ମୁମ୍ବାଇ: ନାଭି ମୁମ୍ବାଇର ନାଭା ସେଭା ପୋର୍ଟରୁ 191 କେଜିର ଡ୍ରଗ୍ସ ଜବତ ହୋଇଛି । ଏଥିରେ 2 ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଓ କଷ୍ଟମ ବିଭାଗର ମିଳିତ ଅପରେସନରେ ଏହା ଜବତ ହୋଇଛି ।
ତେବେ ଜବତ ହୋଇଥିବା ଏହି ଡ୍ରଗ୍ସର ମୂଲ୍ୟ ପ୍ରାୟ ଏକ ହଜାର କୋଟି ଟଙ୍କା ହେବ । ଏହି ଡ୍ରଗ୍ସ ଆଫଗାନସ୍ତାନରୁ ପାଇପ ଯୋଗେ ଚାଲାଣ ହେଉଥିଲା । ଯାହାକୁ ନାଭା ସେଭା ପୋର୍ଟରୁ ଜବତ କରାଯାଇଛି ।
![ନାଭା ସେଭା ପୋର୍ଟରୁ 1 ହଜାର କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ, 2 ଗିରଫ](https://etvbharatimages.akamaized.net/etvbharat/prod-images/mh-tna-01-jnptbreking-mhc10065_10082020110150_1008f_1597037510_847.jpg)
କୋର୍ଟ ଏହି 2 ଅଭିଯୁକ୍ତଙ୍କୁ ପୋଲିସ 14 ଦିନିଆ ହେପାଜତକୁ ପଠାଇଛନ୍ତି । ଏନେଇ ସୂଚନା ଦେଇଛି ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ