ETV Bharat / bharat

ପେଟରୁ ବାହାରିଲା 20 ସେମିର ଧାରୁଆ ଛୁରୀ - ଧାରୁଆ ଛୁରୀ

ଚିକିତ୍ସା କ୍ଷେତ୍ରରେ ଏମସ ଡାକ୍ତରଙ୍କୁ ଆଉ ଏକ ବଡ ସଫଳତା । ଜଣେ ଯୁବକ 20 ସେମିର ଛୁରୀ ଗିଳିଦେବା ପରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ଯକୃତରୁ ଏହି ଛୁରୀଟିକୁ କାଢିବାରେ ସଫଳତା ପାଇଛନ୍ତି ଡାକ୍ତର । ଅଧିକ ଖବର ପଢନ୍ତୁ...

ପେଟରୁ ବାହାରିଲା 20 ସେମିର ଧାରୁଆ ଛୁରୀ
ପେଟରୁ ବାହାରିଲା 20 ସେମିର ଧାରୁଆ ଛୁରୀ
author img

By

Published : Jul 28, 2020, 11:11 AM IST

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରରେ ଏମସ ଡାକ୍ତରଙ୍କୁ ଆଉ ଏକ ବଡ ସଫଳତା । ଜଣେ ଯୁବକ 20 ସେମିର ଛୁରୀ ଗିଳିଦେବା ପରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ଯକୃତରୁ ଏହି ଛୁରୀଟିକୁ କାଢିବାରେ ସଫଳତା ପାଇଛନ୍ତି ଡାକ୍ତର । ମାତ୍ର ଯୁବକ ଜଣଙ୍କ ଛୁରୀ ଗିଳିଦେବା ପରେ ଦୀର୍ଘ ଦୁଇମାସ ପର୍ଯ୍ୟନ୍ତ ତାଙ୍କୁ କୌଣସି ଯନ୍ତ୍ରଣା ହୋଇନଥିଲା । ପରେ ଧିରେ ଧିରେ ଶାରୀରିକ ଯନ୍ତ୍ରଣା ଆରମ୍ଭ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁସାରେ, ଏମିତି ଏକ ଅଜବ ମାମଲା ହରିୟାଣାର ପାଲୱାଲ ଜିଲ୍ଲାର ଏକ ଗାଁରୁ ଆସିଥିବା ଜଣାପଡିଛି। 28 ବର୍ଷୀୟ ଯୁବକ ଜଣଙ୍କ ଏପରି କାଣ୍ଡ ଘଟାଇବା ପରେ କେହି ଏ ବାବଦରେ ଜାଣିବାକୁ ପାଇନଥିଲେ । ଯେତେବେଳେ ଯୁବକଙ୍କ ପେଟ ଯନ୍ତ୍ରଣା ସହ ଭୋକ ନହେବା ଲକ୍ଷଣ ଦେଖା ଦେଲା ସେତେବେଳେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା।

ଅନ୍ୟପଟେ, ଏମସ ଡାକ୍ତରଙ୍କ କହିବାନୁଯାୟୀ, ଅସ୍ତ୍ରୋପଚାର ବହୁତ ଚ୍ୟାଲେଞ୍ଜିଂ ରହିଥିଲା । ଏମିତିକି ଛୁରୀଟି ଯୁବକଙ୍କ ଯକୃତର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କ୍ଷତି କରିଥିଲା । ଯାହା ଫଳରେ ଯୁବକଙ୍କ ଜୀବନ ପ୍ରତି ବିପଦ ରହିଥିଲା ମାତ୍ର ଅସ୍ତ୍ରୋପଚାର ସଫଳ ହେବା ପରେ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.