ETV Bharat / bharat

ବିଜେପିରେ ଯୋଗଦେଲେ ବଙ୍ଗଳା ଅଭିନେତା ୟଶ ଦାଶଗୁପ୍ତା - ବଙ୍ଗଳା ଅଭିନେତା ୟଶ ଦାଶଗୁପ୍ତା

ବୁଧବାର ବିଜେପିରେ ଯୋଗ ଦେଇଛନ୍ତି, ବଙ୍ଗଳା ଅଭିନେତା ୟଶ ଦାଶଗୁପ୍ତା । ୟଶ ୱାନ, ମୋନ ଜାନେ ନା, ଟୋଟାଲ ଦାଦାଗିରି, ଫିଦା ଭଳି ଅନେକ ଚଳଚ୍ଚିତ୍ରରେ ଅଭନୟ କରିଛନ୍ତି । ଅଧିକ ପଢନ୍ତୁ...

ବିଜେପିରେ ଯୋଗଦେଲେ ବଙ୍ଗଳା ଅଭିନେତା ୟଶ ଦାଶଗୁପ୍ତା

author img

By

Published : Feb 17, 2021, 5:44 PM IST

କୋଲକାତା: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ରାଜ୍ୟରେ ଟିଏମସି ଗଡ ଧ୍ବଂସ ଲକ୍ଷରେ ଶକ୍ତି ବୃଦ୍ଧି କରିବାରେ ଲାଗିଛି ବିଜେପି । କେବଳ ନେତା ନୁହେଁ ଅନେକ ଅଭିନେତା ମଧ୍ୟ ବିଜେପିରେ ସାମିଲ ହେଉଛନ୍ତି । ଏହି କ୍ରମରେ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି, ବଙ୍ଗଳା ଅଭିନେତା ୟଶ ଦାଶଗୁପ୍ତା ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢିବା ପାଇଁ ଅଭିନେତା ୟଶ ଦାଶଗୁପ୍ତା ବିଜେପିରେ ସାମିଲ ହେବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ୟଶ ବିଜେପି ନେତା କୈଳାଶ ବିଜୟବର୍ଗୀୟ ଓ ମୁକୁଲ ରାୟଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।

ୟଶ ୱାନ, ମୋନ ଜାନେ ନା, ଟୋଟାଲ ଦାଦାଗିରି, ଫିଦା ଭଳି ଅନେକ ଚଳଚ୍ଚିତ୍ରରେ ଅଭନୟ କରିଛନ୍ତି । ତେବେ ବିଜେପିରେ ସାମିଲ ହେବା ପରେ ୟଶ କହିଛନ୍ତି, ଅଧିକରୁ ଅଧିକ ଯୁବବର୍ଗ ଦେଶହୀତରେ ରାଜନୀତିକୁ ଆସିବା ଉଚିତ ।

ସେପଟେ ଏହାପୂର୍ବରୁ ପଶ୍ଚିମବଙ୍ଗର ବିଶିଷ୍ଟ ଅଭିନେତା ଦୀପଙ୍କର ଦେ ଟିଏମସିରେ ସାମିଲ ହୋଇଥିଲେ । ସତ୍ୟଜୀତ ରାୟଙ୍କ ସୀମାବଦ୍ଧ ଚଳଚ୍ଚିତ୍ରରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ବଙ୍ଗଳା ଅଭିନେତା ଦୀପଙ୍କର ଦେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଜଣେ ବଡ ସମର୍ଥକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.