ETV Bharat / bharat

ଛତିଛଗଡ ଜଙ୍ଗଲରୁ 16 ଓଡିଆ ଜଙ୍ଗଲ ମାଫିଆ ଗିରଫ

ଛତିଶଗଡ ଜଙ୍ଗଲ ଉପରେ କବଜା କରୁଥିବା ସମୟରେ 16 ଓଡିଶା ଗିରଫ । ବନ୍ୟଜନ୍ତୁ ସଂରକ୍ଷଣ ମାମଲାରେ ସେମାନଙ୍କ ନାଁରେ ବିଭିନ୍ନ ଦଫା ଲଗାଯାଇ ଛତିଶଗଡ ବନ୍ୟଜନ୍ତୁ ବିଭାଗ ଓ ପୋଲିସ ପକ୍ଷରୁ ସେମାନଙ୍କୁ ଜେଲକୁ ପଠାଯାଇଛି ।

author img

By

Published : Jul 18, 2019, 8:35 PM IST

ଫଟୋ ସୌଜନ୍ୟ-ଇଟିଭି ଭାରତ

ରାୟପୁର: ପଡୋଶୀ ରାଜ୍ୟର ସୀମାରେ ଥିବା ଜଙ୍ଗଲକୁ କବଜା ଅଭିଯୋଗରେ ଛତିଶଗଡ ବନବିଭାଗ 16 ଜଣ ଓଡିଆ ଜଙ୍ଗଲ ମାଫିଆ ଙ୍କୁ ଗିରଫ କରି ଜେଲକୁ ପଠାଇଛି । ଗଛ କାଟିବା ଓ ଜମି ଅଧିଗ୍ରହଣ ମାମଲାରେ ଛତିଶଗଡ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ବନବିଭାଗର କହିବା ଅନୁଯାୟୀ ସୀମାରେ ଥିବା ରାଜ୍ୟର ବାଘ ସଂରକ୍ଷିତ ବନ୍ୟଞ୍ଚଳରେ ଅବୈଧ ପ୍ରବେଶ କରି ଜମି ଅକ୍ତିହାର କରୁଛନ୍ତି ମାଫିଆ ।

ପ୍ରକାଶ ଥାଉ ଯେ, ଗରିଆବନ୍ଦ ଜିଲ୍ଲାର ଓଡିଶା ସହ ସୀମା ସହ ଯୋଡି ହୋଇ ରହିଛି । ଜମି ଅଧିଗ୍ରହଣକୁ ନେଇ ଏଠାରେ ବହୁ ଥର ଧରି ସୀମା ବିବାଦ ମଧ୍ୟ ଦେଖାଦେଇଛି । ଛତିଗଡ ଅଭିଯୋଗ କରିଛି ଯେ, ଓଡିଶା ଏଠାରେ ଗଛ କାଟି କୁଡିଆ ତିଆରି କରି ଜନବସତି ବସାଇବାରେ ଲାଗିଛି । ଏ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ଦେଖାଇ ଜଙ୍ଗଲ ଉପରେ ଚଢାଉ କରି 16 ଜଣିଆ ମାଫିଆଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ-ଇଟିଭି ଭାରତ

ଓଡିଶାର ବହୁ ଜଙ୍ଗଲ ମାଫିଆ ଛତିଶଡ ବନାଞ୍ଚଳର ପ୍ରାୟ 5 ଏକର ଜମି ସଫା କରି ଫସଲ କରିବାକୁ ଲାଗି ପଡିଥିଲେ । ଯାହାର ପ୍ରଭାବ ରାଜ୍ୟର ବନ୍ୟଜନ୍ତୁଙ୍କ ସଂରକ୍ଷଣକୁ ହାନି ପହଞ୍ଚାଇବା ସହ ପରିବେଶ ସନ୍ତୁଳନ ଉପରେ ପଡୁଛି । ଏଣୁ ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ଟାଇଗର ରିଜର୍ଭ ସଂରକ୍ଷଣ ପକ୍ଷରୁ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କୁହାଯାଇଛି ।

Intro:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି କନ୍ଧ ଅଧ୍ୟୁଷିତ ଘୋଡାଡିଆଁ ଗ୍ରାମ ।ଦୀପ ତଳ ଅନ୍ଧାର ଭଳି ଏହି ଆଦିବାସୀ ଅଧ୍ୟୁଷିତ ଗାଁ ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।କାରଣ ଚାରିଛକ ର ଏତେ ପାଖରେ ଥିବା ଗାଁ କୁ ସବୁଦିନିଆ ରାସ୍ତା ଟିଏ ନାହିଁ ।ଏଥିପାଇଁ ବାଧକ ସାଜିଥାଏ ଗାଁ ପାଖରେ ବୋହିଥିବା ଜଙ୍ଗଲୀ ଝରଣା ଘୋଡାଡିଆଁ ନାଳ ।ଗାଁ ର ମାତ୍ର ତିନି ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଗାଁ ରେ ନାହିଁ ଅଙ୍ଗନବାଡି ।ଫଳରେ ଶିଶୁ ମାନେ ପ୍ରାୟ ସମୟରେ ଅପପୁଷ୍ଟିର ଶୀକାର ହୋଇଥାନ୍ତି ।ବର୍ଷା ଦିନରେ ତ ବ୍ୟବସ୍ଥା କଥା ନ କହିବା ଭଲ ।କାରଣ ଝରଣା ରେ ପାଣି ଅଧିକ ଆସିଲେ ଏହି ଗାଁ ଲୋକେ ପଡୋଶୀ କନ୍ଧମାଳ ଜିଲ୍ଲାର ପାହାଡ ଜଙ୍ଗଲ ରାସ୍ତା ଦେଇ ଚାରିଛକସ୍ଥିତ ବାଣୀଭୂଷଣପୁର ପଞ୍ଚାୟତ କାର୍ଯ୍ୟାଳୟ କୁ ଆସିଥାନ୍ତି । ସରକାରଙ୍କ ଏତେ ସବୁ ଯୋଜନା ମଧ୍ୟରେ ଘୋଡାଡିଆଁ ବାସୀ କିନ୍ତୁ ସତେ ଯେପରି ଅଲୋଡା ହୋଇପଡଛନ୍ତି ।ଏହି କନ୍ଧ ଅଧ୍ୟୁଷିତ ଗାଁ ଉପରେ ପ୍ରଶାସନ ଦୃଷ୍ଟି ଦେଲେ ଏମାନେ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇ ଉନ୍ନତି କରିପାରନ୍ତେ ।

Body:ହରଭଙ୍ଗା ବ୍ଲକର ସଦର ଚାରିଛକ ର ଅବହେଳିତ ଘୋଡାଡିଆଁ ଗ୍ରାମ ।

Conclusion:ବାଇଟ-୧-ଦିବ୍ୟକିଶୋର ମଲ୍ଲିକ,ଗ୍ରାମବାସୀ
ବାଇଟ-୨-ଅଭି ମଲ୍ଲିକ,ଗ୍ରାମବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.