ETV Bharat / bharat

ରାକେଶଙ୍କ ମହାକାଶ ଯାତ୍ରାକୁ 37 ବର୍ଷ, ମନେପଡେ ବିଜୟର ଗାଥା

1984 ମସିହା ଏପ୍ରିଲ 3 ତାରିଖ । ଭାରତ ପାଇଁ ଏହା ଥିଲା ଏକ ଗୌରବମୟ ଦିନ । ଅନ୍ତର୍ଜାତୀୟ ସ୍ତରରେ ଭାରତ ନିଜ ପ୍ରତିଭାର ପରିଚୟ ଦେଇଥିଲା । କାରଣ ଆଜିର ଦିନରେ ମହାକାଶଚାରୀ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ । ରାକେଶଙ୍କ ଜରିଆରେ ମହାକାଶରେ ଭାରତର ପାଦ ପଡିଥିଲା । ଅଧିକ ପଢନ୍ତୁ...

ରାକେଶଙ୍କ ମହାକାଶ ଯାତ୍ରାକୁ ପୂରିଲା 37 ବର୍ଷ, ମନେପଡେ ବିଜୟର ଗାଥା

author img

By

Published : Apr 3, 2021, 6:37 PM IST

ହାଇଦ୍ରାବାଦ: 1984 ମସିହା ଏପ୍ରିଲ 3 ତାରିଖ । ଭାରତ ପାଇଁ ଏହା ଥିଲା ଏକ ଗୌରବମୟ ଦିନ । ଅନ୍ତର୍ଜାତୀୟ ସ୍ତରରେ ଭାରତ ନିଜର ପ୍ରତିଭାର ପରିଚୟ ଦେଇଥିଲା । କାରଣ ଆଜିର ଦିନରେ ମହାକାଶଚାରୀ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ । ରାକେଶଙ୍କ ଜରିଆରେ ମହାକାଶରେ ଭାରତର ପାଦ ପଡିଥିଲା । ରାକେଶଙ୍କ ମହାକାଶ ଯାତ୍ରା ଦେଶ ପାଇଁ ଆଣିଥିଲା ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ । ରାକେଶଙ୍କ ଏହି ଯାତ୍ରା ମହାକାଶ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ସହିତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇଥିଲା । ଯାହାଦ୍ବାରା ଦେଶ ଆଜିର ଦିନର ବିଶ୍ବସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବର୍ତ୍ତମାନ ଆମ ପାଖରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ନିକଟକୁ ପଠାଇବା ପାଇଁ ରହିଛି ସ୍ବତନ୍ତ୍ର ଯାନ । ଦେଶର ଏହି ସଫଳତା କଥା ମନେ ପଡିଲେ ମନେ ପଡିଯାଏ ରାକେଶଙ୍କ ବିଜୟର ଗାଥା ।

ରାକେଶଙ୍କ ଠାରୁ ପ୍ରେରଣା ମିଳିବା ପରେ ଭାରତକୁ ମହାକାଶ କ୍ଷେତ୍ରରେ ମିଳିଛି ବଡ଼ ସଫଳତା । ଭାରତୀୟ ମହାକାଶ ଗବେଷଣା ସଂଗଠନ ISRO 2017 ମସିହାରେ PSLV ମାଧ୍ୟମରେ ଏକକାଳୀନ 104 ଉପଗ୍ରହ ଉତକ୍ଷେପଣ ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଭାରତର ଚନ୍ଦ୍ରାୟନ-1 ଏବଂ ମଙ୍ଗଳ ମିଶନ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ସାଜିଛି । ଏହା ISROର ସବୁଠାରୁ ବଡ ସଫଳତା ମଧ୍ୟରେ ଗଣାଯାଇଥାଏ ।

ଯାତ୍ରା ପାଇଁ ରାକେଶଙ୍କ ବଳିଦାନ:-

  • ମହାକାଶ ଯାତ୍ରା ପାଇଁ ରାକେଶ କଠିନ ପ୍ରକ୍ରିୟାକୁ ସାମନା କରିଥିଲେ । ସେ ପ୍ରଥମେ ବେଙ୍ଗାଲୁରୁ ସ୍ଥିତ ଏରୋସ୍ପେସ୍ ମେଡିସିନ୍ ଇନଷ୍ଟିଚ୍ୟୁଟରେ ଅନେକ ପରୀକ୍ଷା କରିଥିଲେ । ଏହି ପରୀକ୍ଷା ସମୟରେ ତାଙ୍କୁ 72 ଘଣ୍ଟା ପାଇଁ ଏକ କୋଠରୀରେ ବନ୍ଦ କରି ରଖାଯାଇଥିଲା । ଏହାପରେ ତାଙ୍କୁ ମସ୍କୋର ଷ୍ଟାର୍ ସିଟିର ୟୁରୀ ଗାଗାରିନ୍ କସ୍ମୋନାଟ୍ ଟ୍ରେନିଂ ସେଣ୍ଟରରେ ପ୍ରାୟ ଦୁଇ ବର୍ଷ ଧରି ବହୁତ କଠୋର ତାଲିମ ଦିଆଯାଇଥିଲା । ତାଙ୍କ ସହ ରବିଶ ମାଲହୋତ୍ରା ମଧ୍ୟ ଥିଲେ। ସେହି ସମୟରେ ଉଭୟ ଭାରତୀୟ ବାୟୁସେନାର ପାଇଲଟ୍ ଥିଲେ । ଅନ୍ତିମ ପ୍ରଶିକ୍ଷଣ ପାଇଁ ଏହି ଦୁଇଜଣ ମହାକାଶଚାରୀଙ୍କୁ ମନୋନୀତ କରାଯାଇଥିଲା ।
  • ମହାକାଶରେ ଓଜନହୀନ ଅବସ୍ଥାରେ ରହିବା ଅତ୍ୟନ୍ତ କଠିନ ପରିସ୍ଥିତି ହୋଇଥାଏ । ଏହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲେ ମଧ୍ୟ ରାକେଶ ଶର୍ମା ଓଜନହୀନତାର ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଥିଲେ । ସେ ପ୍ରତିଦିନ 10 ମିନିଟ୍ 'ଯୋଗ' କରୁଥିଲେ । ଶୂନ୍ୟ ମାଧ୍ୟାକର୍ଷଣ ଅବସ୍ଥାରେ ମଧ୍ୟ ସେ ଯୋଗ ଅଭ୍ୟାସ କରୁଥିଲେ । ଯୋଗ ଅଭ୍ୟାସ କରି ଭାରତର ପାରମ୍ପାରିକ ଜ୍ଞାନ ମଧ୍ୟ ଭାରହୀନତା ପରି କଠିନ ପରିସ୍ଥିତିର ମୁକାବିଲା କରିବାରେ ଉପଯୋଗୀ ପ୍ରମାଣିତ ହୋଇପାରେ ବୋଲି ସେ ଦର୍ଶାଇଥିଲେ ।
  • ରାକେଶ ମହାକାଶ ଯାତ୍ରା ପାଇଁ ଏହି କଠିନ ପ୍ରକ୍ରିୟା ଦେଇ ଗତି କରିବା ପରେ ଶେଷରେ ସେହି ସୁବର୍ଣ୍ଣ ଦିନ ଆସିଥିଲା । 1984 ମସିହା ଏପ୍ରିଲ 2 ତାରିଖରେ ଋଷର ମହାକାଶ ଯାନ Soyuz T-11ରେ ମହାକାଶ ଯାତ୍ରା କରିଥିଲେ । ରାକେଶ ମହାକାଶରେ 7 ଦିନ 21 ଘଣ୍ଟା ଓ 40 ମିନିଟ ରହିଥିଲେ । ସେ ମହାକାଶରୁ ଭାରତର ଅନେକ ଫଟୋ ଉଠାଇଥିଲେ । ତାଙ୍କ ଦ୍ୱାରା ନିଆଯାଇଥିବା ଫଟୋଗୁଡିକ ମାନଚିତ୍ର ପ୍ରସ୍ତୁତ କରିବାରେ ସହାୟକ ହୋଇଥିଲା । ଯାହା ଦୁଇ ବର୍ଷ ମଧ୍ୟରେ ଏରିଆଲ୍ ଫଟୋଗ୍ରାଫି ଦ୍ୱାରା ସମ୍ପୂର୍ଣ୍ଣ ହେବାକୁ ଥିଲା, ଶର୍ମା ଏହାକୁ ମହାକାଶରୁ ମାତ୍ର ସାତ ଦିନ ମଧ୍ୟରେ ଶେଷ କରିପାରିଥିଲେ ।

ପରେ ମହାକାଶ ଯାତ୍ରା ପାଇଁ ରାକେଶ ଶର୍ମାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ମହାକାଶରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମହାକାଶରୁ ଭାରତ କିପରି ଦେଖାଯାଉଛି ବୋଲି ରାକେଶଙ୍କୁ ପ୍ରଶ୍ନ କରିଥିଲେ । ରାକେଶ ଉତ୍ତରରେ କହିଥିଲେ 'ସାରା ଜହାଁ ସେ ଅଚ୍ଛା, ହିନ୍ଦୁସ୍ତାନ ହମାରା' । ତେବେ ଏହି ଦିନକୁ ସାତ ଦଶନ୍ଧି ବିତିଯାଇଥିବା ବେଳେ ମହାକାଶ କ୍ଷେତ୍ରରେ ଭାରତକୁ ବଡ ସଫଳତା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.