ETV Bharat / bharat

172 କୋରୋନା ଆକ୍ରାନ୍ତ ପ୍ରସୂତୀ କଲେ ପ୍ରସବ, 44 ନବଜାତ ସଂକ୍ରମିତ - ଗୁଜୁରାଟରେ 172 କୋରୋନା ପଜିଟିଭ ମହିଳାଙ୍କ ଡେଲିଭରି

ଗୁଜୁରାଟରେ କୋରୋନା ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ପାଉଥିବାବେଳେ, ଏହାର ଶିକାର ହେଉଛନ୍ତି ଗର୍ଭବତୀ ମହିଳା ଓ ଶିଶୁ । ଅଧିକ ପଢନ୍ତୁ..

ଗୁଜୁରାଟରେ 172 କୋରୋନା ପଜିଟିଭ ମହିଳାଙ୍କ ଡେଲିଭରି, 44 ନବଜାତ ସଂକ୍ରମିତ

author img

By

Published : May 31, 2020, 3:42 PM IST

ଗାନ୍ଧୀନଗର: ଗୁଜୁରାଟର ଅହମ୍ମଦାବାଦରେ କୋରୋନା ଦ୍ବାରା ଏକ ଭୟଭୀତ ମାମଲା ସାମ୍ନାକୁ ଆସିଛି । କୁହାଯାଉଛି ଯେ, 172 କୋରୋନା ପଜିଟିଭ ମହିଳା ଅହମ୍ମଦାବାଦର ବିଭିନ୍ନ ଡାକ୍ତରଖାନାରେ ପ୍ରସବ କରିଥିଲେ। ଯେତେବେଳେ ମହିଳାମାନେ ପ୍ରସବ ପାଇଁ ମେଡିକାଲ ଆସିଥିଲେ ସେତେବେଳେ, ସେମାନଙ୍କର କୋରୋନାର କୌଣସି ଲକ୍ଷଣ ନଥିଲା, କିନ୍ତୁ ପ୍ରସବ ପୂର୍ବରୁ ମହିଳାମାନଙ୍କ ରିପୋର୍ଟ କୋରୋନା ପଜିଟିଭ ଥିବା ଦେଖିବାକୁ ମିଳିଥିଲା । ସିଭିଲ ହସ୍ପିଟାଲ, ଏସଭିପି, ସୋଲା ସିଭିଲ, ଶାରଦାବେନ ଏବଂ ଏଲଜି ହସ୍ପିଟାଲରେ କୋରୋନା ସଂକ୍ରମିତ ମହିଳାଙ୍କ ଠାରୁ ଜନ୍ମ ହୋଇଥିବା 172 ଶିଶୁଙ୍କ ମଧ୍ୟରୁ 44 ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି।

ସିଭିଲ ହସ୍ପିଟାଲର ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ମୁଖ୍ୟ ଡାକ୍ତର ଅମିୟ ମେହଟ୍ଟା କହିଛନ୍ତି ଯେ, ମହିଳାମାନେ ସେମାନଙ୍କ ପିଲାମାନେ ସୁରକ୍ଷିତକୁ ରହିବେ କି ନାହିଁ ସେ ନେଇ ବହୁତ ଚିନ୍ତିତ ଅଛନ୍ତି । ତଥ୍ୟ ଅନୁଯାୟୀ, ଗତ 2 ମାସ ମଧ୍ୟରେ 90 ଜଣ ମହିଳାଙ୍କୁ ଡେଲିଭରୀ କରାଯାଇଥିଲା । ଅଧିକାଂଶ କ୍ଷେତ୍ରରେ, ମହିଳାମାନେ କୋରୋନା ପଜିଟିଭ ବୋଲି ଜଣାପଡିଛି, ହେଲେ ଏହି ଘଟଣାର 30 ପ୍ରତିଶତରୁ କମ ଶିଶୁମାନେ କୋରୋନା ପଜିଟିଭ ବୋଲି ଜଣାପଡିଛି ।

ଗତ ଦୁଇ ମାସ ମଧ୍ୟରେ ଏସଭିପି ଡାକ୍ତରଖାନାରେ 70 ଜଣ ମହିଳାଙ୍କୁ ପ୍ରସବ କରାଯାଇଛି। ଏଥିମଧ୍ୟରୁ 15 ଜଣ ପିଲା କୋରୋନା ପଜିଟିଭ ଥିବା ଜଣାପଡିଛି । ଡାକ୍ତର ପାରୁଲ ଶାହ କହିଛନ୍ତି ଯେ, ସ୍ୱାଇନ ଫ୍ଲୁ ପରି ସଂକ୍ରମିତ ରୋଗ ଅପେକ୍ଷା କୋରୋନା ପଜିଟିଭ ମହିଳାମାନେ ଏହାକୁ ଭଲ ଭାବେ ମୁକାବିଲା କରୁଛନ୍ତି । କୋରୋନା ପଜିଟିଭ ମହିଳାଙ୍କ ମଧ୍ୟରୁ କେବଳ ଜଣେ ମହିଳା ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ଅନ୍ୟ ସମସ୍ତ ମହିଳା ଆପେ ଆପେ ସୁସ୍ଥ ହୋଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.