ETV Bharat / bharat

ନିସର୍ଗର ସାମ୍ନା କରିବାକୁ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଏନଡିଆରଏଫ ଟିମ ନିୟୋଜିତ

author img

By

Published : Jun 2, 2020, 5:04 PM IST

ସାମୁଦ୍ରିକ ଝଡ ନିସର୍ଗର ସାମ୍ନା କରିବାକୁ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଏନଡିଆରଏଫ ଟିମ ନିୟୋଜିତ । ମୋଟ 21ଟି ଟିମ ନିୟୋଜିତ କରାଯାଇଛି । ଅଧିକ ପଢନ୍ତୁ...

20 NDRF team has been engaged in maharasthra and gujurat for Nisarga
ନିସର୍ଗର ସାମ୍ନା କରିବାକୁ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଏନଡିଆରଏଫ ଟିମ ନିୟୋଜିତ

ମୁମ୍ବାଇ: ଆଗାମୀ 24 ଘଣ୍ଟା ମଧ୍ୟରେ ନିସର୍ଗ ଏକ ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହେବାର ସମ୍ଭାବନା ଥିବାରୁ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଏନଡିଆରଏଫର ଅନେକ ଟିମ୍ ନିୟୋଜିତ ହୋଇଛନ୍ତି ବୋଲି ଏନଡିଆରଏଫ୍ ମହାନିର୍ଦ୍ଦେଶକ ଏସ୍.ଏନ୍ ପ୍ରଧାନ ସୂଚନା ଦେଇଛନ୍ତି।

ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ, ଏନଡିଆରଏଫ ମହାରାଷ୍ଟ୍ରରେ 10 ଟି ଏବଂ ଗୁଜରାଟରେ 11 ଟି ଦଳ ନିୟୋଜିତ କରିଛି । ଗୁଜୁରାଟ ଆଉ ପାଞ୍ଚଟି ଦଳ ମାଗିଛି ତେଣୁ ଆମେ ଭଟିଣ୍ଡା, ଚଣ୍ଡିଗଡ଼ରୁ କର୍ମଚାରୀଙ୍କୁ ବିମାନ ଯୋଗେ ପଠାଇବୁ । ସେମାନେ ମଙ୍ଗଳବାର ରାତିରେ ଗୁଜୁରାଟରେ ପହଞ୍ଚିବେ । ଜରୁରୀକାଳୀନ ପରିସ୍ଥିତି ପାଇଁ ଆମେ ମଧ୍ୟ ମହାରାଷ୍ଟ୍ର ପାଇଁ ଅତିରିକ୍ତ 6 ଟି ଷ୍ଟାଣ୍ଡ-ବାଇ ଦଳ ଏବଂ ଗୁଜୁରାଟ ପାଇଁ ଦୁଇଟି ପ୍ରସ୍ତୁତ ରଖିଛୁ ବୋଲି ଏସ୍.ଏନ୍ ପ୍ରଧାନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ଗୋଟିଏ ପରେ ଗୋଟିଏ ବାତ୍ୟା ଆସୁଛି । ଏହା ଏନଡିଆରଏଫ ପାଇଁ ବଡ ଆହ୍ବାନ । ଏହା ପୂର୍ବରୁ ଆମେ ଏଭଳି ଝଡ ସାମ୍ନା କରିନାହୁଁ। କୋରୋନା ସଂକ୍ରମଣ ସମୟରେ ଝଡକୁ କିଭଳି ନିୟନ୍ତ୍ରଣ କରିବୁ ତାହା ଆମ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଆମେ ଏହି ଦୁଇଟି ଚ୍ୟାଲେଞ୍ଜର ମୁକାବିଲା କରିବାକୁ ପ୍ରସ୍ତୁତ । ଯଥାସମ୍ଭବ ଏନେଇ ଆମେ କାର୍ଯ୍ୟ କରିବୁ । ଆମର ଦଳର ସଦସ୍ୟମାନେ ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ ପ୍ରସ୍ତୁତ ମଧ୍ୟ ରହିଛନ୍ତି । ''

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.