ETV Bharat / bharat

ବେଙ୍ଗାଲୁରୁ ବାଣ ବିସ୍ଫୋରଣ ଘଟଣା: ୧୪ ଜଣଙ୍କ ମୃତ୍ୟୁ, ମିଳିଲା ୧୨ ମୃତକଙ୍କ ପରିଚୟ

author img

By ETV Bharat Odisha Team

Published : Oct 8, 2023, 5:09 PM IST

ବେଙ୍ଗାଲୁରୁରେ ବାଣ ବିସ୍ଫୋରଣ ଘଟଣାରେ ୧୪ ଜଣଙ୍କ ଜୀବନ ଯାଇଥିବାବେଳେ ୧୨ ଜଣଙ୍କ ପରିଚୟ ମିଳିଛି । ପରିବାରଲୋକେ ହସ୍ପିଟାଲରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିବାବେଳେ କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ ।

ବାଣ ବିସ୍ଫୋରଣ ଘଟଣାରେ ମିଳିଲା ମୃତକଙ୍କ ପରିଚୟ

ବେଙ୍ଗାଲୁରୁ: ବାଣ ଗୋଦାମ ବିସ୍ଫୋରଣ ଘଟଣାରେ ୧୪ ଜଣଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରୁ ବିସ୍ଫୋରଣ ବେଳେ ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି । ୧୨ ମୃତକଙ୍କ ପରିଚୟ ମିଳିଥିବାବେଳେ ଅନ୍ୟ ୨ଜଣଙ୍କ ପରିଚୟ ମିଳିପାରିନାହିଁ । ଏହି ୨ ମୃତଦେହ ଅଠିବାଲେ ସ୍ଥିତ ଅକ୍ସଫୋର୍ଡ ମେଡିକାଲ କଲେଜରେ ରଖାଯାଇଛି । ସେପଟେ ଖବର ପାଇବା ପରେ ପରିବାରଲୋକେ ହସ୍ପିଟାଲରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିବାବେଳେ କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର ।

ଶନିବାର ଅପରାହ୍ନ ସାଢେ ୩ଟା ବେଳେ ଗୋଦାମରେ ନିଆଁ ଲାଗିଯାଇ ଭୟଙ୍କର ବିସ୍ଫୋରଣ ହୋଇଥିଲା । ସେପଟେ ବିସ୍ଫୋରଣ ପରେ ଅନେକଙ୍କ ପତ୍ତା ମିଳିନଥିବାବେଳେ ଚିନ୍ତାରେ ରହିଥିଲେ ପରିବାର ଲୋକେ । ସୂଚନା ଅନୁସାରେ, ଅଧିକାଂଶ ଆହତ ତାମିଲନାଡୁର ହୋଇଥିବା ଜଣାପଡିଛି । ଏପରିକି ମୃତକଙ୍କ ମଧ୍ୟରେ ଗୋଟିଏ ଗାଁର ୮ ଜଣ ପିଲା ରହିଥିବା ଜଣାପଡିଛି । ସେମାନେ ଏହି ବାଣ କାରଖାନାରେ ଶ୍ରମିକ ଭାବରେ କାମ କରିବାକୁ ଆସିଥିଲେ । ଧର୍ମପୁରୀ ଜିଲ୍ଲାରେ ଥିବା ଅମ୍ମାପଟୀ ଗାଁର ୧୦ ଜଣ ଶ୍ରମିକ ଅଟ୍ଟିବେଲେ ୱେୟାର ହାଉସରେ କାମ କରୁଥିବାବେଳେ ବିସ୍ଫୋରଣରେ ୮ ଜଣଙ୍କ ଜୀବନ ଯାଇଛି ।

ମୃତକମାନେ ହେଲେ ପ୍ରକାଶ(ବୟସ ୨୦ ବର୍ଷ), ଭେଟ୍ଟାପାନ(ବୟସ ୨୫ ବର୍ଷ), ଆଦିକେଶବନ( ବୟସ ୨୩ ବର୍ଷ), ବିଜୟରାଘବନ(ବୟସ ୨୦ ବର୍ଷ),ଇଲାମବାରୁଥି( ବୟସ ୧୯ ବର୍ଷ), ଆକାଶ( ବୟସ ୨୩ ବର୍ଷ), ଗିରି(ବୟସ ୨୨ ବର୍ଷ), ସଚିନ(ବୟସ ୨୨ ବର୍ଷ)। ତେବେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅଘଟଣରେ ଗଭୀର ଦୁଃଖ ପ୍ରକାଶ କରିଥିବାବେଳେ ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ସରକାର ।

ଏହା ବି ପଢନ୍ତୁ...ବାଣ ଗୋଦାମ ବିସ୍ଫୋରଣରେ ମୃତ୍ୟୁଂସଖ୍ୟା 14କୁ ବୃଦ୍ଧି, ପୀଡିତ ପରିବାରକୁ ୫ ଲକ୍ଷ ଅନୁକମ୍ପା ଘୋଷଣା

ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବେଙ୍ଗାଲୁରୁ ସ୍ଥିତ ସେଣ୍ଟ ଜନସନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୪ ଜଣଙ୍କୁ ଅଠିବାଲେ ସ୍ଥିତ ଅକ୍ସଫୋର୍ଡ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେଣ୍ଟ ଜନସନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତମାନେ ହେଲେ ନବୀନ, ରାଜେଶ ଏବଂ ଭେଙ୍କଟେଶ । ସେହିପରି ଅକ୍ସଫୋର୍ଡ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ହେଲେ ସଞ୍ଜୟ, ଚନ୍ଦ୍ରୁ, ରାଜେଶ ଏବଂ ପଲ କବୀର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.