ETV Bharat / bharat

କର୍ଣ୍ଣାଟକରେ ସରକାର ପରିବର୍ତ୍ତନ ଅଡିଓ ଭାଇରାଲ, ନକଲି Audio କହିଲା BJP

କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ଭିତରେ ବିଜେପି ରାଜ୍ୟ ସଭାପତି ନଳୀନ କୁମାର କାଟିଲଙ୍କ ନାଁରେ ଏକ ଅଡିଓ କ୍ଲିପ ଭାଇରାଲ ହେବାରେ ଲାଗିଛି । ଯାହାକୁ ନକଲି କହି ଅଭିଯୋଗ ଖଣ୍ଡନ କରିଛି ବିଜେପି । ଅଧିକ ପଢନ୍ତୁ...

କର୍ଣ୍ଣାଟକ ବିଜେପି ସଭାପତ ନଳୀନ କୁମାର ନାଁରେ ଅଡିଓ ଭାଇରାଲ

author img

By

Published : Jul 19, 2021, 12:45 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ଭିତରେ ବିଜେପି ରାଜ୍ୟ ସଭାପତି ନଳୀନ କୁମାର କାଟିଲଙ୍କ ନାଁରେ ଏକ ଅଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ନଳୀନ କୁମାର କାଟିଲଙ୍କ ନେତୃତ୍ବରେ ସମ୍ଭାବ୍ୟ ପରିବର୍ତ୍ତନ ହେବା ନେଇ ଅଡିଓଟି ଭାଇରାଲ ହୋଇଛି। ଯାହାକୁ ନକଲି ବୋଲି କହିଛନ୍ତି ନଳୀନ କୁମାର କାଟିଲ ।

ହ୍ବାଟସଆପ ଜରିଆରେ କେହି ଜଣେ ଏହି ମିଥ୍ୟା ଅଡିଓକୁ ସେୟାର କରିଛି। ଏ ଦିଗରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି କର୍ଣ୍ଣାଟକ ସଭାପତି ନଳୀନ କୁମାର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କୁ ଅନୁରୋଧ କରିଛନ୍ତି । ସେପଟେ ବିଜେପିରେ ଆଭ୍ୟନ୍ତରୀଣ ମତଭେଦ ଥିବା କହି କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛି। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଦାବି କରିଛନ୍ତି ଯେ ରାଜ୍ୟରେ ବିଜେପି ନେତୃତ୍ବାଧୀନ ସରକାର ଅସ୍ଥିର । କାରଣ ବିଧାୟକ ଓ ମନ୍ତ୍ରୀମାନେ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଇସ୍ତଫା ବିଷୟରେ ଖୋଲାଖୋଲି ଆଲୋଚନା କରୁଥିବା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଖଡଗେ ।

ପୂର୍ବରୁ କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ଓ ଶନିବାର ୟେଦୁରପ୍ପାଙ୍କ ଇସ୍ତଫା ପତ୍ରକୁ ଅସ୍ବୀକାର କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ । ଗତ ମାସରେ ଦଳର ବିଧାୟକ ଓ ମନ୍ତ୍ରୀମାନେ ୟେଦୁରପ୍ପାଙ୍କ ଇସ୍ତଫା ଦାବି କରିଥିଲେ । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସି.ପି ଯୋଗେଶ୍ବର ଏକ ବିବୃତ୍ତିରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ପୁଅ କର୍ଣ୍ଣାଟକ ମନ୍ତ୍ରଣାଳୟକୁ ଶାସନ କରିବା ସହ ନିୟନ୍ତ୍ରଣ କରୁଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.