ETV Bharat / bharat

ସଂସଦ ସୁରକ୍ଷା ବିଭ୍ରାଟ: ମାଷ୍ଟରମାଇଣ୍ଡ ଲଳିତ ଘରେ ATS ଓ ଦିଲ୍ଲୀ ପୋଲିସର ଛାନଭିନ - ବିହାର ଖବର

ATS Reached Lalit Jha House: ମାଷ୍ଟରମାଇଣ୍ଡ ଲଳିତ ଝା ଘରେ ATS ଓ ଦିଲ୍ଲୀ ପୋଲିସର ଛାନଭିନ । ପରିବାର ସଦସ୍ୟ ଓ ପଡୋଶୀଙ୍କ ଠାରୁ ସୂଚନା ସଂଗ୍ରହ କଲା ତଦନ୍ତକାରୀ ଟିମ । ଅଧିକ ପଢନ୍ତୁ

ସଂସଦ ସୁରକ୍ଷା ବିଭ୍ରାଟ: ମାଷ୍ଟରମାଇଣ୍ଡ ଲଳିତ ଝା ଘରେ ATS ଓ ଦିଲ୍ଲୀ ପୋଲିସର ଛାନଭିନ

author img

By ETV Bharat Odisha Team

Published : Dec 19, 2023, 10:27 PM IST

ନୂଆଦିଲ୍ଲୀ/ପାଟନା: ସଂସଦ ଆକ୍ରମଣର 22ତମ ବାର୍ଷିକୀ ଦିନ ସଂସଦରେ ହୋଇଥିବା ସୁରକ୍ଷା ବିଭ୍ରାଟ ଓ ଧୂମ୍ରକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଳିତ ଝାର ବିହାର ଦରଭଙ୍ଗା ସ୍ଥିତ ଘରେ ପହଞ୍ଚିଛି ଦିଲ୍ଲୀ ପୋଲିସ ଓ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏମସ)ର ଟିମ । ଏହି ମିଳିତ ଟିମ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ଠାରୁ ଲଳିତର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହ ଘରେ ଛାନଭିନ ମଧ୍ୟ କରିଛନ୍ତି । ଗତକାଲି (ସୋମବାର) ବିଳମ୍ବିତ ରାତିରେ ଏଟିଏସ ଟିମ୍‌ ଦରଭଙ୍ଗାର ରାମପୁର ଉଦୟ ଗ୍ରାମରେ ପହଞ୍ଚିଥିଲା । ଆଜି (ମଙ୍ଗଳବାର) ସକାଳେ ଦିଲ୍ଲୀ ପୋଲିସ ପଚରାଉଚରା ପାଇଁ ପହଞ୍ଚିଛି । ପରିବାର ସଦସ୍ୟ ଓ ପଡୋଶୀଙ୍କ ଠାରୁ କିଛି ସୂଚନା ସଂଗ୍ରହ କରିଛି ତଦନ୍ତକାରୀ ଟିମ । ଲଳିତର ଭାଇ ହରିଦର୍ଶନ ଝା ଓରଫ ସୋମୁ ଓ ଶମ୍ଭୁ ଝାଙ୍କ ସମେତ ତାର ବାପା ଦେବାନନ୍ଦ ଝାଙ୍କୁ ମଧ୍ୟ ଲଳିତର କାର୍ଯ୍ୟକଳାପ ସମ୍ପର୍କରେ ଜେରା କରାଯାଇଛି ।

ଲଳିତକୁ ପୋଲିସ ଦିଲ୍ଲୀରୁ ଗିରଫ କରିଥିଲା । ଘଟଣା ଘଟିବାର 24 ଘଣ୍ଟା ପରେ ଲଳିତ ଗିରଫ ହୋଇଥିଲା । ତାକୁ ଗିରଫ କରିବା ପାଇଁ ବିଭିନ୍ନ ରାଜ୍ୟରେ ପୋଲିସକୁ ଚଢାଉ କରିବାକୁ ପଡିଥିଲା । ମାତ୍ର ସେ 5 ଅଭିଯୁକ୍ତ ଗିରଫ ହେବା ପରେ ଶେଷରେ ରାଜଧାନୀରୁ ହିଁ ଗିରଫ ହୋଇଥିଲା । ଏବେ ସେ ପୋଲିସ ରିମାଣ୍ଡରେ ରହିଛି । ସେହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଗତ କିଛି ମାସ ହେବ ସେ ହିଁ ସମସ୍ତ ଯୋଜନା କରିଥିଲା । ସେ ଅନ୍ୟ ସମସ୍ତଙ୍କ ମୋବାଇଲ ଫୋନ ନିଜ ପାଖରେ ରଖିଥିବା ବେଳେ ଘଟଣା ଘଟିବା ବେଳେ ସଂସଦ ବାହାରେ ନିଜେ ଉପସ୍ଥିତ ଥିଲା । ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରି ଏକାଧିକ ବ୍ୟକ୍ତିଙ୍କୁ ପଠାଇ ଭାଇରାଲ ମଧ୍ୟ କରିଥିଲା । ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ନୀତିଶ କୁମାରଙ୍କୁ କର ‘ଇଣ୍ଡିଆ’ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପାଟନାରେ ପୋଷ୍ଟର ମାରିଲେ ସମର୍ଥକ

ଲଳିତର ପଶ୍ଚିମବଙ୍ଗ ଲିଙ୍କ୍‌ ମଧ୍ୟ ସାମ୍ନାକୁ ଆସିଥିଲା । ସେ କୋଲକାତାର ରବିନ୍ଦ୍ର ସାରଣୀରେ ଏକ ଭଡା ଘରେ କିଛି ମାସ ରହିଥିଲା । ସ୍ଥାନୀୟ ଏକ ଏନଜିଓରେ କାମ ମଧ୍ୟ କରିଥିବା ସୂଚନା ମିଳିଛି । ଏହା ପରେ ସେ କିଛି ଦିନ କୋଲକାତା ଛାଡି ଅନ୍ୟତ୍ର ରହୁଥିଲା । ଗିରଫ 6 ଅଭିଯୁକ୍ତ ଭିନ୍ନ ଭିନ୍ନ 6 ରାଜ୍ୟରୁ ରହିଛନ୍ତି । ସେମାନେ ସାମାଜିକ ଗଣମାଧ୍ୟମରେ ପରସ୍ପର ସହ ପରିଚିତ ହୋଇଥିଲେ । ଲଳିତ ହିଁ ଏହି ପୁରା ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଥିଲା ବୋଲି ଏବେ ସୁଦ୍ଧା ହୋଇଥିବା ତଦନ୍ତରେ ପୋଲିସ ଜାଣିବାକୁ ପାଇଛି । ଏହି ଘଟଣାରେ ସମସ୍ତ ଦିଗରୁ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଥିଲେ ସୁଦ୍ଧା ଏହାର ପ୍ରଭାବରେ ଗୃହ ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନି । ଏବେ ସୁଦ୍ଧା ଏହି ପ୍ରସଙ୍ଗରେ ସଂସଦରେ ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ ଅଭିଯୋଗରେ ମୋଟ 141 ସାଂସଦଙ୍କୁ ନିଲମ୍ବିତ କରାଯାଇ ସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.