ETV Bharat / bharat

'କୋରୋନା ଲଢେଇପାଇଁ ମୋଦିଙ୍କ 21 ଦିନିଆ ଲକଡାଉନ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ'

କୋରୋନା ବିରୋଧରେ ଲଢେଇ ପାଇଁ ପ୍ରଧାନମନ୍ତ୍ରୀଙ୍କ 21 ଦିନିଆ ଭାରତ ଲକଡାଉନ ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ବୋଲି ୟୁରୋପର ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

'କୋରୋନା ବିରୋଧରେ ଲଢେଇପାଇଁ ମୋଦିଙ୍କ 21 ଦିନିଆ ଲକଡାଉନ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ'

author img

By

Published : Mar 31, 2020, 11:53 AM IST

ହାଇଦ୍ରାବାଦ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାରତରେ ମଧ୍ୟ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଜାରି ରହିଛି ଲକଡାଉନ । ସାରା ଦେଶରେ ଦୋକାନବଜାର ସମେତ ବନ୍ଦ ରହିଛି ଗାଡିମଟର ଚଳାଚଳ । କୋରୋନା ସଙ୍କଟ ମଧ୍ୟରେ ଭାରତରେ ଜାରି ଲକଡାଉନକୁ ନେଇ ବଡ ବୟାନ ଦେଇଛନ୍ତି ୟୁରୋପର ବିଶେଷଜ୍ଞ ଦଳ । ଭାରତରେ ମୋଦିଙ୍କ ଦ୍ବାରା ଲାଗୁ ହୋଇଥିବା ଲକଡାଉନ କୋରୋନାକୁ ପ୍ରତିହତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଏହି ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି ।

ୟୁରୋପୀୟ ବିଶେଷଜ୍ଞ ଦଳଙ୍କ କହିବା ଅନୁସାରେ 21 ଦିନିଆ ଲକଡାଉନ ଲାଗୁ କରି କୋରୋନା ବିରୁଦ୍ଧରେ ଲଢିବା ପାଇଁ ଭାରତର ଗୁରୁତ୍ବପୂର୍ଣ୍ଣ ଏବଂ ସଠିକ ଦିଗରେ ପଦକ୍ଷେପ ନେଇଛି । 130 କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଲକଡାଉନ ଏତେ ସହଜ ନୁହେଁ । ତେଣୁ ଭାରତ ଭଳି ଦେଶରେ ଏହାର ବିଶାଳ ଜନ ସଂଖ୍ୟା , ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ, ମଧ୍ୟରେ 'ସାମାଜିକ ଦୂରତା' କେବଳ ଏକ ପରିକଳ୍ପନା ନୁହେଁ ବରଂ ଅସମ୍ଭବ ପରି ମନେହୁଏ ।

EFSAS ର ନିର୍ଦ୍ଦେଶକ ଜୁନାଦ କୁରେଶି କହିଛନ୍ତି, ମୋ ମତରେ, କୋରୋନା ବିରୋଧରେ ଲଢେଇରେ ଲକଡାଉନ ଏକ ଭଲ ଏବଂ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଅଟେ। ମହାମାରୀ, କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ୟୁରୋପୀୟ ସମେତ ଅନ୍ୟ ଦେଶଗୁଡିକ ଆକ୍ରମଣାତ୍ମକ ପଦକ୍ଷେପ ନେବା ପାଇଁ ବହୁ ସମୟ ନେଇଥିବା ବେଳେ ଭାରତ ଏହାର ସୀମା ବନ୍ଦ କରିବାରେ ତତ୍ପରତା ଦେଖାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଲା ସାରା ଦେଶରେ ତାଲା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସରକାର ଖୁବ୍ ଶୀଘ୍ର ହୃଦୟଙ୍ଗମ କରିଛନ୍ତି ଯେ ଏହି ମହାମାରୀର ଭାରତ ଭଳି ଦେଶରେ ବ୍ୟାପିବା ବିଶ୍ବ ବିପର୍ଯ୍ୟୟର କାରଣ ହୋଇପାରେ।

ଏହି ରିପୋର୍ଟ ଦାଖଲ ପର୍ଯ୍ୟନ୍ତ, ଯୁକ୍ତରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 144,280 ଥିବାବେଳେ ଇଟାଲୀରେ 97,687 ଏବଂ ଚାଇନାରେ 81,195 ରହିଛି । ତେବେ ଭାରତରେ 1,071 ପଜିଟିଭ ମାମଲା ରିପୋର୍ଟ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତ ସରକାର ଗ୍ରହଣ କରିଥିବା କଠୋର ପଦକ୍ଷେପ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇବ ଏବଂ ହେଲେ ଲକ ଡାଉନ ବ୍ୟତିତ କୌଣସି ବିକଳ୍ପ ନାହିଁ ବୋଲି ୟୁରୋପର ବିଶେଷଜ୍ଞ ଦଳ କହିଛି ।

ଭାରତରେ ଉପଲବ୍ଧ ସ୍ବାସ୍ଥ୍ୟ ସୁବିଧା ସୀମିତ ଅଟେ । ଏହାର ଅର୍ଥ ହେଉଛି ଯେ ଭାରତରେ ମହାମାରୀର ମୁକାବିଲା ପାଇଁ ସଂଘର୍ଷ କରିବାକୁ ପଡିବ । ତେବେ ଏପରି ସ୍ଥିତିରେ ମୋଦିଙ୍କ ଦ୍ବାରା ସାର୍କର ସଦସ୍ୟ ରାଷ୍ଟ୍ରସମୂହଙ୍କ ଭିଡିଓ ସମ୍ମିଳନୀ ଆୟୋଜନ କରିବା ସ୍ବାଗତଯୋଗ୍ୟ । ହେଲେ ଭାରତର ପଡୋଶୀ ଦେଶ ପାକିସ୍ତାନ ଅନାବଶ୍ୟକ ଭାବରେ ଏଭଳି ଘଟଣାକୁ ରାଜନୀତିକରଣ କରିବାକୁ ଚେଷ୍ଟା କରିଥିଲା ବୋଲି EFSAS ନିର୍ଦ୍ଦେଶକ ଜୁନାଦ କୁରେଶି କହିଛନ୍ତି । ଏକ ସଙ୍କଟ ପରିସ୍ଥିତିରେ ଏକତା ବଜାୟ ରଖିବା ପରିବର୍ତ୍ତେ ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରି ବିଭାଜନ ଏବଂ ମତଭେଦ ମଞ୍ଜି ବୁଣିବା କେବଳ ଅତ୍ୟଧିକ ଭୁଲ୍ ନୁହେଁ ବରଂ ଦାୟିତ୍ବହୀନ ବୋଲି କୁରେଶି କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.