ETV Bharat / bharat

ଇଣ୍ଟରଲକିଂ ସିଷ୍ଟମରେ ଗଡବଡ ଦୁର୍ଘଟଣା କାରଣ ହୋଇପାରେ: ସୁଧାଂଶୁ ମଣି - ବାଲେଶ୍ବର ଟ୍ରେନ ଦୁର୍ଘଟଣା

ଭୟଙ୍କର ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାର କାରଣ ଖୋଜା ପଡିଛି । କାହିଁକି ଘଟିଲା ଏପରି ଛାତିଥରା ଅଘଟଣ । ଏହାରି ଭିତରେ ବନ୍ଦେ ଭାରତ ଏକ୍ସପ୍ରେସ ଇଞ୍ଜିନିୟର ସୁଧାଂଶୁ ମଣି କଣ କହିଛନ୍ତି ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Sudhanshu Mani on Balasore train accident
ବାଲେଶ୍ବର ଟ୍ରେନ ଦୁର୍ଘଟଣା ନେଇ ସୁଧାଂଶୁ ମଣିଙ୍କ ପ୍ରତିକ୍ରିୟା
author img

By

Published : Jun 6, 2023, 7:46 AM IST

Updated : Jun 6, 2023, 10:54 AM IST

କୋଲକାତା: ଓଡ଼ିଶାର ବାଲେଶ୍ବର ବାହାନଗା ଭୟଙ୍କର ଟ୍ରେନ ଟ୍ରାଜେଡି କାରଣ ଏବେ ଅସ୍ପଷ୍ଟ । କାହିଁକି ଘଟିଲା ବାହାନଗା ଟ୍ରେନ ଦୁର୍ଘଟଣା । କେଉଁଠି ରହିଲା ତ୍ରୁଟି । କିଏ ଏହାର ଦାୟୀ । ଦୁର୍ଘଟଣା ପଛରେ ଅଛି କି କିଛି ଅପରାଧିକ ଷଡଯନ୍ତ୍ର ତାର କାରଣ ଖୋଜା ଚାଲିଛି । ଏହାରି ଭିତରେ ବନ୍ଦେ ଭାରତ ଏକ୍ସପ୍ରେସ ମୁଖ୍ୟ ଇଞ୍ଜିନିୟର ସୁଧାଂଶୁ ମଣି ବାଲେଶ୍ବର ଟ୍ରେନ ଦୁର୍ଘଟଣାକୁ ନେଇ କିଛି ଏପରି କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ କହିଛନ୍ତି, "ସିଗନାଲ ସହିତ କିଛି ଟାମ୍ପରିଂ ହୋଇଛି । ଇଣ୍ଟରଲକିଂ ସିଷ୍ଟମ ପାଇଁ ମଧ୍ୟ ଦୁର୍ଘଟଣା ହୋଇଥାଇପାରେ । ଏହା କାହାଦ୍ବାରା ହୋଇଛି ତାହା ତଦନ୍ତ ପରେ ଜଣାପଡିବ ।" ଏହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଷ୍ଟାଫଙ୍କ ଦ୍ବାରା ଟାମ୍ପରିଂ ହୋଇଥିବା ସନ୍ଦେହ ପ୍ରକାଶ କରିଛନ୍ତି ସୁଧାଂଶୁ ମଣି ।

ବାହାନଗା ଟ୍ରେନ ଟ୍ରାଜେଡିକୁ 72 ଘଣ୍ଟାରୁ ଅଧିକ ସମୟ ବିତିଲାଣି । ଉଭୟ ଅପ୍ ଏବଂ ଡାଉନ ଟ୍ରାକରେ ଟ୍ରେନ ମଧ୍ୟ ଚଳାଚଳ କରିଛି । ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି (ସୋମବାର) ଅପରାହ୍ନ 4.30 ସୁଦ୍ଧା 19ଟି ଟ୍ରେନ ଗଡିଛି । ମାତ୍ର ବର୍ତ୍ତମାନ ସମସ୍ତଙ୍କୁ ମୁଣ୍ଡରେ ଗୋଟିଏ ପ୍ରଶ୍ନ ଏତେ ବଡ ଭୟଙ୍କର ଦୁର୍ଘଟଣା ଘଟିଲା କିପରି । ରେଲୱେ ସୁରକ୍ଷା କମିଶନର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଘଟଣାର ସିବିଆଇ ତଦନ୍ତ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବନ୍ଦେ ଭାରତ ଏକ୍ସପ୍ରେସ ମୁଖ୍ୟ ଇଞ୍ଜିନିୟର ସୁଧାଂଶୁ ମଣି କହିଛନ୍ତି, "ଦୁର୍ଘଟଣାର କାରଣ ପ୍ରଥମରୁ ଜଣାପଡି ନଥିଲା । ମାତ୍ର ସମୟ ଗଡିବା ସହିତ ଇଣ୍ଟରଲକିଂ ସିଷ୍ଟମରେ ସୁଚିନ୍ତିତ ହସ୍ତକ୍ଷେପ କାରଣ ହୋଇଥିବା ଧୀରେଧୀରେ ଜଣାପଡୁଛି । ଏହା ପଛରେ କିଛି ଷଡ଼ଯନ୍ତ୍ର ଥାଇପାରେ ମାତ୍ର ତାହା ତଦନ୍ତ ପରେ ଜଣାପଡିବ ।"

ଇଞ୍ଜିନିୟର ସୁଧାଂଶୁ ମଣି ଆହୁରି କହିଛନ୍ତି, ''ଇଣ୍ଟରଲକିଂ ସିଷ୍ଟମ ଏପରି ତିଆରି ହୋଇଥାଏ ଯଦି ଟ୍ରାକରେ କିଛି ତ୍ରୁଟି ତେବେ ଏହି ସିଷ୍ଟମ ତୁରନ୍ତ ସୁରକ୍ଷିତ ମୋଡକୁ ଆସିଯାଏ । ଯଦି ସେହିଦିନ ଟ୍ରାକ୍‌ରେ କିଛି ସମସ୍ୟା ଥିଲା ଇଣ୍ଟରଲକିଂ ସିଷ୍ଟମ ତାହା ଜାଣିବା କଥା ଏବଂ ସୁରକ୍ଷା ସହ ରେଡ୍‌ ସିଗନାଲ ଦେଇଥାନ୍ତା ଏବଂ ଦୁର୍ଘଟଣା ଟଳିଯାଇଥାନ୍ତା । କେହି ତ ଜଣେ ଗଡବଡ କରିଥିବା ସନ୍ଦେହ କରାଯାଉଛି । ଇଣ୍ଟରଲକିଂ ସିଷ୍ଟମରେ ଜାଣିଶୁଣି ତ୍ରୁଟି କରାଯାଇଥାଇପାରେ ମାତ୍ର ତାହା ତଦନ୍ତ ପରେ ଜଣାପଡିବ ।"

ଷ୍ଟାଫ କମ୍‌ ରହିବା ଦୁର୍ଘଟଣାର କାରଣ ହୋଇ ନଥାଇପାରେ ହେଲେ ଟ୍ରାକର ଅବସ୍ଥା ମଧ୍ୟ ଭଲ ନଥିଲା । ଖରାପ ଟ୍ରାକ ମଧ୍ୟ ଦୁର୍ଘଟଣାର କାରଣ ହୋଇପାରେ । ମୁଁ ବୁଝିପାରୁଛି ଷ୍ଟାଫ ଏବଂ ଅଫିସରଙ୍କ ଉପରେ ଚାପ ଥାଏ ମାତ୍ର ଯାତ୍ରୀଙ୍କ ସୁରକ୍ଷା ଓ ଟ୍ରାକ୍‌ ରକ୍ଷଣାବେକ୍ଷଣକୁ ଧ୍ୟାନରେ ରଖିବାକୁ ପଡିବ । ମାତ୍ର ଏହା ଅନୁମାନ କରୁଛି କି କାର୍ଯ୍ୟକୁ ସଠିକ ଭାବରେ କରାଯାଇନାହିଁ ଫଳରେ ଦୁର୍ଘଟଣା ଘଟିଥିବା କହିଛନ୍ତି ବନ୍ଦେ ଭାରତ ଏକ୍ସପ୍ରେସ ମୁଖ୍ୟ ଇଞ୍ଜିନିୟର ସୁଧାଂଶୁ ମଣି ।

ଏହା ବି ପଢନ୍ତୁ...CAG Report 2022: ସତର୍କ କରାଇଥିଲା ସିଏଜି, ସୁରକ୍ଷା ସଞ୍ଚାଳନ ଓ ଟ୍ରାକ ନବୀକରଣ ପାଇଁ ଥିଲା ପରାମର୍ଶ

ରେଳମନ୍ତ୍ର ମନ୍ତ୍ରଣାଳୟ ମଧ୍ୟ ଏହି ଭୟଙ୍କର ଦୁର୍ଘଟଣା ପଛରେ କିଛି ଷଡ଼ଯନ୍ତ୍ର ଥିବା ଅନୁମାନ କରିଥିଲା । ଇଣ୍ଟରଲକିଂ ସିଷ୍ଟମରେ କିଛି ଅପରାଧିକ ଷଡ଼ଯନ୍ତ୍ର କରାଯାଇପାରେ ହୋଇ ମଧ୍ୟ ନଥାଇ ପାରେ । ହୁଏତ ରକ୍ଷାଣାବେକ୍ଷଣରେ ଅଣଦେଖା ହେତୁ ଦୁର୍ଘଟଣା ଘଟିଥାଇପାରେ । ଜୁନ 2 ତାରିଖ ରାତି 7ଟାରେ ବାଲେଶ୍ବର ବାହନାଗରେ ଦୁଇଟି ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏଥିରେ 275 ଲୋଙ୍କ ମୃତ୍ୟୁ ହୋଇଥିବାବେଳେ 1000ରୁ ଅଧିକ ଆହତ ହୋଇଥିଲେ । ଏବେ ଓଡିଶାରେ ବିଭିନ୍ନ ହସ୍ପିଟାଲରେ ମୃତଦେହ ଟିହ୍ନଟ ପ୍ରକ୍ରିୟା ଚାଲିଛି । ଫଟୋରୁ ପରିଚିତଙ୍କୁ ଚିହ୍ନୁଛନ୍ତି ସମ୍ପର୍କୀୟ । ବନ୍ଦେ ଭାରତ ଏକ୍ସପ୍ରେସ ମୁଖ୍ୟ ଇଞ୍ଜିନିୟର ସୁଧାଂଶୁ ମଣି ପ୍ରତିକ୍ରିୟା ପରେ ତଦନ୍ତ କିଛି ନୂଆ ମୋଡ ନେଇପାରେ ବୋଲି ଅନୁମାନ କରାଯାଉଛି ।

Last Updated : Jun 6, 2023, 10:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.