ETV Bharat / bharat

ସରକାରଙ୍କୁ ୧୦୦ କୋଟି ମାଗିଲେ ‘ଭାରତ ବାୟୋଟେକ୍‌’ ଓ ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’

author img

By

Published : Mar 28, 2021, 1:20 PM IST

କୋଭିଡ୍‌ ଟିକା ଉତ୍ପାଦନକୁ ତ୍ବରାନ୍ଵିତ କରିବା ଲାଗି ଭାରତ ସରକାରଙ୍କୁ ୧୦୦ କୋଟି ଟଙ୍କା ମାଗିଛନ୍ତି ‘ଭାରତ ବାୟୋଟେକ’ ଓ ‘ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌’। ଅଧିକ ପଢନ୍ତୁ...

ଟିକା ଉତ୍ପାଦନ ବୃଦ୍ଧି କରିବାକୁ ସରକାରଙ୍କୁ ୧୦୦ କୋଟି ମାଗିଲେ ‘ଭାରତ ବାୟୋଟେକ୍‌’ ଓ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’

ନୂଆଦିଲ୍ଲୀ: କୋଭିଡ୍‌ ଟିକା ଉତ୍ପାଦନକୁ ତ୍ବରାନ୍ଵିତ କରିବା ଲାଗି ଭାରତ ସରକାରଙ୍କୁ ୧୦୦ କୋଟି ଟଙ୍କା ମାଗିଛନ୍ତି ‘ଭାରତ ବାୟୋଟେକ’ ଓ ‘ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌’। କୋରୋନ ଭାଇରସ୍‌ ଟିକା ‘କୋଭାକ୍ସିନ୍‌’ର ଉତ୍ପାଦନ ବୃଦ୍ଧି ନିମନ୍ତେ ‘ଭାରତ ବାୟୋଟେକ୍‌’ ୧୦୦ କୋଟି ଟଙ୍କା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି । ସେହିଭଳି କୋରୋନାଭାଇରସ୍‌ ଟିକା ‘କୋଭିସିଲ୍ଡ’ ଉତ୍ପାଦନକୁ ତ୍ବରାନ୍ଵିତ କରିବା ଲାଗି ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ମଧ୍ୟ ସରକାରଙ୍କ ‘କୋଭିଡ ସୁରକ୍ଷା ପାଣ୍ଠି’ରୁ ଅର୍ଥ ମଞ୍ଜୁର କରିବା ପାଇଁ ଅନୁରୋଧ କରିଥିବା କୁହାଯାଉଛି ।

ସମ୍ପ୍ରତି ହାଇଦ୍ରାବାଦରେ ଥିବା କାରଖାନାରୁ ଭାରତ ବାୟୋଟେକ୍‌ ମାସକୁ ୪ ନିୟୁତ ଡୋଜ୍‌ ‘କୋଭାକ୍ସିନ୍‌’ ଉତ୍ପାଦନ କରୁଛି। ଟିକା ତିଆରି ଓ ଉତ୍ପାଦନ ବୃଦ୍ଧି ସକାଶେ ସରକାରୀ ନିଯୁକ୍ତ ଏକ ଅର୍ନ୍ତମନ୍ତ୍ରାଳୟ ପାନେଲ୍‌ ମଧ୍ୟ ଭାରତ ବାୟୋଟେକ୍‌ର କାରଖାନାର ସମୀକ୍ଷା କରିଛନ୍ତି । ଉତ୍ପାଦନ ବୃଦ୍ଧି କରି ୨୦୨୧ ମାର୍ଚ୍ଚ ସୁଦ୍ଧା ୧୦୦ ନିୟୁତ ଡୋଜ୍‌ ‘କୋଭିସିଲ୍‌ଡ୍‌’ ଉତ୍ପାଦନ କରିବା ଲାଗି ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ମଧ୍ୟ ଯୋଜନା କରିଛି । ଏହି ସରକାରୀ ନିଯୁକ୍ତ ଅର୍ନ୍ତମନ୍ତ୍ରାଳୟ ପାନେଲ୍‌ ମାର୍ଚ ୨୧ ତାରିଖ ଦିନ ପୁଣେରେ ଥିବା ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର କାରଖାନା ପରିଦର୍ଶନ କରିଥିଲେ । ସେହିପରି ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଅମିତ ଦେଶମୁଖ କହିଛନ୍ତି ଯେ, ଭାରତ ବାୟୋଟେକ୍ ସହଯୋଗରେ ହାଫକିନ୍ କୋରୋନାଭାଇରସ୍ ଟିକା ତିଆରି ପାଇଁ ଏକ ନୂତନ କାରଖାନା ସ୍ଥାପନ କରିବେ । ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ 154 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଏହି ବିକାଶ ଟୀକାକରଣର ଚାହିଦାକୁ ଦୃଷ୍ଟିରେ ରଖି ଏପ୍ରିଲ 1 ପରେ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିବାରୁ ସରକାର 45 ବର୍ଷରୁ ଉର୍ଦ୍ଧ୍ବ ଦେଶରେ ସମସ୍ତ ନାଗରିକଙ୍କୁ କୋଭିଡ -19 ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି । ଭାରତ ବର୍ତ୍ତମାନ ଦୁଇଟି ଟିକା ବ୍ୟବହାର କରୁଛି । ସେଥିମଧ୍ୟରୁ ଗୋଟିଏ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ନିର୍ମିତ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ବାରା ଉତ୍ପାଦିତ କୋଭାକ୍ସିନ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.