ETV Bharat / bharat

ସଫେଇ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହଯୋଗୀ ମାଡ ମାରିଥିବା ଅଭିଯୋଗ - ଉତ୍ତର ପ୍ରଦେଶ ବିଜେପି

ଉତ୍ତର ପ୍ରଦେଶ ଆମେଠୀରେ ଦଳିତ ସଫେଇ କର୍ମୀଙ୍କୁ ବିଜେପି ନେତା ମାଡ ମାରିଥିବା ଅଭିଯୋଗ । ଥାନାରେ ଏତଲା ଦେଲେ ସମ୍ପୃକ୍ତ ସଫେଇ କର୍ମୀ । ପ୍ରତିବାଦ ଓ ରାସ୍ତାରୋକ ପରେ ଏସସି-ଏସଟି ଆକ୍ଟରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

Etv Bharatଦଳିତ ସଫେଇ କର୍ମୀଙ୍କୁ ବିଜେପି ନେତାଙ୍କ ମାଡ ଅଭିଯୋଗ, ଥାନାରେ ମାମଲା

author img

By

Published : Sep 28, 2022, 12:37 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆମେଠୀରେ ଜଣେ ବିଜେପି ନେତା ଜଣେ ଦଳିତ ସଫେଇ କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି (Beating of Dalit sweeper case in Amethi)। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ସଫେଇ କର୍ମୀ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ସଫେଇ କର୍ମଚାରୀ ସଂଘ ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରିଥିଲେ । ମାଡ ମାରିଥିବା ବିଜେପି ନେତା ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀ ବୋଲି ମଧ୍ୟ ଜଣାପଡିଛି ।

ପ୍ରବଳ ପ୍ରତିବାଦ ପରେ ପୋଲିସ ସମ୍ପୃକ୍ତ ବିଜେପି ନେତାଙ୍କ ବିରୋଧରେ ଏସିସି ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ ସଂଘ । ସୂଚନା ଅନୁସାରେ, ରବିବାର ସଂଧ୍ୟାରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଘନିଷ୍ଠ କୁହାଯାଉଥିବା ତଥା ଜିଲ୍ଲା ବିଜେପି କମିଟିରେ କାର୍ଯ୍ୟକର୍ତ୍ତା ଥିବା ସୁଧାଂଶୁ ଶୁକ୍ଳା ଜଣେ ସଫାଇ କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।

ଦଳିତ ଶ୍ରେଣୀର ଏହି ସଫେଇ କର୍ମୀ ସୁଧାଂଶୁଙ୍କ ସହ ଅନ୍ୟ 5 ଜଣ ମିଶି ତାଙ୍କୁ ଜାତିଗତ ଆକ୍ଷେପ ନେଇ ଗାଳିଗୁଲଜ କରିବା ସହ ମାଡ ମାରିଥିବା ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ । ଏତଲା ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସଫେଇ କର୍ମଚାରୀ ସଂଘ ରାସ୍ତାରୋକ ମଧ୍ୟ କରିଥିଲା । ଅନ୍ୟପଟେ ଅଭିଯୋଗ ନେଇ ଡିଫେଣ୍ଡ ମୋଡକୁ ଆସିଛି ଜିଲ୍ଲା ବିଜେପି । ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ ମଧ୍ୟ ଆଣିଛି ଦଳ । ଦଳର ଜିଲ୍ଲା ସଭାପତି ଦୁର୍ଗେଶ ତିଓ୍ବାରୀ କହିଛନ୍ତି, ଉକ୍ତ ସ୍ଥାନରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବ୍ୟାନରକୁ ସମ୍ପୃକ୍ତ ସଫେଇକର୍ମୀ ଫାଡି ଦେବା ଫଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଜାତିଗତ ଆକ୍ଷେପ ତଥା ଆକ୍ରମଣ ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିବା ଏହାକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି । ସେହିପରି ବିଜେପି ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ଦୁଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିସ୍କାର ମଧ୍ୟ କରାଯାଇଛି । ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ନିରପେକ୍ଷ ତଦନ୍ତ ଦାବି କରିଛି ବିଜେପି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.