ETV Bharat / bharat

ନଭେମ୍ବର ୧୯ରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ - ୧୯ରେ ବନ୍ଦ ରହିବ ବ୍ୟାଙ୍କ ସେବା

ଆସନ୍ତା ୧୯ ତାରିଖରେ ଧର୍ମଘଟ ଡାକରା ଦେଲା ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ । ଏହି ଦିନ ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ ସେବା । ଅଧିକ ପଢନ୍ତୁ

ନଭେମ୍ବର ୧୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
ନଭେମ୍ବର ୧୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
author img

By

Published : Nov 9, 2022, 7:23 AM IST

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ ସେବା । କାରଣ ଚଳିତ ମାସ ୧୯ରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(All India Bank Employee Association) ପକ୍ଷରୁ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । AIBEAର ସଦସ୍ୟମାନେ ଏହି ଧର୍ମଘଟରେ ସାମିଲ ହେଉଥିବାରୁ ବ୍ୟାଙ୍କ ସେବା ପ୍ରଭାବିତ ହେବ । ତେବେ ଧର୍ମଘଟ ଦିନ ତୃତୀୟ ଶନିବାର ପଡୁଛି ।

ସାଧାରତଃ ପ୍ରତ୍ୟେକ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ୍‌ ସେବା ବନ୍ଦ ରହୁଥିବା ବେଳେ ଚଳିତ ମାସରେ ତୃତୀୟ ଶନିବାର ବ୍ୟାଙ୍କ ସେବା ଧର୍ମଘଟ ଯୋଗୁଁ ବ୍ୟାହତ ହେବ । ନଭେମ୍ବର ୧୯ ଶନିବାର ଦିନ ପଡ଼ୁଛି । ଏହାର ପରଦିନ ରବିବାର ପଡୁଥିବାରୁ ଲଗାତାର ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାର ପ୍ରଭାବରେ ବ୍ୟାଙ୍କ ଶାଖା ଓ ATM ସେବା ପ୍ରଭାବିତ ହେବ । ଦୁଇ ଦିନ ଯାଏଁ ଲୋକମାନଙ୍କୁ ATMରେ ନଗଦ ଅଭାବର ସମ୍ମୁଖୀନ ହେବାକୁ ପଡିପାରେ ।

ଏହାମଧ୍ୟ ପଢନ୍ତୁ: ବିମୁଦ୍ରୀକରଣକୁ ୬ ବର୍ଷ: ଏବେବି ରେକର୍ଡ ସ୍ତରରେ ନଗଦ କାରବାର

ବ୍ୟାଙ୍କ ଅଫ୍ ବରୋଦା ରେଗୁଲେଟାରୀ ଫାଇଲିଂରେ କହିଛି ଯେ, ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(AIBEA)ର ଜେନେରାଲ ସେକ୍ରେଟାରୀ ଧର୍ମଘଟ କରିବା ପାଇଁ ଭାରତୀୟ ବ୍ୟାଙ୍କ ସଂଘ ( Indian Bank Association) ଉଦ୍ଦେଶ୍ୟରେ ନୋଟିସ ଜାରି କରିଛନ୍ତି । ନୋଟିସରେ ସଂଘ ଚାକିରି ସୁରକ୍ଷା, ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନରୁ ବିରତ ଆଦି ଦାବି ନେଇ ଆସନ୍ତା ୧୯ ତାରିଖରେ ଧର୍ମଘଟ କରିବା(Bank strike on November 19) ସମ୍ପର୍କରେ ଉଲ୍ଲେଖ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.