ଡେରାଡୁନ: କିଛିଦିନ ହେବ ଯୋଗ ଗୁରୁ ବାବା ରାମଦେବ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ । ବାବା ଏମିତି ବୟାନ ଦେଉଛନ୍ତି ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରାଯାଉଛି । ଇଣ୍ଡିଆନ ମେଡିକାଲ ଆସୋସିଏସନ IMA ମଧ୍ୟ ବାବାଙ୍କ ଗିରଫ ଦାବି କରିଛି । ଏହି ସମୟରେ ବାବା ରାମଦେବ IMA ଏବଂ ଫାର୍ମା କମ୍ପାନୀକୁ ପ୍ରଶ୍ନ ପଚାରିଛନ୍ତି ।
ତେବେ IMA ଯୋଗଗୁରୁ ରାମଦେବଙ୍କ ଗିରଫ ଦାବି କରିବା ପରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଛନ୍ତି ବାବା । ବାବା IMA ଏବଂ ଫାର୍ମା କମ୍ପାନୀଙ୍କୁ ପଚାରିଛନ୍ତି ଯେ, ଏଲୋପାଥିରେ ଉଚ୍ଚ ରକ୍ତଚାପ ଏବଂ ଜଟିଳତାର ସ୍ଥାୟୀ ସମାଧାନ କଣ । ତେବେ ଏଲୋପାଥି ସମ୍ବନ୍ଧୀୟ 25ଟି ପ୍ରଶ୍ନ ପଚାରିଥିବା ଜଣାପଡିଛି । ସୂଚନା ଅନୁଯାୟୀ କିଛିଦିନ ତଳେ ଯୋଗ ଗୁରୁ ବାବା ରାମଦେବଙ୍କ ବିବାଦୀୟ ବୟାନର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବାବା ରାମଦେବ କହିଛନ୍ତି ଯେ, ଯେତେବେଳେ କୋଭିଡର 2ଟି ପର୍ଯ୍ୟାୟ ଭ୍ୟାକ୍ସିନ ନେବା ପରେ ବି 1000 ଡାକ୍ତରଙ୍କ ପ୍ରାଣହାନୀ ଘଟିଛି, ତେବେ ସେମାନେ କେମିତି ଡାକ୍ତର ହେଲେ । ରାମଦେବଙ୍କ ଏହି ବିବୃତ୍ତି ପରେ ଏକ ବଡ ବିବାଦ ସୃଷ୍ଟି ହୋଇଛି । ଏହି ଭିଡିଓ ପରେ IMA ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ବାବାଙ୍କ ଗିରଫଦାରି ଦାବି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ