ETV Bharat / bharat

୭୫ ବର୍ଷରେ କରାଟେ ବ୍ଲାକ୍‌ ବେଲ୍ଟ, କେରଳର ଆଚୋୟୀ ଚେତନଙ୍କ ଚମତ୍କାର

author img

By

Published : Apr 30, 2022, 3:04 PM IST

ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । ସାହସ ଥିଲେ ଯେ କୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ । ୭୫ ବର୍ଷରେ କରାଟେରେ(Karatte) ଦ୍ବିତୀୟ ଡନ ବ୍ଲାକ ବେଲ୍ଟ ଜିତିଲେ କେରଳର ଆଚୋୟୀ ଚେତନ । ଅଧିକ ପଢନ୍ତୁ

Inspiring Story: 75 ବର୍ଷରେ ଦ୍ବିତୀୟ ଡନ ବ୍ଲାକ ବେଲ୍ଟ ଜିତିଲେ କେରଳର ଆଚୋୟୀ ଚେତନ

ଥିରୁଅନନ୍ତପୁରମ୍: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । ସାହସ ଥିଲେ ଯେ କୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ । କୁହାଯାଏ ପରିଣତ ବୟସରେ କେବଳ ବାଡି ହିଁ ସାହାରା ପାଲଟିଥାଏ । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି କେରଳ ଇଡୁକିର ୭୫ ବର୍ଷୀୟ ଆଚୋୟୀ ଚେତନ (Achoyi Chettan) । ୭୫ ବର୍ଷ ବୟସରେ କରାଟେରେ ହାସଲ କରିଛନ୍ତି ଦ୍ବିତୀୟ ଡନ ବ୍ଲାକ ବେଲ୍ଟ(Dan black belt) । ଏସଟି ଅଗଷ୍ଟି ଲୋକେ ତାଙ୍କୁ ଆଚୋୟୀ ଚେତନ ନାମରେ ଜାଣନ୍ତି । ଆଚୋୟୀ ଚେତନ ଲୁଡକିରେ ଥିବା କାମାକ୍ସି ପଞ୍ଚାୟତର ପୂର୍ବତନ ସଭାପତି ଥିଲେ ।

ମାର୍ଶଲ ଆର୍ଟ ଫର୍ମରେ ନିଜକୁ ଆଗକୁ ବଢାଇବା ପାଇଁ ଟ୍ରେନିଂରେ ଦିନରେ ଅଧା ସମୟ ଦେଇଥାନ୍ତି ଆଚୋୟୀ । ଯାହା ତାଙ୍କ ଶରୀରକୁ ଫିଟ୍‌ ଓ ସୁନ୍ଦର ରଖିବାରେ ସହାୟକ ହୋଇଥାଏ । ଗ୍ରେଡିଂ ସମୟରେ ସେ ତାଙ୍କ ମାଷ୍ଟର କାଭାଲକ୍କାଟ ଜୋସେଙ୍କ(master Kavalakkat Jose) ନିର୍ଦ୍ଦେଶ କ୍ରମେ କଠିନ ପରିଶ୍ରମ କରିଥିଲେ । ଯେଉଁଥିପାଇଁ ସେ ୭୫ ବର୍ଷ ବୟସରେ ଦ୍ବିତୀୟ ଡାନ ବ୍ଲାକ୍ ବେଲ୍ଟ( second Dan black belt ) ହାତେଇଛନ୍ତି । ସାଧାରଣତଃ ୭୫ ବର୍ଷରେ କରାଟେରେ ବାକ୍ଲ ବେଲ୍ଟ ହାସଲ କରିବା ସାଧାରଣ କଥା ନୁହେଁ । ସେ ୫୮ ବର୍ଷରେ କରାଟେ ଶିଖିବା ଆରମ୍ଭ କରିଥିଲେ । ଟ୍ରେନିଂ ଆରମ୍ଭର ୪ ବର୍ଷ ମଧ୍ୟରେ ସେ ପ୍ରଥମ ଡନ୍ ବ୍ଲାକ ବେଲ୍ଟ (Dan black belt) ପାଇଥିଲେ ।

ଦୃଢ ଇଚ୍ଛା ଶକ୍ତି ଓ ଦୈନିକ ଅଭ୍ୟାସ ଯୋଗୁଁ ଆଚୋୟୀ ଚେତନଙ୍କୁ ଏ ସଫଳତା ମିଳିଛି ବୋଲି କହିଛନ୍ତି କରାଟେ ମାଷ୍ଟର । ପ୍ରତ୍ୟକ ଦିନ କରାଟେ କରୁଥିବା ଯୋଗୁଁ ସେ ଏକ ସୁସ୍ଥ ସବଳ ଶରୀର ପାଇଛନ୍ତି ବୋଲି କହିଛନ୍ତି ଆଚୋୟୀ ଚେତନ। ପ୍ରତ୍ୟକ ମହିଳା ଓ ପିଲାମାନେ କରାଟେ ଶିଖିବାର ଆବଶ୍ୟକତା ରହିଛି ।

କାହିଁକି ନା ସମାଜରେ ଦିନକୁ ଦିନ ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ବଢୁଛି । ଏସଟି ଅଗଷ୍ଟି କହିଛନ୍ତି ଯେ ଯେତେବେଳେ ତାଙ୍କ ପିଲାମାନେ କରାଟେ କ୍ଲାସକୁ ଯାଉଥିଲେ । ସେଠାରୁ ହିଁ ସେ ପ୍ରେରଣା ପାଇଥିଲେ କରାଟେ କରିବା ପାଇଁ । ପରେ ୫୮ ବର୍ଷ ବୟସରେ କାଭାଲକ୍କାଟ ଜୋସେ ମାଷ୍ଟରଙ୍କ ଅଧୀନରେ କରାଟେ ଶିଖିବା ଆରମ୍ଭ କରିଥିଲି । ୬୨ ବର୍ଷ ବୟସରେ ପ୍ରଥମ ଡାନ ବ୍ଲାକ୍ ବେଲ୍ଟ ପାଇଥିଲେ । ଯାହା ଇଶ୍ବରଙ୍କ ଏକ ଆର୍ଶୀବାଦ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.