ETV Bharat / bharat

ବାପୁଙ୍କୁ ‘ଇଟିଭି ଭାରତ’ର ଶ୍ରଦ୍ଧାଞ୍ଜଳି: 11ଟି ଭାଷାରେ ‘ବୈଷ୍ଣବ ଜନ ତୋ’ - 11ଟି ଭାଷାରେ ବୈଷ୍ଣବ ଜନ ତୋ ଭଜନ

150ତମ ଗାନ୍ଧୀ ଜୟନ୍ତୀରେ ରାଷ୍ଟ୍ରପିତାଙ୍କୁ ଶତଶତ ପ୍ରଣାମ । ଅଗଷ୍ଟ 15ରୁ ଲଗାତାର 47 ଦିନ ଧରି ଜାତିର ପିତା ଗାନ୍ଧୀଙ୍କୁ ନେଇ କରିଥିଲା ସ୍ବତନ୍ତ୍ର ଉପସ୍ଥାପନା । ପୁଣିଥରେ ଭାରତକୁ ଗାନ୍ଧୀମନ୍ତ୍ରରେ ବାନ୍ଧି ରଖିବାକୁ 11ଟି ଭାଷାରେ ଇଟିଭି ଭାରତ ଲଞ୍ଚ କରିଛି ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ ତେନେ କହିୟେ ଯେ, ପୀଡ ପରାୟି ଜାନେରେ’... ଏହି ଅବସରରେ ଜାତିର ଜନକଙ୍କୁ ‘ଇଟିଭି ଭାରତ’ର ବିନମ୍ର ଶ୍ରଦ୍ଧାଞ୍ଜଳି...

ଡିଜାଇନ ଫଟୋ
author img

By

Published : Oct 1, 2019, 9:20 PM IST

Updated : Oct 2, 2019, 9:17 AM IST

ହାଇଦ୍ରାବାଦ: ସାରା ଦେଶରେ ପାଳିତ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ । ହେଲେ ଇଟିଭି ଭାରତ ବାପୁଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ ରେ କହିୟେ, ତେ ପିଡ ପରାୟେ ଜାନେ ରେ, ପର ଦୁଃଖ ଉପକାର କରେ ତୋ ମାନ ଅଭିମାନରେ’ ରଷ୍ଟ୍ରୀୟ ଏକତ। ଓ ସଂହତିର ନିଆରା ଭାବ ସୃଷ୍ଟି କରିବା ପାଇଁ ନିଆରା ପ୍ରୟାସରେ ନିମଜ୍ଜିତ ରହିଥିଲା ।

ଜଣେ ପରମ ବୈଷ୍ଣବ ପ୍ରାଣକୁ ନିଜ ଭିତରେ ପ୍ରତିଷ୍ଠା କରିଥିଲେ ବାପୁ । ଫଳ ସ୍ବରୁପ ଅନ୍ୟର ପୀଡାକୁ ସେ ଅନୁଭବ କରି ପାରୁଥିଲେ ତଥା ସେବା ଶୁଶ୍ରୂଷୁରେ ମାନବ ଧର୍ମର ପାଳନ କରୁଥିଲେ । ଏହା କରି ସେ କେବେ ହେଲେ କାହା ପ୍ରତି ଅନୁଗ୍ରହ କରୁଥବା ଚିନ୍ତା କରୁନଥିଲେ । ତଥା ଏଥି ପାଇଁ କେବେ ହଲେ ଗର୍ବ ଅନୁଭବ କରୁନଥିଲେ ମହାତ୍ମା ।

ଏକ ବିଶାଳ ଦେଶ ଭାରତ ବର୍ଷ, ବିବିଧତା ମଧ୍ୟରେ ଏକତା ଓ ସୁନ୍ଦରତାର ସ୍ବର୍ଗ ଏହି ଅଖଣ୍ଡ ଆର୍ଯ୍ୟବର୍ତ୍ତ । ପଞ୍ଚଦଶ ଶତାବ୍ଦୀର ଗୁଜୁରାଟ କବି ନରସିହ୍ନା ମେହେତାଙ୍କ ଭଜନ ମାଧ୍ୟମରେ ସମଗ୍ର ଭାରତକୁ ସତ୍ୟ, ଅହିଂସା, ସମାନତାର ବାର୍ତ୍ତା ବାଣ୍ଟିବା ସହ ଏକତା ସୂତ୍ରରେ ଯୋଡିବା ପାଇଁ ‘ଇଟିଭି ଭାରତ’ କରିଛି ଭିନ୍ନ ଓ ସ୍ବତନ୍ତ୍ର ପ୍ରୟାସ । ଏହି କବିତା ବୈଷ୍ଣବଙ୍କ ଜୀବନ ଓ ଆଦର୍ଶକୁ ଅତ୍ୟନ୍ତ ଚମତ୍କାର ଓ ସୁନ୍ଦରତା ଭାବରେ ଦର୍ଶାଉଛି । ଭଜନର ପ୍ରତିଟି ପଦରେ ଭାବ ଓ କରୁଣା ପରିପୂର୍ଣ୍ଣ ହୋଇ ରହିଛି । କବି ନରସିହ୍ନା ମେହେତା ସାଂସାରିକ ଜୀବନକୁ ପରିତ୍ୟାଗ କରି ଭକ୍ତି ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା ଓ ଶକ୍ତି ରୂପରେ ଉଦ୍ଭା ହୋଇଥିଲେ ।

ସେହିଭଳି ମାହତ୍ମା ଗାନ୍ଧୀ ଗୁଜୁରାଟର ଆଦି କବି ନରସି ଭଗତଙ୍କ ବଡ ପ୍ରଂଶସକ ଥିଲେ । ଗାନ୍ଧୀ ତାଙ୍କର ଲେଖିବା ଶୈଳୀରେ ସରଳତା , ଭକ୍ତି ଭାବର ନଗୂଢତା, ନୀଡରତା ସହ ବିନ୍ରମତାର ଆଲେଖ୍ୟରୁ ଅନୁପ୍ରାଣିତ ଓ ଅନୁପ୍ରେରିତ ହୋଇଥିଲେ । ତାଙ୍କର ଭଜନରେ ବିଭିନ୍ନ ଜାତି ତଥା ଭିନ୍ନ ଭିନ୍ନ ବର୍ଗଙ୍କ ହୃଦୟରେ ଖୁସି ଭରି ଦେବା ପାଇଁ ସକଳ ପ୍ରୟାସ କରାଯାଇଥିଲା । ଯାହା ସେ ସମୟରେ ସବୁଠାରୁ ବଡ ଆବଶ୍ୟକତା ରହିଥିଲା ।

11ଟି ଭାଷାରେ ’ବୈଷ୍ଣବ ଜନ ତୋ’
ଏହି ଭଜନ ସାବରମତୀ ଆଶ୍ରମରେ ନିତ୍ୟ ପ୍ରତ୍ୟହ ପ୍ରଦର୍ଶନର ଏକ ଅଂଶ ବିଶେଷ ରହିଥିଲା । ଏତଦ୍‌ବ୍ୟତୀତ ଏହି ଭଜନ ସ୍ବାଧୀନତା ସଂଗ୍ରାମୀଙ୍କୁ ଅହିଂସା ଓ ଭାଇଚାରାର ବାର୍ତ୍ତା ବାଣ୍ଟିବା ପାଇଁ ଏକ ସର୍ବୋତ୍କୃଷ୍ଟ ମାଧ୍ୟମ ପାଲଟି ଯାଇଥିଲା । ପର ମୁହୂର୍ତ୍ତରେ ବାପୁ ଏହି ଭଜନକୁ ଜୀବନ ବ୍ୟାପୀ ପ୍ରଚାର ଓ ଅଭ୍ୟାସ କରିଥିଲେ । ‘ଇଟିଭି ଭାରତ’ ଏକ ବହୁଭାଷୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ । ଆମ ଦେଶ ଭାରତ ଭଳି ବାସ୍ତବରେ ‘ଇଟିଭି ଭାରତ’ରେ ବିବିଧତା ମଧ୍ୟରେ ଏକତା ଓ ସୁନ୍ଦରତାରର ଅନନ୍ୟ ଉଦାହରଣ ପରିଦୃଷ୍ଟ ହୋଇଥାଏ । ଭିନ୍ନ ଭିନ୍ନ ସଂସ୍କୃତି, ପରମ୍ପରା, ଭିନ୍ନ ଭିନ୍ନ ଅଞ୍ଚଳବାସୀଙ୍କ ଦୃଷ୍ଟିଭଙ୍ଗୀ, ଭାରତୀୟଙ୍କ ଉଚ୍ଚ ଅଭିଳାଷକୁ ଦର୍ଶାଇଥାଏ ।ଏକ ଡିଜିଟାଲ ପ୍ଲାଟଫର୍ମ ରୂପରେ ଇଟିଭି ଭାରତ ସୀମା ସରହଦର ବହୁ ଉର୍ଦ୍ଧ୍ବରେ । ପ୍ରତ୍ୟେକ ଭାରତୀୟଙ୍କ ସଫଳତାର କାହାଣୀ, ବିଜୟର ଗାଥା ଲୋକଲୋଚନକୁ ଆଣିବା ପାଇଁ ସଦାସର୍ବଦା ଚେଷ୍ଟିତ । ନରସିହ୍ନା ମେହେତାଙ୍କ ଭଜନ ମାଧ୍ୟମରେ ଜଣେ ସାଧାରଣ ଲୋକର ବ୍ୟଥା ବେଦନାକୁ ପରିବେଷିତ କରାଯାଇଛି । ଏମିତି ଏକ ସମୟ ଯେତେବେଳେ ମାନବତା ସହ ଦେଶବାସୀଙ୍କ ପାଇଁ ଦୟାର ଆବଶ୍ୟକତା ଅନୁଭୁତ ହେଉଥିଲା, ସେତେବେଳେ ଇଟିଭି ଭାରତ ଗୋଟିଏ ମଞ୍ଚରେ ସର୍ବଶ୍ରେଷ୍ଠ ଭାରତୀୟ ସଂଗୀତକାରଙ୍କୁ ସାମ୍ନାକୁ ଆଣିବା ପାଇଁ ଅଦମ୍ୟ ପ୍ରୟାସ କରିଛି । ଯେଉଁମାନେ ସାରା ଜୀବନ ଭାରତୀୟ ବିବିଧତାର ପ୍ରତିନିଧିତ୍ବ କରିଥିଲେ ।ସୁପ୍ରସିଦ୍ଧ ତାମିଲ ସଂଗୀତଜ୍ଞ (ପି ଉନ୍ନିକୃଷ୍ଣନ), ତେଲଗୁ, (ଏସପି ବାଲା ସୁବ୍ରମଣ୍ୟମ), କନ୍ନଡ(ପି.ବିଜୟ ପ୍ରକାଶ). ଗୁଜୁରାଟୀ (ଯୋଗେଶ ଗଢବୀ), ଆସାମୀ( ପୁଲକ ବାନାର୍ଜୀ), ମରାଠୀ( ବୈଶାଳୀ ମେଡ), ମାଲାୟଲମ( କେ, ଏସ. ଚିତ୍ରା), ପଞ୍ଜାବୀ( ଶଙ୍କର ସାହାଣୀ), ବଙ୍ଗାଳୀ( ହୈମନ୍ତୀ ଶୁକ୍ଲା), ଓଡିଆ ( ସୁବାଶ ଚନ୍ଦ୍ର ଦାଶ) ଓ ହିନ୍ଦୀ(ଚନ୍ନୁ ଲାଲ ମିଶ୍ରା ଓ ସଲାମତ ଖାନ) ପ୍ରମୁଖ ସଂଗୀତ ଶିଳ୍ପୀ ନିଜ ସ୍ବର ମାଧ୍ୟମରେ ରାଷ୍ଟ୍ର ପିତାଙ୍କୁ ସମୃଦ୍ଧ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରୟାସ କରିଛନ୍ତି ।

ଏହି ସଂଗୀତଟି ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ବାସୁ ରାଓ ସଲୁରୀଙ୍କ ଦ୍ବାର ସ୍ବର ସଂଯୋଜିତ ଓ ଅଜିତ ନାଗଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିଲା । ଏହି ସଂଗୀତକୁ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ସୁଟ କରାଯାଇଥିଲା । ଏହି ଭିଡିଓରେ ବାପୁଙ୍କ ପ୍ରିୟ ଭଜନ ମାଧ୍ୟମରେ ଏକ ସମୃଦ୍ଧ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରାଯିବାର ସୁପ୍ରୟାସ ପ୍ରତୀୟମାନ ହେଉଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Oct 2, 2019, 9:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.