ETV Bharat / bharat

ହାରିଲା କୋରୋନା, ଜିତିଲେ 105 ବର୍ଷିୟ ବୃଦ୍ଧା - 105 year old woman recover from corona

କୋରୋନାକୁ ହରାଇଲେ 105 ବର୍ଷିୟ ବୃଦ୍ଧା । ହୋମ ଆଇସୋଲେସନରେ ରହି ହେଉଥିଲେ ଚିକିତ୍ସା । ଅଧିକ ପଢନ୍ତୁ.....

105 year old woman becomes the oldest person in Karnataka to recover from coronavirus
ହାରିଲା କୋରୋନା ,ଜିତିଲେ 105 ବର୍ଷିୟ ବୃଦ୍ଧା
author img

By

Published : Sep 14, 2020, 8:00 AM IST

ବେଙ୍ଗାଲୁରୁ: କୋରୋନାକୁ ହରାଇଲେ 105 ବର୍ଷିୟ ବୃଦ୍ଧା । ବୟସରେ ଅପରାହ୍ନରେ ପହଞ୍ଚିଥିଲେ ବି ଉତ୍ତମ ଚିକିତ୍ସା ଓ ଦୃଢ ଆତ୍ମ ବିଶ୍ବାସ ଯୋଗୁଁ ମହାମାରୀକୁ ପ୍ରତିହତ କରିଛନ୍ତି କୋପାଲ ଜିଲ୍ଲା କାଟରର୍କି ଗାଁର କମଲମା ଲିଙ୍ଗନାଗୌଉଡା ହିରେଗୌଧର । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ବୃଦ୍ଧା ଜଣକ ହୋମ ଆଇସୋଲେନରେ ରହି ସୁସ୍ଥ ହୋଇଛନ୍ତି । । ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ,ବୃଦ୍ଧାଙ୍କ ଠାରେ କୋରୋନାର ଲକ୍ଷଣ ଦେଖାଯିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ବୃଦ୍ଧା ଜଣକ ମେଡିକାଲରେ ରହି ଚିକିତ୍ସା ହେବାକୁ ମନା କରି ଦେଇଥିଲେ । ଫଳରେ ସେ ହୋମ ଆଇସୋଲେସନରେ ରହି ଚିକିତ୍ସା ଆରମ୍ଭ କରାଯାଇଥିଲା । ଏପରିକି ବୃଦ୍ଧାଙ୍କ ନାତି ଜଣେ ଡାକ୍ତର ହୋଇଥିବାରୁ ସେ ମଧ୍ୟ ନିଜ ଘରେ ବୃଦ୍ଧାଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିଲେ ।

ଗତ କିଛି ଦିନ ଧରି ଚିକିତ୍ସା ଚାଲିବା ପରେ କମଲମା ଆରୋଗ୍ୟ ଲାଭ କରିଛନ୍ତି । କୋମଲମା ହେଉଛନ୍ତି ରାଜ୍ୟର ପ୍ରଥମ ବୟସ୍କ ମହିଳା ଯିଏ କି କୋରୋନାକୁ ପ୍ରତିହତ କରିଛନ୍ତି । ତେବେ, କୋପାଲ ଜିଲ୍ଲାରେ ମୋଟ କୋଭିଡ ମାମଲା 8,802 ରହିଥିବା ବେଳେ 186ଙ୍କ ମୃତ୍ୟୁ ହୋଇଛି । ଏହାସହ 6,870 ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କର୍ଣ୍ଣାଟକରେ 4.49 ଲକ୍ଷ କୋଭିଡ ମାମଲା ରହିଥିବା ବେଳେ 7,161 ଜଣଙ୍କର ମୃତ୍ୟୁ ହୋଇଛି । 3.44 ଲକ୍ଷ ଲୋକେ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.