ETV Bharat / bharat

ଦାନ୍ତେୱାଡାରେ ଏନକାଉଣ୍ଟର, 2 ନକ୍ସଲ ନିପାତ - ଦାନ୍ତେୱାଡାରେ ଏନକାଉଣ୍ଟର

ଅପରାହ୍ନ ପ୍ରାୟ ସାଢେ 2ଟା ସମୟରେ ଏହି ଏନକାଉଣ୍ଟର ହୋଇଥିଲା । ଇନ୍ଦ୍ରାବତୀ ନଦୀର ଦକ୍ଷିଣରେ ଥିବା ତୁମନରର ନୀଲାୱାଡାରେ ଦାନ୍ତେୱାଡା ରିଜର୍ଭ ଗାର୍ଡଙ୍କ ସହ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଅଧିକ ପଢନ୍ତୁ...

ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, 2 ନକ୍ସଲ ମୃତ

author img

By

Published : May 21, 2020, 7:53 PM IST

ଦାନ୍ତେୱାଡା: ଛତିଶଗଡରେ ପୁଣି ସାମନାସାମନି ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲପନ୍ଥୀ । ଦାନ୍ତେୱାଡାରେ ଉଭୟ ପକ୍ଷ ମଧ୍ୟରେ ଗୁରୁବାର ଅପରାହ୍ନରେ ଗୁଳି ବିନିମୟ ହୋଇଛି । ପୋଲିସ ସହ ଏନକାଉଣ୍ଟରରେ 2 ନକ୍ସଲ ମୃତ ହୋଇଥିବା ଜଣାପଡିଛି ।

ଦାନ୍ତେୱାଡା ଏସପି ଅଭିଶେଖ ପଲ୍ଲଭ ଏହି ସୂଚନା ଦେଇ କହିଛନ୍ତି ଯେ ଅପରାହ୍ନ ପ୍ରାୟ ସାଢେ 2ଟା ସମୟରେ ଏହି ଏନକାଉଣ୍ଟର ହୋଇଥିଲା । ଇନ୍ଦ୍ରାବତୀ ନଦୀର ଦକ୍ଷିଣରେ ଥିବା ତୁମନରର ନୀଲାୱାଡାରେ ଦାନ୍ତେୱାଡା ରିଜର୍ଭ ଗାର୍ଡଙ୍କ ସହ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷର ମଧ୍ୟରେ ଫାୟାରିଂ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଜବାବର ସାମନା କରିନପାରି ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ । ଏହାପରେ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ 2 ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା ବୋଲି ଏସପି କହିଛନ୍ତି ।

ଉଭୟ ନକ୍ସଲଙ୍କ ଏରିଆ କମାଣ୍ଡର ଥିବା ଜଣାପଡିଛି । ଘଟଣାସ୍ଥଳରୁ ପୋଲିସ 2ଟି ଦେଶୀ ବନ୍ଧୁକ ସହ 5 କେଜି ବିସ୍ଫୋରକ ସାମଗ୍ରୀ ଆଇଡି ଜବତ କରିଛି । ଗୁଇନ୍ଦା ସୂଚନାନୁସାରେ ପୋଲିସ ଉକ୍ତ ଅଞ୍ଚଳରେ ଅପରେସନ କରିଥିଲା ବୋଲି ଅଭିଶେଖ କହିଛନ୍ତି । ସେଠାରେ ନକ୍ସଲଙ୍କ ବଡ ବଡ କମାଣ୍ଡର ଓ କ୍ୟାଡରଙ୍କ ସମେତ 15ରୁ 20 ଜଣ ଉପସ୍ଥିତ ଥିବାର ଖବର ମିଳିଥିଲା ବୋଲି ସେ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.