ETV Bharat / bharat

ଡିସେମ୍ବର 23 ସୁଦ୍ଧା ଦେଶରେ ସରିଛି 16,36,82,275ଟି କୋଭିଡ ଟେଷ୍ଟ: ICMR

ଆଇସିଏମଆର ମୁତାବକ, ଦେଶରେ ଗୋଟିଏ ଦିନରେ 10 ଲକ୍ଷରୁ ଅଧିକ କୋରୋନା ଟେଷ୍ଟ କରାଯାଇଛି। ଅଧିକ ପଢନ୍ତୁ...

author img

By

Published : Dec 24, 2020, 12:44 PM IST

ଡିସେମ୍ବର 23 ସୁଦ୍ଧା ଦେଶରେ ସରିଛି 16,36,82,275ଟି କୋଭିଡ ଟେଷ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ସ୍ଥିର ରହିଛି କୋରୋନା ସଂକ୍ରମଣ ସଂଖ୍ୟା। ଦୈନିକ ଆସୁଛି 20 ହଜାରରୁ ଅଧିକ ସଂକ୍ରମଣ ସଂଖ୍ୟା । ହେଲେ ପୂର୍ବ ଅପେକ୍ଷା ଜାରି ରହିଛି କୋରୋନା ଟେଷ୍ଟ । ଆଉ ଯାହା ଏବେ 16 କୋଟିରୁ ଅଧିକ ପାର କରିଛି ଏହି ଟେଷ୍ଟିଂ।

ଏଥିଲାଗି ଦେଶରେ ଦିନକୁ ପ୍ରାୟ 10 ଲକ୍ଷରୁ ଊର୍ଦ୍ଧ୍ବ ନମୁନା ଟେଷ୍ଟ କରାଯାଉଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ସୂଚନାନୁସାରେ, 23 ଡିସେମ୍ବରରେ 10 ଲକ୍ଷ 39 ହଜାର 645ଟି ନମୁନା ଟେଷ୍ଟ କରାଯାଇଛି। ଫଳରେ ଏବେ ସୁଦ୍ଧା ଦେଶରେ ସର୍ବମୋଟ 16 କୋଟି 36 ଲକ୍ଷ 82 ହଜାର 275ଟି ନମୁନା ପରୀକ୍ଷା କରାଯାଇଛି ।

ଅନ୍ୟପଟେ 24 ଘଣ୍ଟାରେ ଦେଶରେ 24 ହଜାର 712 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 1 ଲକ୍ଷ 23 ହଜାର 778ରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.