ଚଣ୍ଡିଗଡ: ପଞ୍ଜାବରେ ଆରମ୍ଭ ହୋଇଛି ଆପର ଶାସନ । ଆଜି ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂହ ମାନଙ୍କ ମନ୍ତ୍ରୀମଣ୍ଡଳ । ଦିନ ୧୧ଟା ସମୟରେ ଚଣ୍ଡିଗଡ ସ୍ଥିତ ରାଜଭବନରେ ମନ୍ତ୍ରୀ ଭାବେ 10 ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି ।
-
Chandigarh | AAP leaders Lal Chand Kataruchak, Gurmeet Singh Meet Hayer, Kuldeep Singh Dhaliwal, Laljit Singh Bhullar take oath as ministers in the Punjab cabinet. pic.twitter.com/RNzhw0PpYO
— ANI (@ANI) March 19, 2022 " class="align-text-top noRightClick twitterSection" data="
">Chandigarh | AAP leaders Lal Chand Kataruchak, Gurmeet Singh Meet Hayer, Kuldeep Singh Dhaliwal, Laljit Singh Bhullar take oath as ministers in the Punjab cabinet. pic.twitter.com/RNzhw0PpYO
— ANI (@ANI) March 19, 2022Chandigarh | AAP leaders Lal Chand Kataruchak, Gurmeet Singh Meet Hayer, Kuldeep Singh Dhaliwal, Laljit Singh Bhullar take oath as ministers in the Punjab cabinet. pic.twitter.com/RNzhw0PpYO
— ANI (@ANI) March 19, 2022
ହରପାଲ ସିଂ ଚୀମା, ଗୁରୁମୀତ ସିଂ ମୀତ, ବଲଜୀତ କୌର,ହରଭଜନ ସିଂ ଇଟୀଓ, ହରଜିତ ସିଂ ବୈନଶ, ବ୍ରମ ଶଙ୍କର, ଲାଲଜୀତ ସିଂ ଭୁଲ୍ଲର, କୁଳଦୀପ ସିଂ ଧାଲୀୱାଲ, ବିଜୟ ସିଙ୍ଗଲା ଓ ଲାଲ ଚନ୍ଦ କଟାଋଚକ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଝିଅ ସିରତ କୌର ଏବଂ ପୁଅ ଦିଲସାନ ମାନ ଉପସ୍ଥିତ ଥିଲେ ।
ମାର୍ଚ୍ଚ ୧୬ ତାରିଖରେ ଭଗଓ୍ବନ୍ତ ସିଂହ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ୧୭ ତାରିଖ ଦିନ ଦଳର ବିଧାୟକ ମାନେ ବିଧାନସଭାରେ ଶପଥ ଗ୍ରହଣ କରିଥିଲେ । ବିଧାନସଭାରେ କାମଚଳା ବାଚସ୍ପତି ଇନ୍ଦରବୀର ସିଂ ଶପଥ ପାଠ କରାଇଥିଲେ ।