ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ସହ ଅହେତୁକ ଭାବେ କମିଛି ମୃତ୍ୟୁ ସଂଖ୍ୟା। ଦୀର୍ଘ ଦିନ ଧରି ବଢିଚାଲିଥିବା ସଂକ୍ରମଣ ଏବେ ଧିରେ ଧିରେ କମିବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 13 ହଜାର 052ଟି ନୂଆ ସଂକ୍ରମଣ ରିପୋର୍ଟ ହୋଇଛି । ସେଥିମଧ୍ୟରୁ 127 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 13 ହଜାର 965 ଜଣ ସୁସ୍ଥ ହୋଇଛନ୍ତି ।
ତେବେ ନୂଆ ରିପୋର୍ଟକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 7 ଲକ୍ଷ 46 ହଜାର 183କୁ ବୃଦ୍ଧି ଘଟିଛି। ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 54 ହଜାର 274 ପାର କରିଛି । ଅନ୍ୟପଟେ 1 କୋଟି 4 ଲକ୍ଷ 23 ହଜାର 125 ଜଣ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 68 ହଜାର 784 ଜଣ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
@ANI