ଜୟପୁର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ ହେଉଥିବା ଏହି ପର୍ବ ରାଜସ୍ଥାନର ଏକ ପ୍ରମୁଖ ଭାବେ ପରିଗଣିତ ହୋଇଥାଏ । ବିଶେଷ କରି ବଲ୍ଲଭ ସମ୍ପ୍ରଦାୟର ଲୋକମାନେ ଏହାକୁ ବେଶ ଧୁମଧାମରେ ପାଳନ କରିଥାଆନ୍ତି । ଆସନ୍ତା 24 ତାରିଖରେ ଜନ୍ମାଷ୍ଟମୀ ଓ 25 ତାରିଖରେ ଏଠାରେ ନନ୍ଦ ମହୋତ୍ସବ ପାଳନ କରିବେ । ଏଥିପାଇଁ ଉକ୍ତ ସମ୍ପ୍ରଦାୟଙ୍କ ମୁଖ୍ୟ ମନ୍ଦିର ଶ୍ରୀନାଥଜୀ ମନ୍ଦିରରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଜନ୍ମାଷ୍ଟମୀରେ ଏଠାରେ 21 ତୋପ ସଲାମୀ ଦିଆଯିବାର ନଜିର ରହିଛି । ନନ୍ଦ ରାୟଙ୍କ ଘରେ ଶ୍ରୀକୃଷ୍ଣଙ୍କ ଜନ୍ମକୁ ସମ୍ମାନ ଜଣାଇ ଏହି ସଲାମୀ ଦିଆଯାଇଥାଏ ବୋଲି ଇତିହାସ କହେ । ଏହି ତୋପ ସଲାମୀର ଅନ୍ୟ ଏକ ଲୋକଗାଥା ରହି ଆସିଛି । ନନ୍ଦ ରାୟଙ୍କ ଘରେ ଶ୍ରୀକୃଷ୍ଣଙ୍କ ଜନ୍ମ ସମ୍ପର୍କରେ ଏହି ତୋପ ସଲାମୀ ମାଧ୍ୟମରେ ପଡ଼ୋଶୀ ଗ୍ରାମଗୁଡ଼ିକ ଖବର ଦିଆଯାଇଥାଏ ।
ଏହି ମନ୍ଦିରକୁ ସାଧାରଣ ଦିନରେ 10ରୁ 15 ହଜାର ଲୋକ ଦର୍ଶନ ପାଇଁ ଆସୁଥିବା ବେଳେ ଆସନ୍ତାକାଲି ପାଖାପାଖି ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଫଳରେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି ।
ଅଧିକ ପଢନ୍ତୁ: ପବିତ୍ର ଜନ୍ମାଷ୍ଟମୀ: ନନ୍ଦଲାଲାଙ୍କ ନଟଖଟିଆ କାହାଣୀ
ଜନ୍ମାଷ୍ଟମୀରେ ଏଠାରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଜନ୍ମାଷ୍ଟମୀରେ ଏଠାରେ 21 ତୋପ ସଲାମୀ ଦିଆଯିବାର ନଜିର ରହିଛି । ନନ୍ଦ ରାୟଙ୍କ ଘରେ ଶ୍ରୀକୃଷ୍ଣଙ୍କ ଜନ୍ମକୁ ସମ୍ମାନ ଜଣାଇ ଏହି ସଲାମୀ ଦିଆଯାଇଥାଏ ବୋଲି ଇତିହାସ କହେ । ଏହି ତୋପ ସଲାମୀର ଅନ୍ୟ ଏକ ଲୋକଗାଥା ରହି ଆସିଛି । ନନ୍ଦ ରାୟଙ୍କ ଘରେ ଶ୍ରୀକୃଷ୍ଣଙ୍କ ଜନ୍ମ ସମ୍ପର୍କରେ ଏହି ତୋପ ସଲାମୀ ମାଧ୍ୟମରେ ପଡ଼ୋଶୀ ଗ୍ରାମଗୁଡ଼ିକ ଖବର ଦିଆଯାଇଥାଏ । ଏହି ଖବର ପାଇବା ପରେ ଗ୍ରାମବାସୀମାନେ ବେଶ ଉତ୍ସବ ପାଳନ କରିଥାନ୍ତି ।
ମୋଗଲ ସାମ୍ରାଜ୍ୟ ସମୟରେ ପ୍ରଭୁ ଶ୍ରୀନାଥଜୀଙ୍କୁ ମଥୁରାର ଜତିପୁରାରୁ ଏଠାକୁ ଅଣାଯାଇଥିଲା । ସେହି ସମୟରେ ମୋଗଲ ସାମ୍ରାଜ୍ୟର ଆକ୍ରମଣରୁ ରକ୍ଷା ପାଇବା ପାଇଁ ତାଙ୍କୁ ସୁରକ୍ଷିତ ଭାବେ ଏଠାକୁ ଅଣାଯାଇଥିବା ଇତିହାସରେ ବର୍ଣ୍ଣିତ ରହିଛି । ମଥୁରାରୁ ଆଗ୍ରା, ପରେ କୋଟା, ଯୋଧପୁର ଦେଇ ଦୀର୍ଘ ଯାତ୍ରାରେ ତତ୍କାଳୀନ ମେଓ୍ବାଡ଼ର ରାଜା ଶ୍ରୀନାଥଜୀଙ୍କୁ ସୁରକ୍ଷିତ ଭାବେ ଏଠାକୁ ଆଣିଥିଲେ । ସେବେଠାରେ ଶ୍ରୀନାଥଜୀ ଏଠାରେ ପୂଜା ପାଇ ଆସୁଛନ୍ତି ।
ଇତିହାସ ବର୍ଣ୍ଣିତ ଅନୁଯାୟୀ ଶ୍ରୀନାଥଜୀଙ୍କୁ ପାଖାପାଖି 370 ବର୍ଷ ପୂର୍ବରୁ ଏଠାକୁ ଅଣାଯାଇଥିଲା । ସେବେଠାରୁ ଏହି ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପାଳନ କରାଯାଇ ଆସୁଛି । ତେବେ ପାଖ ଗ୍ରାମବାସୀଙ୍କ ଗଭୀର ଭକ୍ତି ଓ ବିଶ୍ବାସ ଶ୍ରୀକୃଷ୍ଣଙ୍କୁ ଉପରେ ରହିଥିବା ଜଣାପଡ଼େ । ରାତ୍ରୀ 12ଟାରେ ତୋପ ସଲାମୀ ଦିଆଯିବା ପରେ ପାଖାପାଖି ଗ୍ରାମବାସୀମାନେ ଉତ୍ସବ ପାଳନ ଆରମ୍ଭ କରିଥାନ୍ତି ।