ETV Bharat / bharat

କାନପୁର ଏନକାଉଣ୍ଟର: ସନ୍ଦେହ ଘେରରେ 200 ପୋଲିସ - କାନପୁର ଏନକାଉଣ୍ଟର

କାନପୁରରେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ସହ ଏନକାଉଣ୍ଟରରେ 8 ଜଣ ପୋଲିସ ଶହୀଦ ହେବା ପରେ ତଦନ୍ତ ଚାଲିଛି। ଏହି ଘଟଣାରେ ପୋଲିସ ବିଭାଗର କର୍ମଚାରୀଙ୍କ ଭୂମିକାକୁ ମଧ୍ୟ ସନ୍ଦେହଜନକ ବୋଲି ବର୍ଣ୍ଣନା କରାଯାଇଛି।

କାନପୁର ଏନକାଉଣ୍ଟର
କାନପୁର ଏନକାଉଣ୍ଟର
author img

By

Published : Jul 7, 2020, 5:17 PM IST

ନୂଆଦିଲ୍ଲୀ: କାନପୁରରେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ସହ ଏନକାଉଣ୍ଟରରେ 8 ଜଣ ପୋଲିସ ଶହୀଦ ହେବା ପରେ ତଦନ୍ତ ଚାଲିଛି। ଏହି ଘଟଣାରେ ପୋଲିସ ବିଭାଗର କର୍ମଚାରୀଙ୍କ ଭୂମିକାକୁ ମଧ୍ୟ ସନ୍ଦେହଜନକ ବୋଲି ବର୍ଣ୍ଣନା କରାଯାଇଛି। କାନପୁର ଆଇଜି ମୋହିତ ଅଗ୍ରୱାଲ କହିଛନ୍ତି ଯେ ଚୌବେପୁର ଥାନାରେ ସନ୍ଦେହ ଘେରରେ ରହିଛି। ବର୍ତ୍ତମାନ ଧୀରେ ଧୀରେ ଅନୁସନ୍ଧାନରୁ ଜଣାପଡିଛି ଯେ ପୋଲିସ ବିଭାଗ ଭିତରେ ଲୁଚି ରହିଥିବା ବିକାଶ ଦୁବେର ସହାୟକଙ୍କ ସଂଖ୍ୟା ବଢୁଛି।

ସୂଚନାନୁସାରେ, ସମଗ୍ର ଚୌବେପୁର ପୋଲିସ ଷ୍ଟେସନ ସମେତ ପ୍ରାୟ 200 ପୋଲିସ ବିକାଶ ଦୁବେ ସହ ଲିଙ୍କ୍ ଥିବା ଜଣାପଡିଛି । ଚୌବେପୁର, ବିଲହୌର, କାକୱନ ଓ ଶିବରାଜପୁର ପୋଲିସ ଷ୍ଟେସନରୁ 200 ରୁ ଅଧିକ ପୋଲିସ ସନ୍ଦେହଘେରରେ ଅଛନ୍ତି। ଏସବୁର ମୋବାଇଲ୍ ସି.ଡି.ଆର. ସୂଚନାନୁଯାୟୀ, ଏହି ସମସ୍ତ ପୋଲିସ୍ ବିକାଶ ଦୁବେକୁ ସାହାଯ୍ୟ କରିଥିଲେ। ବିକାଶର ଗୁଣ୍ଡା ପରି କାମ କରୁଥିଲେ । ପୋଲିସ୍ ଏସଟିଏଫ୍ ଟିମ୍ ପ୍ରତ୍ୟେକ ସ୍ଥାନରେ କାର୍ଯ୍ୟ କରୁଛନ୍ତି।

କାନପୁରର ବିକେରୁ ମାମଲାରେ ନିଲମ୍ବିତ ପୋଲିସ କେକେ ଶର୍ମା ପଚରାଉଚରା ବେଳେ କହିଛନ୍ତି ଯେ ଜୁଲାଇ 2 ତାରିଖ ଅପରାହ୍ନ 4 ଟାରେ ବିକାଶ ପୋଲିସ ଷ୍ଟେସନ ଫୋନ କରି ଧମକ ଦେଇଥିଲା । ଯଦି ମାମଲା ବଢେ ତେବେ ବିକରୁ ଗାଁରୁ ମୃତଦେହ ଉଠିବ ବୋଲି ସେ ଧମକ ଦେଇଥିଲା ।

ବିକାଶର ସ୍ଥିତି ଏପରି ଥିଲା ଯେ ଶିବଲି ରୋଡର ଅନେକ ଗ୍ରାମରେ ବିବାଦର ତଦନ୍ତ ପାଇଁ ପୋଲିସ ବିକାଶର ସାହାଯ୍ୟ ନେଉଥିଲା । ଅଧିକାଂଶ ମାମଲା ବିକାଶ ଦୁବେ ତାଙ୍କ ଘରେ ସମାଧାନ କରୁଥିଲେ। ତେବେ କାନପୁର ମାମଲାରେ ଜିଲ୍ଲାପାଳ ତଦନ୍ତ ଆରମ୍ଭ ହୋଇଛି। ଏଡିଏମ୍ ଏଫ୍ଆଇଆର କପି, ପୋଷ୍ଟ ମୋର୍ଟମ ରିପୋର୍ଟ ଇତ୍ୟାଦି ମାଗିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.