ETV Bharat / bharat

ଚର୍ଚ୍ଚାରେ ଚଣ୍ଡିଗଡର ସ୍କେଟିଂ କୁଇନ ଜାହ୍ନବି

author img

By

Published : Jul 24, 2020, 9:39 PM IST

ଚଣ୍ଡିଗଡର ସପ୍ତମ ଶ୍ରେଣୀରେ ପଢୁଥିବା 12 ବର୍ଷର ବାଳିକା ଜାହ୍ନବିଙ୍କ ସ୍କେଟିଂ ସହ ପଞ୍ଜାବୀ ସଂଗୀତରେ ଭାଙ୍ଗଡା ଡାନ୍ସ ଭାଇରାଲ ହୋଇଛି ।

12 year old girl bhangra on skates in chandigarh
ଚର୍ଚ୍ଚାରେ ଚଣ୍ଡିଗଡର ସ୍କେଟିଂ କୁଇନ ଜାହ୍ନବି

ଚଣ୍ଡିଗଡ: କୁହାଯାଏ ତୁଳସୀ ଦୁଇ ପତ୍ରରୁ ବାସେ । ଶିଶୁର ପ୍ରତିଭାର ପରିଚୟ ପ୍ରଥମେ ପିତାମାତାଙ୍କୁ ମିଳିଥାଏ । ତେବେ ପ୍ରତିଭାର ବିକାଶ ପରିବାରରୁ ଆରମ୍ଭ ହୁଏ । ଠିକ୍ ଯେମିତି ଚଣ୍ଡିଗଡର ସପ୍ତମ ଶ୍ରେଣୀରେ ପଢୁଥିବା ଜାହ୍ନବିଙ୍କ କ୍ଷେତ୍ରରେ ହୋଇଛି ।

ଚର୍ଚ୍ଚାରେ ଚଣ୍ଡିଗଡର ସ୍କେଟିଂ କୁଇନ ଜାହ୍ନବି

ପରିବାରର ସହଯୋଗ ଓ ପିତାଙ୍କ ପ୍ରେରଣା ବଳରେ ସେ କୁନି ବୟସରେ ବି ହୋଇପାରିଛନ୍ତି ସୁପରିଚିତ । ମାଟିରୁ ମାଠିଆ କରିଛନ୍ତି ଜାହ୍ନବିଙ୍କ ପିତା ମନିଷ ଜିନ୍ଦଲ ।

ମାତ୍ର 12ବର୍ଷରେ ସ୍କେଟିଂ କୁଇନ୍ ପାଲଟିଛନ୍ତି ଜାହ୍ନବି । କେବଳ ସ୍କେଟିଂ ନୁହେଁ ବରଂ ପଞ୍ଜାବୀ ସଂଗୀତରେ ଡାନ୍ସ ମଧ୍ୟ କରୁଛନ୍ତି । କୁନି ପାଦରେ ଜାହ୍ନବିଙ୍କର ସ୍କେଟିଂ ଭିଡିଓ ଭାଇରାଲ ହେବାପରେ, ସମସ୍ତ ପ୍ରଂଶସା କରୁଛନ୍ତି । ଜାତୀୟ ସ୍ତରରେ ଚଣ୍ଡିଗଡ ପକ୍ଷରୁ ଭାଗନେଇ ସ୍ବର୍ଣ୍ଣ ପଦକ ବିଜେତା ମଧ୍ୟ ରହିଛନ୍ତି । ଆଗକୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପାଇଁ ପ୍ରତିନିଧିତ୍ବ କରିବା ସହ ସ୍ବର୍ଣ୍ଣ ପଦକ ବିଜୟ ଲକ୍ଷ୍ୟ ଥିବା ଜାହ୍ନବି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.