ETV Bharat / bharat

ମନେପଡେ 2014 ମସିହା ଠିକ୍ ଆଜିର ଦିନ

କ’ଣ ସେହି ମୋଦି ମ୍ୟାଜିକ ? ବିଶ୍ବ ଦେଖିଥିଲା ମୋଦି ଜଲୱ୍ବା । ପ୍ରଥମଥର ପାଇଁ ବିଜେପିକୁ ମିଳିଥିଲା ବହୁମତ । ମନେପଡେ 2014 ମେ 16 ଅର୍ଥାତ ଆଜିର ଦିନ ।

author img

By

Published : May 16, 2019, 12:41 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସେଦିନ ସାରା ବିଶ୍ବର ନଜର ଅଟକି ରହିଥାଏ ଟିଭି ପରଦା ଉପରେ । ସମସ୍ତଙ୍କ ରିମୋଟ ବଟନରେ ଭାରତୀୟ ନ୍ୟୁଜ ଚ୍ୟାନେଲ । ଶକ୍ତିଶାଳୀ ଦେଶଗୁଡିକର ମୁଖ୍ୟ ବି ଗଣମାଧ୍ୟମ ଉପରେ ଅପଡେଟ ରହୁଥାନ୍ତି । କାହିଁକି ନା ସେଦିନ ବାହାରିବାର ଥିଲା ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚନ ଫଳଫଳ । ମୋଦି ମ୍ୟାଜିକ ଦେଖୁଥିଲେ ବିଶ୍ବବାସୀ ।

2014 ମସିହା ଠିକ ଆଜିର ଦିନ ଅର୍ଥାତ ମେ 16 । ଭାରତର ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଥାଏ । ଗୋଟିଏ ପଟେ ବାଜପେୟୀ ସରକାରଙ୍କୁ ମାତ ଦେଇ 10 ବର୍ଷ ହେଲା ଶାସନ ଗାଦିରେ ଥିବା କଂଗ୍ରେସ ପୁଣି କ୍ଷମତା ହାସଲର ଆଶା ରଖିଥାଏ । ଅନ୍ୟପଟେ ମୋଦି ଲହରରେ ଇତିହାସ ତିଆରି କରିବାର ସ୍ବପ୍ନ ଦେଖୁଥାଏ ଭାରତୀୟ ଜନତା ପାର୍ଟି ।

ଆରମ୍ଭ ହୁଏ ଭୋଟ ଗଣତି । ନେତାଙ୍କ ହୃଦସ୍ପନ୍ଦନ ବି ବଢୁଥାଏ । ସତରେ କ’ଣ ମୋଦି ମ୍ୟାଜିକ କିଛି ଚମତ୍କାର କରିବ ? କଂଗ୍ରେସକୁ ଗାଦିଚ୍ୟୁତ କରିବାରେ ସଫଳ ହେବେ ମୋଦି ? ଏଭଳି କିଛି ଆଶା ଆଶଙ୍କାରେ ଥାଆନ୍ତି ଦେଶବାସୀ । ଅନ୍ୟଦେଶର ବି ନଜରରେ ଭାରତ ଆଉ ମୋଦି ହିଁ ଦେଖାଯାଉଥାନ୍ତି । କାହିଁକି ନା 2002 ଗୁଜୁରାଟ ଦଙ୍ଗାକୁ ନେଇ ଅନେକ ଦେଶ ମୋଦିଙ୍କୁ ଏକ ଭିନ୍ନ ଦୃଷ୍ଟିରେ ନେଇଯାଇଥିଲେ ।

ଭୋଟ ଗଣତି ଆରମ୍ଭରୁ ହିଁ ଚମତ୍କାର । ହଁ, ପୂର୍ବରୁ ଶୁଣିଥିଲେ ହେଲେ ସେଦିନ ବିଶ୍ବବାସୀ ଦେଖିବାକୁ ପାଇଥିଲେ ମୋଦି ମ୍ୟାଜିକ । ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରୁ ହିଁ ଖବର ଆସିଲା ବିଜେପି ଆଗୁଆ । ସତରେ ମୋଦି ମ୍ୟାଜିକ କିଛି ଚମତ୍କାର କରିବ ? ସମସ୍ତଙ୍କ ଉତ୍ସାହ ବଢୁଥାଏ । କିଛି ସମୟ ବିଜୁଳି କଟିଗଲେ ମନ ଇତସ୍ତତ ହୋଇଉଠୁଥାଏ ।

ଚାଲିଥାଏ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଭୋଟ ଗଣତି । କମାଲ କରୁଥାଏ ବିଜେପି । ଧରାଶାୟୀ ହେଉଥାଏ କଂଗ୍ରେସ । ଚମତ୍କାର ତ ହେଲା, ହେଲେ ଏପରି ଚମତ୍କାର ଯାହା ଲୋକଙ୍କ କଳ୍ପନା ବାହାରେ । ପ୍ରଥମଥର ପାଇଁ ନିଜ ଦମ୍‌ରେ ବହୁମତ ପାଇବାକୁ ଯାଉଥାଏ ବିଜେପି । ବଦଳିଗଲା ଦେଶର ରାଜନୈତିକ ମାହୋଲ । ମା’ଙ୍କୁ ଦେଖା କରିବା ପାଇଁ ମୋଦି ଯାଆନ୍ତି । ଏପଟେ ମୋଦି ମ୍ୟାଜିକକୁ ଦେଖୁଥାଏ ବିଶ୍ବ ।

ମେ 16ର ରାତି । ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା, ବଦଳିବ ସରକାର । କ୍ଷମତାକୁ ଆସିବ ଏନଡିଏ । ଜଣେ ଚା ବାଲା ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ମୋଦି ମ୍ୟାଜିକକୁ ବର୍ଣ୍ଣନା କରିବା ପାଇଁ ଭାଷା ଖୋଜୁଥାଏ ପ୍ରିଣ୍ଟ ମିଡିଆ । କାହିଁକି ନା ରାତି ପାହିଲେ, ମ୍ୟାଜିକ ପଢିବ ଦେଶ ।

ମେ 17 । ବିଶ୍ବ ଗଣମାଧ୍ୟମର ଫ୍ରଣ୍ଟ ପେଜରେ ହିଁ ମୋଦି ଜଲୱା । ଏମିତି କିଛି ଥିଲା ହେଡଲାଇନ ।

  • ନମୋ ଭାରତ
  • ଅବକି ବାର ଚମତ୍କାର
  • Har har hurricane....roads into Delhi
  • Modi makes history
  • Modi decimates Congress
  • India opposition triumphs
  • Modi works his magic
  • New era as Modi sweeps to power
  • Hindu-nationalisten triumphieren in India

ଏବେ ଅପେକ୍ଷା ମେ 23କୁ । କେନ୍ଦ୍ରରେ କେଉଁଦଳ ସରକାର ଗଢିବ, ହେବ ଫଇସଲା । ଆହୁରି ବି ଅପେକ୍ଷା ମେ 24କୁ । କାହିଁକି ନା ଏହି ଦିନ ବିଶ୍ବ ଗଣମାଧ୍ୟମର ଫ୍ରଣ୍ଟ ପେଜର କେମିତି ହେବ ହେଡଲାଇନ ? ପାଖେଇ ଆସୁଛି ଦିନ, ବଢୁଛି ଉତ୍କଣ୍ଠା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

FGH

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.