ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହେଲା ବେଙ୍ଗାଲୁରୁର ବୌରିଂ ଆଣ୍ଡ ଲେଡି କର୍ଜନ ମେଡିକାଲ କଲେଜ ଓ ଅନୁସନ୍ଧାନ ପ୍ରତିଷ୍ଠାନ। 1868 ମସିହାରେ ବେଙ୍ଗାଲୁରୁର ମଧ୍ୟଭାଗରେ ଥିବା ଶିବାଜୀ ନଗରରେ ଏହା ପ୍ରତିଷ୍ଠା କରାଯାଇଥିଲା। ସେହି ସମୟରେ ଦେଶରେ ଥିବା ସାମରିକ ବାହିନୀ ସୈନ୍ୟଙ୍କ ଚିକିତ୍ସା ପାଇଁ ଏହି ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା। ଏହି ହସ୍ପିଟାଲରେ 1890 ମସିହା ବେଳକୁ ଏହି ହସ୍ପିଟାଲରେ 104 ଶଯ୍ୟା ରହିଥିଲା। ଏଥିରେ 80ଟି ଶଯ୍ୟା ପୁରୁଷଙ୍କ ପାଇଁ ରହିଥିବା ବେଳେ 24ଟି ମହିଳା ରୋଗୀଙ୍କ ପାଇଁ ରହିଥିଲେ। ଇଂରେଜ ଶାସନ କାଳରୁ ଏହି ହସ୍ପିଟାଲ ପ୍ରତିଷ୍ଠା ହୋଇଛି।
ଡିସେମ୍ବର 25 ତାରିଖ 1924 ମସିହାରେ ମଧ୍ୟ ପ୍ରଦେଶର ଗ୍ବାଲିଅରରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ଜନତା ପାର୍ଟିର ପ୍ରଥମ ନେତା ଭାବରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ 3 ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମେ 1996ରୁ 1998 ଯାଏଁ ସେ ଦଳ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ଏହି ସରକାର ବେଶୀ ଦିନ ତିଷ୍ଠି ପାରିନଥିଲା। 1998 ମସିହାରେ ସରକାର ଭଙ୍ଗ ହୋଇ ପୁନଃ ସରକାର ଗଠନ ହୋଇଥିଲା। କେବଳ 9 ମାସ ପରେ ଏହି ସରକାର ଭାଙ୍ଗିବା ପରେ 1999 ବିଧାନ ସଭା ନିର୍ବାଚନରେ ବିଜେପି ସମ୍ପୁର୍ଣ୍ଣ ବହୁମତ ହାସଲ କରିବା ସହ ଅଟଳ ବିହାରୀ ବାଜପେୟୀ ଆଉ ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ।। ଏହାଛଡ଼ା 1977ରୁ 1979 ମସିହାରେ ଦେଶର ବୈଦେଶିକ ମନ୍ତ୍ରୀ ରହିଥିଲେ ଅଟଳ ବିହାରୀ ବାଜପେୟୀ। ସେହି ସମୟରେ ମୋରାଜୀ ଦେଶାଇ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ।
ଜଣେ ଦମଦାର ରାଜନେତା ଓ ଜଣେ ବଳିଷ୍ଠ ବ୍ୟକ୍ତିତ୍ବ ସଭିଙ୍କ ବିଶ୍ବାସ ଭାଜନ କରିଥିଲେ ଭାରତ ରତ୍ନ ଅଟଳ ବିହାରା ବାଜେପେୟୀ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ