ETV Bharat / bharat

Contempt Notice On PM Remarks : ରାହୁଲ ଗାନ୍ଧୀଙ୍କୁ ସଚିବାଳୟର ନୋଟିସ

author img

By

Published : Feb 13, 2023, 12:06 PM IST

ରାହୁଲଙ୍କୁ ସଚିବାଳୟର ନୋଟିସ । ମୋଦିଙ୍କୁ ଆକ୍ଷେପ କରି ବୟାନ ଦେଇଥିବା ଅଭିଯୋଗରେ ନୋଟିସ ଜାରି କରାଯିବା ସହ ୧୫ ତାରିଖ ସୁଦ୍ଧା ଉତ୍ତର ରଖିବା ପାଇଁ କୁହାଯାଇଛି । ଅଧିକ ପଢନ୍ତୁ

Contempt Notice On PM Remarks
Contempt Notice On PM Remarks

ନୂଆଦିଲ୍ଲୀ: ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରିବାକୁ ନେଇ ରାହୁଲ ଗାନ୍ଧୀଙ୍କୁ ସମନ ଜାରି ହୋଇଛି । ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛି ଲୋକସଭା ସଚିବାଳୟ । ଏହାସହ ନୋଟିସର ଉତ୍ତର ଆସନ୍ତା ୧୫ ତାରିଖ ମଙ୍ଗଳବାର ସୁଦ୍ଧା ଦେବାକୁ କୁହାଯାଇଛି ।

ଲୋକସଭାରେ ଆଦାନୀ ଝଡ ଲାଗି ରହିଥିଲା । ହିଣ୍ଡନବର୍ଗ ରିପୋର୍ଟ ନେଇ ହଟ୍ଟଗୋଳ ଲାଗି ରହିଥିଲା । ଗତ ୭ ତାରିଖରେ ଲୋକସଭାରେ ଶିଳ୍ପପତି ଗୌତମ ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିଲେ ରାହୁଲ ଗାନ୍ଧୀ । ସେହି ସମୟରେ ରାହୁଲ ଗାନ୍ଧୀ ଯେଉଁ ଶବ୍ଦର ବ୍ୟବହାର କରିଥିଲେ ତାହା ବିରୋଧରେ ଆପତ୍ତି ଉଠାଇଥିଲେ ବିଜେପି ସାଂସଦ । ଏନେଇ ସାଂସଦ ନିଶିକାନ୍ତ ଦୁବେ ଏବଂ ପ୍ରହଲ୍ଲାଦ ଯୋଶୀ ଅଭିଯୋଗ କରିଥିଲେ । ରାହୁଲ ଗାନ୍ଧୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ, ଅପମାଜନକ ଶବ୍ଦ ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ସାଂସଦ ନିଶିକାନ୍ତ ଦୁବେ ଏବଂ ପ୍ରହଲ୍ଲାଦ ଯୋଶୀ ଅଭିଯୋଗ କ୍ରମେ ରାହୁଲ ଗାନ୍ଧୀଙ୍କୁ ଏହି ନୋଟିସ ଜାରି କରାଯାଇଛି । ୧୦ ତାରଖ ଦିନ ନୋଟିସ କରାଯାଇଥିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ସଂସଦରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କହିଲେ ଧନୀ ତାଲିକାରେ ଆଦାନୀ ୬୦୯ରୁ ୨କୁ ଆସିଲେ କେମିତି ?

ପ୍ରକାଶଥାଉକି, ଆଦାନୀଙ୍କ ସାମ୍ରାଜ୍ୟ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସାହାଯ୍ୟ କରିଛନ୍ତି ବୋଲି କହିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କହିଥିଲେ, " ୨୦୧୪ରୁ ୨୦୨୨ ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ୮ ବିଲିୟନ ଡଲାରରୁ ୧୪୦୦ ବଲିୟନ ଡଲାର ହୋଇଛି । ୨୦୧୪ ମସିହାରେ ବିଜେପି ଶାସନକୁ ଆସିବା ପରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ବଢିଛି । ୨୦୧୪ ମସିହାରେ ଆଦାନୀ ବଶ୍ବ ଧନୀ ତାଲିକାରେ ୬୦୯ତମ ସ୍ଥାନରେ ରହିଥିଲେ । କିନ୍ତୁ କିଛି ବର୍ଷ ମଧ୍ୟରେ ସେ ଦ୍ବିତୀୟ ସ୍ଥାନକୁ ଆସିଲେ । ଏହି ସଫଳତା କେମିତି ମିଳିଥିଲା ? ଏହାରି ପଛରେ ମୋଦିଙ୍କ ହାତ ରହିଛି ।"

ଏହାସହ ଆଦାନୀଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ଦେବା କଥା କହିଥିଲେ ରାହୁଲ । ମୋଦି ଆଦାନୀଙ୍କ ଉପରେ ଘଣ୍ଟା ଘୋଡ଼ାଉଛନ୍ତି ସେ କହିଥିଲେ । ରାହୁଲ କହିଥିଲେ, "ମୁଁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ସନ୍ତୁଷ୍ଟ ନୁହେଁ । ଏହା ପରୋକ୍ଷରେ ସତକୁ ପଦାରେ ପକାଇଛି । ସେ ନିଜ ଅଭିଭାଷଣରେ ଆଦାନୀ ଗ୍ରୁପ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଯାଞ୍ଚ କରିବା ନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ । ଏଥିରୁ ସ୍ପଷ୍ଟ ଯେ ମୋଦି ସରକାର ଆଦାନୀଙ୍କୁ ସୁରକ୍ଷା ଯୋଗାଉଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.