ETV Bharat / bharat

Arrest of Chandrababu Naidu: ବିରୋଧରେ ବେଙ୍ଗାଲୁରୁରେ ବଡ଼ ଆନ୍ଦୋଳନ, ହାଇଦ୍ରାବାଦରେ କାର ରାଲି

ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀକୁ ବିରୋଧ । ବେଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କଲେ ୪୦୦୦ କର୍ମଚାରୀ । ସେପଟେ ହାଇଦ୍ରାବାଦରେ IT କର୍ମଚାରୀଙ୍କ କାର ରାଲିରେ ବିରୋଧ ପ୍ରଦର୍ଶନ । ଅଧିକ ପଢନ୍ତୁ

Arrest of Chandrababu Naidu
Arrest of Chandrababu Naidu
author img

By ETV Bharat Odisha Team

Published : Sep 16, 2023, 9:45 PM IST

ବେଙ୍ଗାଲୁରୁ/ହାଇଦ୍ରାବାଦ: ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (TDP) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ ଗିରଫ କରିଛି ଆନ୍ଧ୍ର CID । ଏହାକୁ ବିରୋଧ କରି ଆଜି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପ୍ରାୟ ୪୦୦୦ ବିଭିନ୍ନ ସଂଗଠନର କର୍ମୀ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଫ୍ରିଡମ ପାର୍କ ନିକଟରେ ହଜାର ହଜାର ସମର୍ଥକ ପ୍ଲାକାର୍ଡ ଧରି ଏହି ଆନ୍ଦୋଳନ କରିଛନ୍ତି । ସେପଟେ ହାଇଦ୍ରାବାଦରେ IT କର୍ମଚାରୀମାନେ କାର ଶୋଭାଯାତ୍ରା କରି ନାଇଡୁଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ଦାବି କରିଛନ୍ତି ।

Arrest of Chandrababu Naidu
ବେଙ୍ଗାଲୁରୁରେ ବଡ଼ ଧରଣର ଆନ୍ଦୋଳନ

ବେଙ୍ଗାଲୁରୁରେ ଜଣେ ଆନ୍ଦୋଳନକାରୀ କହିଛନ୍ତି, "ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଦେଶର ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଓ ଲୋକଙ୍କ ନେତା । ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇଛି । ହେଲେ ଆମେ କର୍ଣ୍ଣାଟକର ଅଧିବାସୀ ତାଙ୍କ ସପକ୍ଷରେ ରହିଛୁ । ତୁରନ୍ତ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁକ୍ତ କରିବାକୁ ଦାବି କରୁଛୁ ।" ଆନ୍ଧ୍ରପ୍ରଦେଶର ବ୍ୟାପକ ବିକାଶ ପାଇଁ ଚନ୍ଦ୍ରବାବୁ ନାଇଡୁ କଠିନ ପରିଶ୍ରମ କରିଛନ୍ତି ।

Arrest of Chandrababu Naidu
ହାଇଦ୍ରାବାଦରେ IT କର୍ମଚାରୀଙ୍କ କାର ରାଲି

ଏହା ବି ପଢନ୍ତୁ- Corruption Case: ମିଳିଲାନି ବେଲ, ଚନ୍ଦ୍ରବାବୁ ନାଇଡୁଙ୍କୁ 14 ଦିନିଆ ରିମାଣ୍ଡରେ ନେଲା CID

ଏହା ସହ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ତଥା ଶିଳ୍ପ ଅଭିବୃଦ୍ଧି ଉପରେ ତାଙ୍କର ବିଶେଷ ଅବଦାନ ରହିଛି । ତାଙ୍କ ଗିରଫଦାରୀ ଖବର ପ୍ରଶଂସକଙ୍କୁ ଚକିତ କରିଛି । ତାଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସମର୍ଥକମାନେ ଚେତାବନୀ ଦେଇଛନ୍ତି । ବେଙ୍ଗାଲୁରୁରେ କାମଭାରି ୟୁଥ ବ୍ରିଗେଡ, କାମଭାରି ସଂଘ, ତେଲୁଗୁ ଦେଶମ ପାର୍ଟି କର୍ମୀ, ବେଙ୍ଗାଲୁରୁ IT କର୍ମଚାରୀ, ଟିଡିପି ଫୋରମଙ୍କ ସମେତ ପ୍ରାୟ ୪ ହଜାର ସମର୍ଥକ ଆନ୍ଦୋଳନ କରିଛନ୍ତି ।

ହାଇଦ୍ରାବାଦରେ IT କର୍ମଚାରୀଙ୍କ କାର ରାଲି:- ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ମଧ୍ୟ ହଜାର ହଜାର ଆଇଟି କର୍ମଚାରୀ ଏକ କାର ରାଲି କରି ଏହି ଗିରଫଦାରୀଙ୍କୁ ବିରୋଧ କରିଛନ୍ତି । ଏହି ରାଲି ନାନାକ୍ରାମଗୁଡା ଆଉଟର ରିଙ୍ଗ ରୋଡ ଜଙ୍କସନରୁ ବାହାରି ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରାଲି ଚାଲିଥିଲା । ସ୍ଥାନୀୟ ପୋଲିସ ଏହି ରାଲିକୁ ସମର୍ଥନ କରିନଥିବା ବେଳେ ପ୍ରତିଟି କାରର ଚେକିଂ ହୋଇଥିଲା । ପୋଲିସ କାରଗୁଡ଼ିକୁ ଅଟକାଇବା ସମୟରେ ଆନ୍ଦୋଳନରତ ଆଇଟି କର୍ମଚାରୀ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା । ସେପଟେ ପୋଲିସ କିଛି ଟିଡିପି କର୍ମୀଙ୍କୁ ଗିରଫ କରିଥିବା ମଧ୍ୟ ଜଣାପଡ଼ିଛି ।

ଏହା ବି ପଢନ୍ତୁ- ୧୯ରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ମାମଲା ରଦ୍ଦ ଆବେଦନର ପରବର୍ତ୍ତୀ ଶୁଣାଣି

ସୂଚନା ଥାଉ କି ଗତ 9 ତାରିଖରେ ଆନ୍ଧ୍ର CID ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା । ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ ୨୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପ୍ଟେମ୍ବର ୯ ତାରିଖ ସକାଳ ୬ଟାରେ ରାଜ୍ୟ ସଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.