ମୁମ୍ବାଇ: ମହାରାଷ୍ଟ୍ରରେ ଗମ୍ଭୀର ହେବାରେ ଲାଗିଛି ସ୍ଥିତି । ପ୍ରତି ଘଣ୍ଟାରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଆହୁରି 14 ଜଣଙ୍କର ରକ୍ତ ନମୁନା ରିପୋର୍ଟ ପଜିଟିଭ ଆସିଛି । ସେମାନେ ନାଗପୁର ଅଞ୍ଚଳର ବୋଲି ଜଣାପଡିଛି ।
ଏନେଇ ସୂଚନା ଦେଇଛନ୍ତି ନାଗପୁର ମ୍ୟୁନସିପାଲିଟ କମିଶନର ତୁକାରାମ ମୁଣ୍ଡେ। ମହାମାରୀ କୋରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 1761 ଏବଂ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 127ରେ ପହଞ୍ଚିଲାଣି ।
@ANI