ETV Bharat / bharat

ଜାଣନ୍ତୁ, ମୋଦି-ଶାହଙ୍କ ମାଷ୍ଟ୍ରର ପ୍ଲାନ ବଦଳାଇ ଦେଲା ନିର୍ବାଚନ ଚିତ୍ର - election

ବିପୁଳ ବିଜୟରେ ବିଜେପି ଉତ୍ସାହିତ । ଆସନ୍ତୁ ଜାଣିବା କ'ଣ ଥିଲା ମୋଦି-ଅମିତଙ୍କ ମାଷ୍ଟର ପ୍ଲାନ ।

ଫାଇଲ ଫଟୋ
author img

By

Published : May 24, 2019, 3:09 AM IST

ନୂଆଦିଲ୍ଲୀ: ପୁଣି କେନ୍ଦ୍ରରେ ସରକାର ଗଢିବ ବିଜେପି । ନରେନ୍ଦ୍ର ମୋଦି ପୁନର୍ବାର ହେବେ ପ୍ରଧାନମନ୍ତ୍ରୀ । ବିପୁଳ ବିଜୟରେ ବିଜେପି ଉତ୍ସାହିତ ଏବଂ ସମଗ୍ରେ ଦେଶରେ ବର୍ତ୍ତମାନ ଉତ୍ସବର ମାହୋଲ । ତେବେ ଏନଡିଏକୁ ପାଖାପାଖି 350ଟି ଆସନ ମିଳିବା ନେଇ ଆଶଙ୍କା କରାଯାଉଛି । ଏଥିରୁ ସ୍ପଷ୍ଟ ଜଣାପଡିଛି ଯେ ବିରୋଧିଙ୍କ କୌଣସି ବି ମୁଦ୍ଦା ମୋଦି ଲହରି ଓ ଅମିତ ଶାହାଙ୍କ ରଣନିତୀ ଆଗରେ କାମ ଦେଲା ନାହିଁ । ତେବେ ଜାଣନ୍ତୁ କ'ଣ ଥିଲା ମୋଦି-ଅମିତଙ୍କ ମାଷ୍ଟରପ୍ଲାନ ଯାହା ନିର୍ବାଚନ ଚିତ୍ରକୁ ପୂରା ବଦଳାଇ ଦେଇଛି ।

ଜାଣନ୍ତୁ, କ'ଣ ଥିଲା ଅମିତ-ମୋଦିଙ୍କ ମାଷ୍ଟ୍ର ପ୍ଲାନ...

- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବିରୋଧରେ ଆସୁଥିବା ଅଭିଯୋଗକୁ ହତିଆର କରିବା ଖୁବ ଭଲଭାବରେ ଜାଣନ୍ତି। ବିଗତ ନିର୍ବାଚନରେ ଚା ବାଲାକୁ ହତିଆର କରିଥିଲେ । ଯେତେବେଳେ କି ଚଳିତ ବର୍ଷ ଥିଲା ଚୌକିଦାର ।

- 2014ରେ ଶାସନ ଗାଦିକୁ ଆସିବା ପରେ ମୋଦି ଓ ତାଙ୍କ ସେନାପତି ଅମିତ ଶାହା କେବେ ବି ବିଶ୍ରାମ କରିନଥିଲେ । ବରଂ ଯେଉଁ ରାଜ୍ୟ ଗୁଡିକରେ 2014ରେ ବିଜେପି ଦୁର୍ବଳ ଥିଲା ସେହି ରାଜ୍ୟ ଗୁଡିକୁ ବିଜେପି ତାର କାର୍ମକ୍ଷେତ୍ର ବନାଇଥିଲା ।

- ସର୍ବ ପ୍ରଥମେ ଅମିତ ଶାହା ଉତ୍ତର ଭାରତକୁ ନିଜ କାର୍ଯ୍ୟକ୍ଷେତ୍ର କରିଥିଲେ । ଆସାମ ଓ ତ୍ରିପୁରାରେ ବିଜେପି ସରକାର ଗଢିବା ପରେ ପଶ୍ଚିମବଙ୍ଗ ଓ ଓଡିଶାକୁ ନିଜର କର୍ମକ୍ଷେତ୍ର କରିଥିଲେ ।

- ଲୋକସଭା ନିର୍ବାଚନର ଠିକ ପୂର୍ବରୁ ଅମିତ ଶାହା ବିରୋଧୀଙ୍କୁ ମନାଇଥିଲେ । ମାହରାଷ୍ଟ୍ରରେ ବିଜେପି ନିଜ ପୂର୍ବ ଶତ୍ରୁତା ଭୁଲି ଶିବସେନା ସହ ମେଣ୍ଟ କରିଥିଲା ।

- ବିହାରରେ ଗଠବନ୍ଧନ ଧର୍ମ ପାଳିବାକୁ ଯାଇ ବିଜେପି 2014ରେ ଜିତିଥିବା 22 ସିଟ ବଦଳରେ କେବଳ 17 ସିଟରେ ନି୍ରବାଚନ ଲଢିବା ପାଇଁ ସହମତି ପ୍ରଦାନ କରିଥିଲେ । ଗଠବନ୍ଧନ ଧର୍ମ ପାଳିବା ପାଇଁ ଦଳ ଗିରିରାଜ ସିଂହ ଭଳି ଦିଗଜ୍ଜ ନେତାଙ୍କ ସିଟ ମଧ୍ୟ ସହଯୋଗୀ ଦଳଙ୍କୁ ଦେଇ ଦେଇଥିଲେ । ଯାହାର ବିରୋଧ ମଧ୍ୟ ହୋଇଥିଲା । ବିଜେପି ଅଧକ୍ଷ ଅମିତ ଶାହା ସବୁବେଳେ କଡା ପଦକ୍ଷେପ ନେବାରେ ବେଶ ଜଣାଶୁଣା । ଚଳିତ ବର୍ଷ ଉତ୍ତରପ୍ରଦେଶ ନିର୍ବାଚନରେ କିଛି ନେତାଙ୍କ ଟିକଟ କାଟିବା ସହ ରାମଶଙ୍କର କଠେରିଆ ଓ ବିରେନ୍ଦ୍ର ସିଂହ ମସ୍ତ ଭଳି ଦିଗଜ୍ଜ ନେତାଙ୍କ ସିଟ ବଦଳାଇ ଦେଇଥିଲେ । ଆମିଶ ଶାହା ଟିକେଟ କାଟିବାର ପ୍ରଥମ ପ୍ରୟୋଗ ଦିଲ୍ଲୀ ନଗର ନିଗମ ନିର୍ବାଚନରେ କରିଥିଲେ । ଯାହା ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଥିଲା ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.