ମୁମ୍ବାଇ: ମହାରାଷ୍ଟ୍ର ପୋଲିସରେ ଆତଙ୍କ ଖେଳାଇଛି କୋରୋନା । ଗତ 2 ଦିନ ମଧ୍ୟରେ 129 ନୂଆ ମାମଲା ସ୍ପଷ୍ଟ ହୋଇଛି । ଏହାସହ ଏବେ ସୁଦ୍ଧା ମହାରାଷ୍ଟ୍ର ପୋଲିସରେ 3 ହଜାର ଉପରେ ଆକ୍ରାନ୍ତ ରହିଥିବା ସୂଚନା ରହିଛି ।
ମହାରାଷ୍ଟ୍ର ପୋଲିସ ସୂଚନାନୁସାରେ ଗତ 2 ଦିନରେ 129 ଜଣ ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଏବେ ଯାଏଁ ମୋଟ୍ 3388 ପୋଲିସ କୋଭିଡ 19ର ଶିକାର ହୋଇଥିବା ଜଣାପଡିଛି ।
ଏମାନଙ୍କ ମଧ୍ୟରୁ 1388ଟି ଆକ୍ଟିଭ କେସ ରହିଛି । ବାକି 1945 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସେହିପରି 36 ଜଣ ପୋଲିସ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।