ETV Bharat / bharat

Bangladesh communal violence; କାହାକୁ ଛଡା ଯିବନି କହିଲେ ପ୍ରଧାନମନ୍ତ୍ରୀ - ହିଂସା

ବାଂଲାଦେଶରେ ସାମ୍ପ୍ରତିକ ହିଂସା ନେଇ ଜବାବ ଦେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । ଅପରାଧୀଙ୍କୁ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ହିନ୍ଦୁ ମନ୍ଦିର ଏବଂ ଦୁର୍ଗା ପୂଜା ସ୍ଥାନ ଉପରେ ହୋଇଥିବା ଆକ୍ରମଣରେ ଜଡିତ ଥିବା ବ୍ୟକ୍ତି ଯିଏ ବି ହୁଅନ୍ତୁ ନା କାହିଁକି ସେଥିରୁ ରକ୍ଷା ପାଇବେ ନାହିଁ । ଅଧିକ ପଢନ୍ତୁ...

କାହାକୁ ଛଡା ଯିବନାହିଁ କହିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା

author img

By

Published : Oct 15, 2021, 1:28 PM IST

ଢାକା: ବାଂଲାଦେଶରେ ସାମ୍ପ୍ରତିକ ହିଂସା ନେଇ ଜବାବ ଦେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । ଅପରାଧୀଙ୍କୁ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ହିନ୍ଦୁ ମନ୍ଦିର ଏବଂ ଦୁର୍ଗା ପୂଜା ସ୍ଥାନ ଉପରେ ହୋଇଥିବା ଆକ୍ରମଣରେ ଜଡିତ ଥିବା ବ୍ୟକ୍ତି ଯିଏ ବି ହୁଅନ୍ତୁ ନା କାହିଁକି ସେଥିରୁ ରକ୍ଷା ପାଇବେ ନାହିଁ । ସେ ଆହୁରି କହିଛନ୍ତି, କୁମିଲା ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି । କାହାକୁ ଛଡା ଯିବ ନାହିଁ ।

ସେମାନେ କେଉଁ ଧର୍ମର ଅଟନ୍ତି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ସେମାନଙ୍କୁ ଅପରାଧ ପାଇଁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ । ଦୁର୍ଗା ପୂଜା ଅବସରରେ ଢାକେଶ୍ବରୀ ମନ୍ଦିରରେ ଏକ କାର୍ଯ୍ୟକ୍ରମରେ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି । ସେ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଗଣଭବନରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୁମିଲାରେ ମନ୍ଦିର ଭଙ୍ଗାରୁଜା କରିବା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ । ଯେଉଁମାନେ ଲୋକଙ୍କ ଆତ୍ମବିଶ୍ବାସ ଏବଂ ଲୋକଙ୍କ ବିଶ୍ବାସ ହାସଲ କରିବାରେ ଅସମର୍ଥ ଏବଂ ସେମାନ ହିଁ ଏପରି କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଏ ନେଇ ସୂଚନା ପାଇଛୁ । ଯେଉଁମାନେ ଆକ୍ରମଣ କରିଥିଲେ ଆମେ ନିଶ୍ଚିତ ଭାବରେ ସେମାନଙ୍କୁ ଚିହ୍ନଟ କରିବୁ । ଏହା ହେଉଛି ଟେକ୍ନୋଲୋଜିର ଯୁଗ । ସେମାନଙ୍କୁ ନିଶ୍ଚୟ ଚିହ୍ନଟ କରାଯାଇ ଉଚିତ୍ ଦଣ୍ଡ ଦିଆଯିବ । ଏହି ପରି ଘୃଣ୍ୟ କାର୍ଯ୍ୟର ପୁନରାବୃତ୍ତି ବନ୍ଦ କରିବାକୁ ସଜାଗ ରହିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ । ଜାତି, ଧର୍ମ ଏବଂ ଧର୍ମ ନିର୍ବିଶେଷରେ ଲୋକମାନେ ବାଂଲାଦେଶରେ ସମସ୍ତ ପର୍ବକୁ ଏକାଠି ପାଳନ କରନ୍ତି ବୋଲି ସେ କହିଛନ୍ତି । ସମସ୍ତଙ୍କ ପାଇଁ ପର୍ବ ସମାନ ସେଥିପାଇଁ ସମସ୍ତେ ମିଳିମିଶି ଏହାକୁ ପାଳନ କରିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହସିନା ।

ପ୍ରକାଶ ଥାଉ କି, ଦୁର୍ଗା ପୂଜା ପେଣ୍ଡାଲରେ ଭଙ୍ଗାରୁଜା ହୋଇଥିବା ସାମ୍ନାକୁ ଆସିଥିଲା । କିଛି ଚରମପନ୍ଥୀ ମନ୍ଦିର ତଥା ପୂଜା ପଣ୍ଡାଲରେ ଭଙ୍ଗାରୁଜା ହୋଇଥିଲା । ଘଟଣାକୁ ନେଇ ହିଂସା ପରିସ୍ଥିତି ଉପୁଜିଥିଲା, ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଅନେକ ଆହତ ହୋଇଥିଲେ । ହିଂସା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୨୨ ଜିଲ୍ଲାରେ ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.