ETV Bharat / bharat

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର 22 କୋଟି ଟଙ୍କା ବାଉନ୍ସ - ram mandir

ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ସମର୍ପଣ ନିଧି ଅଭିଯାନରେ ଆଦାୟ କରାଯାଇଥିବା 22 କୋଟିର ଚେକ ବାଉନ୍ସ ହୋଇଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ରାମ ମନ୍ଦିର ନିର୍ମାଣର 22 କୋଟି ଟଙ୍କା ବାଉନ୍ସ

author img

By

Published : Apr 16, 2021, 10:45 AM IST

ଅଯୋଧ୍ୟା: ବାଉନ୍ସ ହେଲା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର 22 କୋଟି ଟଙ୍କା । ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ସମର୍ପଣ ନିଧି ଅଭିଯାନରେ ଆଦାୟ କରାଯାଇଥିବା 22 କୋଟିର ଚେକ ବାଉନ୍ସ ହୋଇଯାଇଥିବା ଜଣାପଡିଛି ।

ରାମ ମନ୍ଦିର ନିର୍ମାଣ ପାଇଁ ସମର୍ପଣ ନିଧି ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଆଦାୟ ହୋଇଥିବା 15 ହଜାର ଚେକ ବାଉନ୍ସ ହୋଇଯାଇଥିବା ଜଣାପଡିଛି। ତେବେ ମିଳିଥିବା ସୂଚନା ଅନୁସାରେ, ଏହି ବାଉନ୍ସ ହୋଇଥିବା ଚେକ ସମୁଦାୟ 22 କୋଟି ଟଙ୍କା ପାଖିପାଖି ହେବ ।

ଏନେଇ ଯେତେବେଳେ ଶ୍ରୀରାମ ଟ୍ରଷ୍ଟଭୂମିକୁ ପଚାରିବାରୁ ଏହାପଛରେ ଯାନ୍ତ୍ରିକ ତ୍ରୁଟିକୁ କାରଣ ଦର୍ଶାଇଛନ୍ତି । ତେବେ ଏତେ ମୋଟା ଅଙ୍କର ଚେକ ଏଭଳି ବାଉନ୍ସ ହେବା ଘଟଣାକୁ ନେଇ ଏକ ଟିମ ଗଠନ କରାଯାଇଛି । ଯେଉଁ ଦାନ କରିଥିବା ଦାତାମାନଙ୍କ ଚେକ ବାଉନ୍ସ ହୋଇଛି ଏହି ଟିମ ସେମାନଙ୍କ ସହ ଯୋଗାଯୋଗ କରୁଛନ୍ତି ।

ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଜାନୁଆରୀ 15 ରୁ ଫେବୃଆରୀ 27 ମଧ୍ୟରେ ଦେଶରେ ସମର୍ପଣ ନିଧି ଅଭିଯାନ ଆରମ୍ଭ କରାଯାଇଥିଲା । ଯେଉଁଥିରେ9 ଲକ୍ଷ କାର୍ଯ୍ୟକର୍ତ୍ତା 1 ଲକ୍ଷ 75 ହଜାର ଛୋଟି ଛୋଟ ଟୋଲି ବା ସଙ୍ଗଠନ କରି ଘରେ ଘରେ ବୁଲିବା ସହ 10 କୋଟି ପରିବାରସହ ସମ୍ପର୍କ କରିଥିଲେ ।

ଏହି ଅଭିଯାନରେ ପାଖାପାଖି 5 ହଜାର କୋଟି ଅର୍ଥରାଶି ଜମା ହୋଇଥିବା ଅନୁମାନ କରାଯାଉଛି । ତେବେ ଏବେ ଏଥିରୁ 22 କୋଟି ଟଙ୍କାର ଚେକ ବାଉନ୍ସ ହୋଇଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.