ETV Bharat / bharat

ବାପା ମାଆଙ୍କ ୧୨ ଲକ୍ଷ ଲୋନ ଶୁଝିବାକୁ ନାବାଳକକୁ କହିଲା ବ୍ୟାଙ୍କ

author img

By

Published : Nov 13, 2021, 9:27 AM IST

ବାପା ମାଆ ନେଇଥିବା ୧୨ ଲକ୍ଷ ଲୋନ ଶୁଝିବାକୁ ନାବାଳକ ପୁଅକୁ ନୋଟିସ୍‌ ପଠାଇଲା ବ୍ୟାଙ୍କ । ବ୍ୟାଙ୍କ ମ୍ୟାନେଜର ବିରୁଦ୍ଧରେ ମାମଲା ରୁଜୁ ପାଇଁ ଆସିଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ବାପାମାଆଙ୍କ ୧୨ ଲକ୍ଷ ଲୋନ ଶୁଝିବାକୁ ନାବାଳକକୁ କହିଲା ବ୍ୟାଙ୍କ

ବେଙ୍ଗାଲୁରୁ: ବ୍ୟାଙ୍କରୁ ବାପାମାଆ ନେଇଥିଲେ ଲୋନ । ହେଲେ ନାବାଳକ ପୁଅକୁ ଲୋନ ଶୁଝିବାକୁ ନୋଟିସ ପଠାଇଲା ବ୍ୟାଙ୍କ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକରୁ । ରାଜ୍ୟର କୋଡାଗୁ ଜିଲ୍ଲା ସ୍ଥିତ ବରୋଦା ବ୍ୟାଙ୍କ ଜଣେ ନାବାଳକକୁ ୧୨ ଲକ୍ଷ ଟଙ୍କା ଋଣ ପରିଶୋଧ କରିବାକୁ କହିଛି । ପିଲାଟିର ବାପାମାଆ ଗତବର୍ଷ କୋଭିଡରେ ପ୍ରାଣ ହରାଇଥିବାବେଳେ ବ୍ୟାଙ୍କ ନିଜ ଟଙ୍କା ଫେରି ପାଇବାକୁ ପିଲାଟିକୁ ନୋଟିସ୍‌ ଦେଇଥିବା ଜଣାପଡିଛି ।

ଗୁରୁବାର ଦିନ ଏହି ଘଟଣା ଲୋକଲୋଚନକୁ ଆସିଛି । ଯେତେବେଳେ କୋଡାଗୁ ଜିଲ୍ଲା ପଞ୍ଚାୟତ ହଲରେ ଆୟୋଜିତ ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ୧୬ ବର୍ଷୀୟ ପିଲାଟି ବ୍ୟାଙ୍କ ନୋଟିସ ବାବଦରେ ଜଣାଇଛି । ପିଲାଟି କହିଛି, କୋରୋନାରେ ଗତବର୍ଷ ମୁଁ ମୋ ବାପାମାଆଙ୍କୁ ହରାଇଛି । ମୋ ବାପା ଆଣିଥିବା ଲୋନ ପରିଶୋଧ କରିବାକୁ ବ୍ୟାଙ୍କ ଏବେ ମୋ ନାଁରେ ନୋଟିସ ଦେଇଛି । ନୋଟିସ ଅନୁଯାୟୀ, ବର୍ତ୍ତମାନ ପିଲାଟି ନିଜ ଜେଜେବାପା ଜେଜେମାଆ ସହ ରହୁଛି । ତାକୁ ୧୨ ଲକ୍ଷ ଟଙ୍କା ଲୋନ ସୁଝିବାକୁ ହେବ । ତା'ର ଅଭିଭାବକ ୬ ଏକର ଜମି ବନ୍ଧକ ରଖି ବରୋଦା ବ୍ୟାଙ୍କରୁ ଏହି ଲୋନ ନେଇଛନ୍ତି ।

ସେପଟେ ଏହି ଘଟଣା ଜଣାପଡିବା ପରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ବରୋଦା ବ୍ୟାଙ୍କ ମ୍ୟାନେଜର ବିରୁଦ୍ଧରେ FIR ଫାଇଲ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ବ୍ୟାଙ୍କର ଏଭଳି କାର୍ଯ୍ୟକଳାପ ଶିଶୁ ଅଧିକାରର ଖିଲାପ । ତେଣୁ ତୁରନ୍ତ ମାମଲା ରୁଜୁ କରିବାକୁ କହିଛି ଆୟୋଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.