ବରେଲୀ: ଆକ୍ସନ ମୁଡରେ ଯୋଗୀ ସରକାର । ଉତ୍ତର ପ୍ରଦେଶରେ ଡ୍ୟୁଟିରେ ଖିଲାପ କରୁଥିବା ପୋଲିସକର୍ମୀଙ୍କୁ ବିଦା କରିଛନ୍ତି ଯୋଗୀ ସରକାର ।
ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁପି ସରକାର । ତେବେ ଯେଉଁମାନଙ୍କୁ ଛଟେଇ କରାଯିବ ସେମାନଙ୍କ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ।
ଫରିଦପୁର ସିଓର ଷ୍ଟେନୋ କାମ ଦେଖୁଥିବା ଇନ୍ସପେକ୍ଟର, ବଦାୟୁଁର 3ଜଣ ପୋଲିସ କନେଷ୍ଟବଳ, ଶାହଜହାଙ୍ଗପୁରର 3 ଜଣ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ବରେଲୀର 6 ଜଣ ପୋଲିସଙ୍କ ବିରୋଧରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।