ପୁନେ: ମହାରାଷ୍ଟ୍ରରେ ଭିୱାଣ୍ଡିର ଶାନ୍ତି ଅଞ୍ଚଳରେ ଏକ 4 ମହଲା କୋଠା ଭୁଶୁଡି ପଡିବାରୁ 2ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ ଅନ୍ୟ 5ଜଣ ଆହତ ହୋଇଥିବାବେଳେ, ଅନେକ ଫସି ରହିଥିବା ମଧ୍ୟ ଅନୁମାନ କରାଯାଉଛି ।
ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବେଆଇନ ଭାବେ କୋଠାଟି ନିର୍ମାଣ ହୋଇଥିବା ନେଇ ଜଣାପଡିଛି। ଏ ଘଟଣାର ତଦନ୍ତ କରୁଛି ପୋଲିସ ।