-ଡିଭିଜନ ଅନ୍ତ୍ରର୍ଗତ କୁପଓ୍ବି ତହସିଲର ବୀର ପୁତ୍ର ଉତର ରାଣା ଭାରତ-ଚୀନ ସୀମାରେ ଶହୀଦ ହୋଇଯାଇଛନ୍ତି । ଯବାନଙ୍କ ଦେହାନ୍ତର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ଏଲଏସିରେ ଜଣେ ଭାରତୀୟ ଯବାନ ଶହୀଦ, ଦେହାନ୍ତର କାରଣ ଅସ୍ପଷ୍ଟ

ସିମଲା: ହିମାଚଳପ୍ରଦେଶର ଚୌପାଲ ସ୍ଥିତ କୁପଓ୍ବି ତହସିଲର ଜଣେ ଭରତୀୟ ଯବାନଙ୍କ ଶହୀଦ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । ଶହୀଦ ଯବାନ ଉତର ରାଣା ପଞ୍ଜାବ ରେଜିମେଣ୍ଟରେ କର୍ତ୍ତବ୍ୟରତ ଥିବା ବେଳେ ତାଙ୍କୁ ଅରୁଣାଚଳପ୍ରଦେଶର ଭାରତ-ଚୀନ ସୀମାରେ ମୁତୟନ କରାଯାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଶହୀଦ ଯବାନଙ୍କ ଦେହାନ୍ତର କାରଣ ସ୍ପଷ୍ଟ ହୋଇପାରିନାହିଁ ।

ଶହୀଦ ଯବାନ ରାଣା ତାଙ୍କ ଘରର ଜଣେ ମାତ୍ର ବ୍ୟକ୍ତି ଥିଲେ, ଯାହାଙ୍କ ଉପରେ ପୁରା ପରିବାର ନିର୍ଭରଶୀଳ ଥିଲା । ଚାନ୍ଦନା ପଞ୍ଚାୟତର ଧାରା ଗାଁରେ ଜନ୍ମ ଗ୍ରହଣ କରିଥିବା 26 ବର୍ଷୀୟ ଉତ୍ତର ରାଣା ଅବିବାହିତ ଥିଲେ । ସେ 2012ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ।

ଚାନ୍ଦନା ପଞ୍ଚାୟତର ସରପଞ୍ଚ ଆତ୍ମା ​ରାମ ଲୋହିତ କହିଛନ୍ତି ଯେ ଶହୀଦଙ୍କ ବଡ ଭାଇ ଦଲିପ ସିଂଙ୍କୁ ଫୋନରେ ସେନା ମୁଖ୍ୟାଳୟରୁ ରାଣାଙ୍କ ଶହୀଦ ହୋଇଥିବା ସମ୍ପର୍କରେ ସୂଚନା ଦିଆଯାଇଛି । ଯବାନଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଥିଲା । ​​ଶନିବାର ସୁଦ୍ଧା ଶହୀଦଙ୍କ ମର ଶରୀରରକୁ ଦିଲ୍ଲୀ ପଠାଯିବା ନେଇ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.