ETV Bharat / bharat

Manohari Gold Tea of Assam: ୧ କେଜିକୁ ୧.୧୫ ଲକ୍ଷ ଟଙ୍କା

ଚଳିତ ଗୌହାଟି ଚା' ନିଲାମ କେନ୍ଦ୍ର (GTAC)ରେ ଏହି ମନହୋରି ଗୋଲ୍ଡ ଚା'ର ୧ କେଜିର ମୂଲ୍ୟ ୧.୧୫ ଲକ୍ଷ ଡକାଯାଇଛି । ହାଇଦ୍ରାବାଦର ଫେମସ ନିଲୋଫର କ୍ୟାଫେର ମାଲିକ କେ. ବାବୁରାଓ (Nilofer Cafe owner K Baburao)ଏହି ଚା'କୁ କିଣିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

author img

By

Published : Dec 17, 2022, 10:58 PM IST

Manohari Gold Tea of Assam sold at record Rupees 1.15 lakh per kg
ଆସାମ ମନୋହର ଗୋଲ୍ଡ ଚା

ଦିସପୁର: ମୃଦୁପାନୀୟ ଭାବେ ଚା'କୁ ଅନେକ ପସନ୍ଦ କରନ୍ତି । ସକାଳ ହେଉ କି ସନ୍ଧ୍ୟା ସତେଜ ଅନୁଭବ କରିବା ଲାଗି ସମସ୍ତକୁ ଆବଶ୍ୟକ ପଡିଥାଏ କପେ ଚା' । ଚା' କଥା ଆସିଲେ ଆସାମ ନିହାତି ଚର୍ଚ୍ଚାକୁ ଆସିଥାଏ । ଆସାମ ଚା' ଲାଗି ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଏବେ ପୁଣି ଚର୍ଚ୍ଚାକୁ ଆସିଛି ଆସାମ ଚା' (Manohari Gold Tea) । ଆସାମର ମନହୋରି ଗୋଲ୍ଡ ଚା'ର ୧ କେଜିର ମୂଲ୍ୟ ୧.୧୫ ଲକ୍ଷ ବୋଲି ଜଣାପଡ଼ିଛି (Tea sold at record Rs 1.15 lakh per kg) । ରାଜ୍ୟର ଦିବ୍ରୁଗଡ଼ ଜିଲ୍ଲାରେ ଏହି ଚା' ମିଳୁଥିବା ଜଣାପଡ଼ିଛି ।

ଶୁକ୍ରବାର ଗୌହାଟି ଚା' ନିଲାମ କେନ୍ଦ୍ର (GTAC)ରେ ଏହି ମନହୋରି ଗୋଲ୍ଡ ଚା'ର ୧ କେଜିର ମୂଲ୍ୟ ୧.୧୫ ଲକ୍ଷ ଡକାଯାଇଥିଲା । ହାଇଦ୍ରାବାଦର ଜଣେ ହୋଟେଲ ବ୍ୟବସାୟୀ ୧.୧୫ ଲକ୍ଷ ଟଙ୍କାରେ ଏହି ଚା'କୁ କ୍ରୟ କରିଛନ୍ତି । ଏହି ବ୍ୟବସାୟୀଙ୍କ ନାମ କେ. ବାବୁରାଓ । ମନହୋରି ଗୋଲ୍ଡ ଟି ଚଳିତ ନିଲାମ ପ୍ରକ୍ରିୟାରେ ନିଜେ ନିଜର ରେକର୍ଡ ଭାଙ୍ଗିଛି । ୨୦୧୮ ମସିହାରେ ଏହା ୧ କେଜିକୁ ୩୯ ହଜାର ଟଙ୍କାରେ ବିକ୍ରି କରିଥିଲା । ସେହିପରି ୨୦୧୯ରେ ୫୦ ହଜାର, ୨୦୨୦ରେ ୭୫ ହଜାର, ୨୦୨୧ରେ ୯୯,୯୯୯ ହଜାରରେ ବିକ୍ରି ହୋଇଥିଲା ।

ଏହା ବି ପଢନ୍ତୁ- ଚର୍ଚ୍ଚାରେ ଶହଡୋଲ ସ୍କୁଲ, ପଢୁଥିବା ଛାତ୍ରୀ କରନ୍ତି ଅଜବ ଆଚରଣ

ହାଇଦ୍ରାବାଦର ଫେମସ ନିଲୋଫର କ୍ୟାଫେର ମାଲିକ କେ. ବାବୁରାଓ କହିଛନ୍ତି ସେ ମନୋହର ଗୋଲ୍ଡ ଟିରେ ପ୍ରସ୍ତୁତ ହୋଇଥିବା ଗୋଟିଏ କପ୍‌ ଚା'କୁ ୧୦୦୦ ଟଙ୍କାରେ ବିକ୍ରି କରିଥାନ୍ତି । ଚଳିତ ନିଲାମ ପ୍ରକ୍ରିୟାରେ ସେ ଏହି ଚା'କୁ କିଣି ବେଶ ଖୁସିବ୍ୟକ୍ତ କରିଛନ୍ତି । ମନୋହର ଚା' ପ୍ରସ୍ତୁତ କରୁଥିବା କମ୍ପାନୀର ନାମ ମନୋହରି ଟି ଇଷ୍ଟେଟ । ଏହାର ମାଲିକ ହେଉଛନ୍ତି ରଜନ ଲୋହିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.