ETV Bharat / bharat

ଶ୍ମଶାନ ଗ୍ୟାଲେରୀ ଛାତ ଖସି 25 ମୃତ, ମୃତକଙ୍କ ପରିବାରକୁ 2 ଲକ୍ଷ ସହାୟତା ରାଶି ଘୋଷଣା - ନୂଆଦିଲ୍ଲୀ

ଶ୍ମଶାନ ଗ୍ୟାଲେରୀ ଛାତ ଖସି 25 ମୃତ । ମୃତକଙ୍କ ପରିବାରକୁ 2 ଲକ୍ଷର ସହାୟତା ରାଶି ଘୋଷଣା । ଅଧିକ ପଢନ୍ତୁ...

25 people died after wall collapsed at crematorium ghat premises in Ghaziabad
ଶ୍ମଶାନ ଗ୍ୟାଲେରୀ ଛାତ ଖସି 25 ମୃତ,ମୃତକଙ୍କ ପରିବାରକୁ 2 ଲକ୍ଷର ସହାୟତା ରାଶି ଘୋଷଣା
author img

By

Published : Jan 3, 2021, 2:40 PM IST

Updated : Jan 4, 2021, 6:09 AM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀର ମୁରାଦନଗର ଥାନା ଅଞ୍ଚଳରେ ଅଘଟଣ । ବମ୍ବା ରୋଡରେ ଥିବା ଶ୍ମଶାନ ପରିସରର ଗ୍ୟାଲେରୀର ଛାତ ଭୁଶୁଡି ଗଲା 25 ଜଣଙ୍କ ଜୀବନ । ଏହାସହ 38 ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ତିମ ସଂସ୍କାର ପାଇଁ ଆସିଥିବା ଲୋକଙ୍କ ଉପରେ ଖସି ପଡିଥିଲା ଛାତ । ଘଟଣାସ୍ଥଳରେ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଟ୍ବିଟ କରି ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ।

ଶ୍ମଶାନ ଗ୍ୟାଲେରୀ ଛାତ ଖସି 25 ମୃତ,ମୃତକଙ୍କ ପରିବାରକୁ 2 ଲକ୍ଷର ସହାୟତା ରାଶି ଘୋଷଣା

ଏହାସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଅନ୍ୟପକ୍ଷେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଜିଲ୍ଲା ଅଧିକାରୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ଏନେଇ ରିପୋର୍ଟ ଦାଖଲ କରିବାକୁ ଅଧିକାରୀଙ୍କୁ କୁହାଯାଇଛି । ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରକାଶ ଥାଉକି, ମୁରାଦନଗରର ଡିଫେନ୍ସ କଲୋନୀର ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ଲୋକେ ଆସିଥିଲେ । ହେଲେ, ଅତ୍ୟଧିକ ବର୍ଷା କାରଣରୁ 2 ମାସ ପୂର୍ବେ ନିର୍ମାଣ ହୋଇଥିବା ଗ୍ୟାଲେରୀର ଛାତ ଭୁଶୁଡି ପଡିଥିଲା ।

  • मुरादनगर, गाजियाबाद स्थित श्मशान में छत गिरने की घटना अत्यन्त दुखद है I मृतकों के परिवार जन को मेरी शोक संवेदनाएं !
    मैं प्रार्थना करता हूं कि इस दुर्घटना में आहत लोग शीघ्र स्वस्थ हों I स्थानीय प्रशासन राहत और सहायता हेतु कार्यरत है I

    — President of India (@rashtrapatibhvn) January 3, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 4, 2021, 6:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.