ହାଇଦ୍ରାବାଦ: ରାଜନେତାରୁ ଗ୍ୟାଙ୍ଗଷ୍ଟାର ପାଲଟିଥିବା ଅତିକ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଉମେଶ ପାଲ ହତ୍ୟା ଘଟଣାରେ ଜେଲରେ ସଜା କାଟୁଥିବା ବେଳେ ସର୍ବସାଧାରଣରେ ଅତିକ ଓ ତାର ଭାଇକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି । ତେବେ ଅତିକ ନାମରେ କେବଳ ଏହି ଗୋଟିଏ ମାମଲା ନୁହଁ ବରଂ 100ରୁ ଊର୍ଦ୍ଧ୍ବ ମାମଲା ରହିଛି । ଉମେଶ ପାଲ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ 44 ବର୍ଷ ପୂର୍ବେ ତା ବିରୋଧରେ ପ୍ରଥମ ମାମଲା ରୁଜୁ ହୋଇଥିଲା । ସେବେ ଠାରୁ ଅତିକ ବିରୋଧରେ ଶହେରୁ ଅଧିକ ମାମଲା ପଞ୍ଜୀକୃତ ହୋଇଥିଲା, କିନ୍ତୁ ପ୍ରଥମ ଥର ପାଇଁ ସେ କେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା ତାହା ଉପରେ ନଜର ପକାନ୍ତୁ ।
କେଉଁ ମାମଲାରେ ଅତିକ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲା ? ଅତିକ ବିରୋଧରେ 101ଟି ମାମଲା ରୁଜୁ ହୋଇଛି । ବର୍ତ୍ତମାନ କୋର୍ଟରେ 50ଟି ମାମଲାର ବିଚାର ଚାଲିଛି । ସେଥି ମଧ୍ୟରୁ ଏକାଧିକ ଏନଏସଏ, ଗ୍ୟାଙ୍ଗଷ୍ଟାର ଓ ଗୋଣ୍ଡା ଆକ୍ଟ ରହିଛି । ଅତିକ ବିରୋଧରେ 1979 ମସିହାରେ ପ୍ରଥମେ ମାମଲା ପଞ୍ଜୀକୃତ ହୋଇଥିଲା । ଏହା ପରେ ଅତିକ ଅପରାଧ ଦୁନିଆରେ ଗୋଟିଏ ପରେ ଗୋଟିଏ ଜଘନ୍ୟକାଣ୍ଡ ଘଟାଇ ଚାଲିଥିଲା । ହତ୍ୟା, ଡକାୟତି, ନିର୍ଯାତନା, ଅପହରଣ ପରି ଅନେକ ମାମଲା ରୁଜୁ ହୋଇଚାଲିଲା ଅପରାଧ ଘଟାଇବା ସହ ରାଜନୀତିରେ ମଧ୍ୟ ନିଜ ସ୍ଥିତିକୁ ସୁଦୃଢ କରିଥିଲା ଅତିକ ।
ଏହା ମଧ୍ୟ ପଢନ୍ତୁ-Atiq Ahmed, brother Ashraf shot dead: ଅତିକ ଓ ଅସରଫକୁ ଗୁଳି କରି ହତ୍ୟା
ଅତିକ ବିରୋଧରେ ଏନଏସଏ ମଧ୍ୟ ଲାଗୁ କରାଯାଇଛି: 1989ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲା ଅତିକ । ଏହାପରେ ନିଜର ଅପରାଧ ଦୁନିଆକୁ ବିସ୍ତାର କରିବାରେ ଲାଗି ପଡିଥିଲା । 1992ରେ ପ୍ରଥମ ଥର ପାଇଁ ତାର ଗ୍ୟାଙ୍ଗକୁ IS 227 ଭାବରେ ନାମ କରଣ କରି ପୋଲିସ ଅତିକକୁ ଗ୍ୟାଙ୍ଗର ମୁଖ୍ୟ ଭାବରେ ଘୋଷଣା କରିଥିଲା । 1993ରେ ଲକ୍ଷ୍ନୌରେ ଥିବା ଗେଷ୍ଟ ହାଉସ୍ ଦୁର୍ନୀତି ଅତିକୁ ଜଣେ କୁଖ୍ୟାତ ଅପରାଧିର ପରିଚୟ ଦେଇଥିଲା । ଏହାପରେ ଗ୍ୟାଙ୍ଗଷ୍ଟର ଆକ୍ଟ ସହିତ ଗୋଣ୍ଡା ଆକ୍ଟ ଅନୁଯାଇ ତା ବିରୋଧରେ ଅନେକ ଥର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଅତିକ ଉପରେ ଥରେ ଏନଏସଏ ମଧ୍ୟ ଲାଗୁ କରାଯାଇଛି ।
ଅତିକ ବିରୋଧରେ ଅଭିଯୋଗ କରିବାକୁ ଭୟ କରୁଥିଲେ ଲୋକେ: ରାଜନୀତିରେ ସକ୍ରିୟ ରହିବ ସହ ଅପରାଧ ଘଟାଇ ଚାଲିଥିଲା ଅତିକ। ଏଥିସହ ଜମି କିଣା ବିକା ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲା । ଜମି କ୍ରୟ ଏବଂ ବିକ୍ରୟ କରି ଲାଭବାନ ହେଉଥିଲା ଅତିକ । ସେ ଅପରାଧ ଘଟାଉଥିଲେ ମଧ୍ୟ ତା ବିରୋଧରେ କେହି ଅଭିଯୋଗ କରିବାକୁ ଭୟ କରୁଥିଲେ । କାହିଁକିନା ଯଦି କେହି ଅଭିଯୋଗ କରିବେ ପରମୁହୂର୍ତ୍ତରେ ସେ ଅତିକର ଶତ୍ରୁ ପାଲଟିଯିବେ । ଅନେକ ଅଭିଯୋଗକାରୀ ଲିଖିତ ଆକାରରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପରମୁହୂର୍ତ୍ତରେ ଭୁଲରେ ଅଭିଯୋଗ କରିଥିବା କହିଥାନ୍ତି । ଏପରିକି ରାଜ୍ୟ ସରକାର 2001, 2003 ଏବଂ 2004 ମସିହାରେ ଅତିକ ବିରୋଧରେ ଅନେକ ମାମଲା ପ୍ରତ୍ୟାହାର କରି ନେଇଥିଲେ ।