ETV Bharat / bharat

23 ବିଦେଶୀ ଜମାତିଙ୍କୁ ଅସ୍ଥାୟୀ ଜେଲରୁ ଜିଲ୍ଲା ଜେଲକୁ ସ୍ଥାନାନ୍ତର - up news

23 ଜଣ ବିଦେଶୀ କରୋନା ସଂକ୍ରମିତ ଜମାତିଙ୍କୁ ଅସ୍ଥାୟୀ ଜେଲରୁ ଜିଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଛି

23 foreign jammaties
23 ଜଣ ବିଦେଶୀ ଜମାତିଙ୍କୁ ଅସ୍ଥାୟୀ ଜେଲରୁ ଜିଲ୍ଲା ଜେଲକୁ ସ୍ଥାନାନ୍ତର
author img

By

Published : May 24, 2020, 2:38 PM IST

ଲକ୍ଷ୍ନୌ: କୋରୋନା ସଂକ୍ରମଣ ବିସ୍ତାର ଅଭିଯୋଗରେ ଅସ୍ଥାୟୀ ଜେଲରେ ରଖାଯାଇଥିବା 23 ଜଣ ବିଦେଶୀ କରୋନା ସଂକ୍ରମିତ ଜମାତିଙ୍କୁ ଅସ୍ଥାୟୀ ଜେଲରୁ ଜିଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ଜେଲକୁ ସ୍ଥାନାନ୍ତର କରାଯିବା ପୂର୍ବରୁ ସମସ୍ତ ବିଦେଶୀ ଜମାତିଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ସେହିପରି ଜେଲକୁ ଯିବା ପୂର୍ବରୁ ସମସ୍ତଙ୍କର ସ୍କ୍ରିନିଂ କରାଯାଇଛି। ଜେଲରେ ସମସ୍ତ ପୁରୁଷ ଜମାତିମାନଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଯାଇଛି । ସେହିପରି ମହିଳା ଜମାତି ମାନଙ୍କୁ ମହିଳା ବ୍ୟାରେକରେ ରଖାଯାଇଛି ।

ସୂଚନା ଅନୁଯାୟୀ, କୋରୋନା ଭାଇରସ ବିସ୍ତାର କରିବା ଅଭିଯୋଗରେ ଏହି ବିଦେଶୀ ଜମାତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେଥିପାଇଁ ସେମାନଙ୍କୁ ଅସ୍ଥାୟୀ କାରାଗାରରେ ରଖାଯାଇଥିଲା। ଯେଉଁଠାରେ ସେମାନେ 1 ମାସରୁ ଅଧିକ ହେବ ସେଠାରେ ରହୁଥିଲେ । ବର୍ତ୍ତମାନ ସେମାନଙ୍କର କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଜିଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଛି।

ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ସାମିଲ ହେବାପରେ ଏହି ବିଦେଶୀ ଜମାତି ମାନେ କୋରୋନା ସଂକ୍ରମିତ ହୋଇଥିଲେ । ଏହାପରେ ଏହି ରୋଗ ଲୁଚାଇବା ଏବଂ ବିସ୍ତାର କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.