ETV Bharat / bharat

Ayodhya Ramlala Pran Pratistha: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ରାମପଥ ନିର୍ମାଣ ! - ଅଯୋଧ୍ୟା ରାମପଥ ନିର୍ମାଣ

ରାମ ମନ୍ଦିର ନିର୍ମାଣ ଦ୍ରୁତଗତିରେ ଚାଲିଛି । ତଳ ମହଲା କାମ ଶେଷ ହୋଇଥିବା ବେଳେ, ବର୍ତ୍ତମାନ ପ୍ରଥମ ମହଲା ନିର୍ମାଣ କାମ ଜାରି ରହିଛି । ମନ୍ଦିର ପ୍ରତିଷ୍ଠା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ, ଅଯୋଧ୍ୟା ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାର ପ୍ରତିଦିନ ବୈଠକ ପରେ ବୈଠକ କରୁଛନ୍ତି । ପ୍ରସ୍ତୁତି, ଆୟୋଜନ ନେଇ ଯେମିତି କୌଣସି ସମସ୍ୟା ନହୁଏ ତାହାକୁ ନିଶ୍ଚିତ କରାଯାଉଛି । ଖାଲି ଏତିକି ନୁହେଁ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମଧ୍ୟ ବ୍ୟାପକ ଆୟୋଜନ କରାଯାଉଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 16, 2023, 10:15 PM IST

Ayodhya Ramlala Pran Pratistha: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ରାମପଥ ନିର୍ମାଣ !

ଅଯୋଧ୍ୟା: ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ରାମପଥ ନିର୍ମାଣ ଶେଷ ହେବ । ଭକ୍ତଙ୍କ ପାଇଁ ବେଶ ଗୁରୁ୍ତ୍ବ ବହନ କରୁଥିବା ଏହି ପଥର ନିର୍ମାଣ ଏବେ ତୀବ୍ରଗତିରେ ଚାଲିଛି । ଖାଲି ରାମପଥ ନୁହେଁ ଅଯୋଧ୍ୟାର ବିକାଶ ପାଇଁ ଚାଲିଥିବା ସମସ୍ତ ପ୍ରକଳ୍ପର ନିର୍ମାଣ ଯୁଦ୍ଧ କାଳୀନ ଭିତ୍ତିରେ ହେଉଛି । ଭବ୍ୟ ଦିବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ଆପତତଃ ଚୂଡାନ୍ତ ହୋଇଛି ସାରିଛି । ଏଥିପାଇଁ ରାମ ଜନ୍ମଭୂମି ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଲାଲାଙ୍କ ମନ୍ଦିର ନିର୍ମାଣ ଯୋରଦାର ଚାଲିଛି । ମନ୍ଦିର ପ୍ରତିଷ୍ଠା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି। ରାମ ମନ୍ଦିର ପ୍ରତିଷ୍ଠାରେ ଯେଭଳି କୌଣସି ତ୍ରୁଟି ନହୁଏ ସେଥିପାଇଁ ପୁରା ଅଯୋଧ୍ୟାର ନବକଲେବର ଚାଲିଛି । ମନ୍ଦିର ପରିସର ସମେତ ପୁରା ଅଯୋଧ୍ୟାକୁ ନୂଆ ରୂପ ସହ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଚାଲିଛି । ଅର୍ଦ୍ଧାଧିକ ପ୍ରକଳ୍ପକୁ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ପ୍ରାୟ 13 କିମି ଲମ୍ବା ରାମପଥ: ରାମ ମନ୍ଦିର ନିର୍ମାଣ ଦ୍ରୁତଗତିରେ ଚାଲିଛି । ତଳ ମହଲା କାମ ଶେଷ ହୋଇଥିବା ବେଳେ, ବର୍ତ୍ତମାନ ପ୍ରଥମ ମହଲା ନିର୍ମାଣ କାମ ଜାରି ରହିଛି । ମନ୍ଦିର ପ୍ରତିଷ୍ଠା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ, ଅଯୋଧ୍ୟା ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାର ପ୍ରତିଦିନ ବୈଠକ ପରେ ବୈଠକ କରୁଛନ୍ତି । ପ୍ରସ୍ତୁତି, ଆୟୋଜନ ନେଇ ଯେମିତି କୌଣସି ସମସ୍ୟା ନହୁଏ ତାହାକୁ ନିଶ୍ଚିତ କରାଯାଉଛି । ଖାଲି ଏତିକି ନୁହେଁ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମଧ୍ୟ ବ୍ୟାପକ ଆୟୋଜନ କରାଯାଉଛି । ଯାହାକୁ ନେଇ ପୁରା ଅଯୋଧ୍ୟା ଚଳଚଞ୍ଚଳ । ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଯୋଗୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଭକ୍ତଙ୍କ ଯାତାୟାତା ପାଇଁ ସହାଦତଗଞ୍ଜରୁ ନୟାଘାଟ(ସରଜୂ କୂଳ ) ପର୍ଯ୍ୟନ୍ତ 13 କିମି ବ୍ୟାପୀ ରାମପଥ ନିର୍ମାଣ କରୁଛନ୍ତି । ଯାହାର ନିର୍ମାଣର ଧାର୍ଯ୍ୟ ସମୟ ଆସନ୍ତା ଏପ୍ରିଲ 2024 ପର୍ଯ୍ୟନ୍ତ ରହିଛି । ହେଲେ ଭକ୍ତଙ୍କ ସୁବିଧା ପାଇଁ ଅଯୋଧ୍ୟା ଜିଲ୍ଲା ପ୍ରଶାସନ ଓ ନିର୍ମାଣକାରୀ ରାମପଥର ନିର୍ମାଣ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ କରିବକୁ ପ୍ରୟାସ ଚଳାଇଛନ୍ତି ।

ଏହାବି ପଢନ୍ତୁ- Ram Mandir Inauguration: ଭକ୍ତଙ୍କ ପାଇଁ ନିର୍ମାଣ ହେବ ଟେଣ୍ଟ ସିଟି, ମିଳିବ ନିଶୁଲ୍କ ସେବା

ତିନି ପର୍ଯ୍ୟାୟରେ ଚାଲିଛି କାମ: ଅଯୋଧ୍ୟା ଜିଲ୍ଲାପାଳ ନିତୀଶ କୁମାରଙ୍କ ସୂଚନା ଅନୁସାରେ ରାମପଥର ନିର୍ମାଣ ତିନୋଟି ପର୍ଯ୍ୟାୟରେ ଚାଲିଛି । ମୋଟ 13 କିମିର ରାମପଥର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାମ ନୟାଘାଟରୁ ଉଦୟ ଚୌରାହେ ପର୍ଯ୍ୟନ୍ତ ଚାଲିଛି । ଦ୍ବିତୀୟ ପର୍ଯ୍ୟାୟ ସହାଦତଗଞ୍ଜରୁ ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଚାଲିଛି ଯାହା ନଭେମ୍ବରରେ ଶେଷ ହେବ । ତୃତୀୟ ପର୍ଯ୍ୟାୟ ପୋଷ୍ଟ ଅଫିସ ନିକଟରୁ ସରଜୂ କୂଳ ପର୍ଯ୍ୟନ୍ତ ଚାଲିଛି । ଯାହା ଡିସେମ୍ବରରେ ଶେଷ ହେବ । ରାମପଥ ମାର୍ଗ ନିର୍ମାଣ ହେଲେ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସିବାକୁ ଥିବା ଭକ୍ତଙ୍କ ଯାତାୟାତା ଆହୁରି ସରଳ ହୋଇଯିବ । ଏହି ପ୍ରକଳ୍ପର ନିର୍ମାଣ ଶେଷ ପାଇଁ 2024 ଏପ୍ରିଲ ପର୍ଯ୍ୟନ୍ତ ସମୟ ଥିଲେ ମଧ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.