ETV Bharat / bharat

ପୁଣି 24 ବିଏସଏଫ ଯବାନ କୋରୋନା ଆକ୍ରାନ୍ତ - 24 ବିଏସଏଫ ଯବାନ କୋରୋନା ଆକ୍ରାନ୍ତ

ତ୍ରିପୁରାରେ 24 ବିଏସଏଫ ଯବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ତ୍ରିପୁରାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 88ରେ ପହଞ୍ଚିଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କହିଛନ୍ତି ।

corona
ପୁଣି 24 ବିଏସଏଫ ଯବାନ କୋରୋନା ଆକ୍ରାନ୍ତ
author img

By

Published : May 8, 2020, 3:30 PM IST

ଅଗରତାଲା: ତ୍ରିପୁରାରେ 24 ବିଏସଏଫ ଯବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 88ରେ ପହଞ୍ଚିଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କହିଛନ୍ତି । ତେବେ ସମସ୍ତ ନୂଆ କୋରୋନା ଆକ୍ରାନ୍ତ ଧଲାଇ ଜିଲ୍ଲାର ଅମ୍ବାସା ଠାରେ ଅବସ୍ଥିତ ବିଏସଏଫର 86 ତମ ବାଟାଲିୟନର। ଏନେଇ ବିଏସଏଫର ମୁଖ୍ୟାଳୟରେ ରିପୋର୍ଟ ହୋଇଥିବା ସେ କହିଛନ୍ତି।

ଏଥିସହ ବିପ୍ଳବ କୁମାର ଦେବ ଟ୍ବିଟ କରି କହିଛନ୍ତି, 86 ତମ ବାଟାଲିୟନ ମୁଖ୍ୟାଳୟରେ 24 ଜଣଙ୍କୁ ଆଲର୍ଟ କରାଯାଇଛି । ତ୍ରିପୁରାରେ ମୋଟ 88 ଆକ୍ରାନ୍ତଙ୍କ ମଧ୍ୟରୁ 86 ଜଣ ଆକ୍ଟିଭ ଏବଂ 2 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ସାଧାରଣ ଲୋକ କୋରୋନା ଆକ୍ରାନ୍ତ ହୋଇନଥିବା ଜଣାପଡିଛି । ଏଣୁ ଯବାନମାନଙ୍କୁ ସୁସ୍ଥ ରହିବାକୁ ବିପ୍ଳବ କୁମାର ଦେବ ଟ୍ବିଟ କରି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.