ETV Bharat / bharat

ସାନିଟାଇଜର ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି

author img

By

Published : Aug 1, 2020, 4:15 PM IST

ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାର କୁରିଚେଡୁ ଗ୍ରାମରେ ସାନିଟାଇଜର ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ବୋଲି ଶନିବାର ପୋଲିସ ସୂଚନା ଦେଇଛନ୍ତି ।

death
ସାନିଟାଇଜର ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି

ଅମରାବତୀ: ସାନିଟାଇଜର ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି । ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାର କୁରିଚେଡୁ ଗ୍ରାମରେ ସାନିଟାଇଜର ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ବୋଲି ଶନିବାର ପୋଲିସ ସୂଚନା ଦେଇଛନ୍ତି ।

ଏକ ଗଣମାଧ୍ୟମକୁ ସୂଚନା ଦେଇ ଡିଏସପି କେ ପ୍ରକାଶ ରାଓ କହିଛନ୍ତି, ସଟଡାଉନ କାରଣରୁ ମଦ ଦୋକାନ ବନ୍ଦ ଥିବା ହେତୁ ପିଡିତମାନେ ମେଡିକାଲ ଷ୍ଟୋରରେ ଥିବା ସାନିଟାଇଜର ପିଇଥିଲେ । ସମସ୍ତ ପିଡିତ ଗରିବ ଶ୍ରେଣୀର ଅଟନ୍ତି ବୋଲି ଡିଏସପି କହିଛନ୍ତି ।

ଏପଟେ ମୃତକମାନେ ମଦରେ ସାନିଟାଇଜର ମିଶାଇ ପିଇଥିବା ଗୁଜବକୁ ନେଇ ଡିଏସପି ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ମୃତ 13 ଜଣ ବ୍ୟକ୍ତି କେବଳ ସାନିଟାଇଜର ପିଇଥିଲେ । ଯେଉଁଥିରେ ସେମାନଙ୍କର ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ଶୁକ୍ରବାର 3 ଜଣ ଭିକାରୀ, 3 ଜଣ ରିକ୍ସା ଚାଲକ ଓ 3 ଜଣ କୁଲି ସାନିଟାଇଜର ପିଇ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଏହି ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.