ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଅଭାବନୀୟ ଘଟଣା । ଦୁଇ ଛାତ୍ରଙ୍କ ଭିତରେ ମାରପିଟରେ ଜଣେ ଛାତ୍ର ମୃତ । ସ୍କୁଲ କ୍ୟାମ୍ପସରେ ଘଟିଛି ଏଭଳି ଘଟଣା ।
ସୂଚନା ଅନୁସାରେ, ରବିବାର ଗଣତନ୍ତ୍ର ଦିବସ ପାଳନ ପରେ ସ୍କୁଲ କ୍ୟାମ୍ପସରେ ପହଞ୍ଚିଥିଲେ ଉଭୟ। ଖେଳିବା ପାଇଁ ଏକାଠି ହୋଇଥିଲେ କିଛି ପିଲା । କିନ୍ତୁ ହଠାତ ଷଷ୍ଠ ଶ୍ରେଣୀର ଦୁଇ ଛାତ୍ରଙ୍କ ଭିତରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଆଉ ଦୁହେଁ ହାତାହାତି ମଧ୍ୟ ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି ।
ଦୁହିଁଙ୍କୁ ଶିକ୍ଷକ ଆସି ଅଟକାଇ ଥିଲେ । ଫରହାନ କୁରେଶୀ ନାମକ ଛାତ୍ରକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପେଟରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଛାତ୍ରଙ୍କ ମୃ୍ତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।