ନୂଆଦିଲ୍ଲୀ: ଦେଶରେ ଏବେ ବି ଜାରି ରହିଛି କୋରୋନା ପ୍ରକୋପ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 12 ହଜାର 689ଟି ନୂଆ ସଂକ୍ରମଣ ରିପୋର୍ଟ ହୋଇଛି । ସେଥିମଧ୍ୟରୁ 137 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 13 ହଜାର 320 ଜଣ ସୁସ୍ଥ ହୋଇଛନ୍ତି ।
ତେବେ ନୂଆ ରିପୋର୍ଟକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 6 ଲକ୍ଷ 89 ହଜାର 527କୁ ବୃଦ୍ଧି ଘଟିଛି। ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 53 ହଜାର 724 ପାର କରିଛି । ତେବେ ଅଦ୍ୟାବଧି 1 କୋଟି 3 ଲକ୍ଷ 59 ହଜାର 305 ଜଣ ସୁସ୍ଥ ହୋଇଥିବା ବେଳେ 1 ଲକ୍ଷ 85 ହଜାର 662 ଜଣ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଅନ୍ୟପଟେ କୋରୋନା ଟିକାକରଣ ଦେଶରେ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା 20 ଲକ୍ଷ 29 ହଜାର 480 ଜଣ ଟିକା ନେଇ ସାରିଛନ୍ତି ।
@ANI